ପ୍ରଥମ ଟି-ଟ୍ୱେଣ୍ଟି ଜିତିଲା ଭାରତ, ସୂର୍ଯ୍ୟକୁମାର ଓ ରାହୁଲଙ୍କ ଅର୍ଦ୍ଧଶତକ

ତିରୁଅନନ୍ତପୁରମ: ଆଜି ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୮ ୱିକେଟରେ ହରାଇ ବିଜୟୀ ହୋଇଛି ଭାରତ। ଫଳରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ହୋଇଛି। ୧୬.୪ ଓଭରରେ ଭାରତ ୨ ୱିକେଟ ହରାଇ ୧୧୦ ରନ୍ କରିଛି। ଭାରତ ପକ୍ଷରୁ କେଏଲ ରାହୁଲ ଅପରାଜିତ ୫୧ ରନ୍( ୫୬ ବଲ୍, ୨ ଚୌକା, ୪ ଛକା), ସୂର୍ଯ୍ୟ କୁମାର ଯାଦବ ଅପରାଜିତ ୫୦ ରନ୍(୩୩ ବଲ୍, ୫ ଚୌକା, ୩ ଛକା) […]

ind

ind

Niranjan Mishra
  • Published: Wednesday, 28 September 2022
  • Updated: 29 September 2022, 02:30 PM IST

Sports

Latest News

ତିରୁଅନନ୍ତପୁରମ: ଆଜି ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୮ ୱିକେଟରେ ହରାଇ ବିଜୟୀ ହୋଇଛି ଭାରତ। ଫଳରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ହୋଇଛି। ୧୬.୪ ଓଭରରେ ଭାରତ ୨ ୱିକେଟ ହରାଇ ୧୧୦ ରନ୍ କରିଛି।

ଭାରତ ପକ୍ଷରୁ କେଏଲ ରାହୁଲ ଅପରାଜିତ ୫୧ ରନ୍( ୫୬ ବଲ୍, ୨ ଚୌକା, ୪ ଛକା), ସୂର୍ଯ୍ୟ କୁମାର ଯାଦବ ଅପରାଜିତ ୫୦ ରନ୍(୩୩ ବଲ୍, ୫ ଚୌକା, ୩ ଛକା) ରନ୍ କରି ଟିମ୍‌କୁ ବିଜୟ ଦେଇଥିଲେ। ତେବେ କେଏଲ୍ ରାହୁଲଙ୍କ ସହ ଓପନିଂ କରିବାକୁ ଆସିଥିବା କ୍ୟାପଟେନ୍ ରୋହିତ ଶର୍ମା ଶୂନ ଓ ତାଙ୍କ ପରେ ଆସିଥିବା ବିରାଟ କୋହଲି ୩ ରନ୍‌ରେ ଆଉଟ ହେବା ପରେ ଏକଦା ଟିମ୍‌ର ବିଜୟ ଉପରେ ଶଙ୍କା ଉଠିଥିଲା। ଦର୍ଶକ ନିରାଶ ହୋଇଥିଲେ। ହେଲେ ସୂର୍ଯ୍ୟ କୁମାର ଚକିତ କରିବା ଭଳି ବ୍ୟାଟିଂ କରି ଦର୍ଶକଙ୍କୁ ଆମୋଦିତ କରିବା ସହ ଟିମ୍‌କୁ ବିଜୟ ଟାର୍ଗେଟ ହାସଲ କରିବାରେ ସହାୟକ ହୋଇଥିଲେ। ରାହୁଲ ଛକା ମାରି ନିଜର ଅର୍ଦ୍ଧଶତକ ହାସଲ କରିବା ସହ ଟିମ୍‌ର ବିଜୟ ଲକ୍ଷ୍ୟ ପୂରଣ କରିଥିଲେ।

ସୂଚନା ଥାଉକି, ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭ୍ରମଣକାରୀ ଦଳ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୦ ଓଭରରେ ୮ ୱିକେଟ ହରାଇ ମାତ୍ର ୧୦୬ ରନ୍ କରିପାରିଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ କେଶବ ମହାରାଜ ସର୍ବାଧିକ ୪୧ ରନ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos