ସାଉଥ୍ ଏସିଆନ୍ ଗେମ୍ସ: ୧୫୦୦ ମିଟରରେ ଭାରତକୁ ୪ ପଦକ

କାଠମାଣ୍ଡୁ: ଚଳିତ ୧୩ଶ ସାଉଥ୍ ଏସିଆନ୍ ଗେମ୍ସରେ ଭାରତୀୟ ଆଥଲେଟ୍ସଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ଭାରତୀୟ ଆଥଲେଟ୍ସ ୧୫୦୦ ମିଟର୍ ଦୌଡ଼ରେ ଚାରୋଟି ପଦକ ଜିତିଛନ୍ତି। ଭାରତୀୟ ଆଥଲେଟ୍ସ ପୁରୁଷ ୧୫୦୦ ମିଟରରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିବା ବେଳେ ମହିଳା ୧୫୦୦ ମିଟରରେ ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛନ୍ତି। ଭାରତର ଅଜୟ କୁମାର ସାରୋ ପୁରୁଷ ୧୫୦୦ ମିଟର୍ ଦୂରତାକୁ ୩:୫୪.୧୮ ସେକେଣ୍ଡରେ ଅତିକ୍ରମ […]

south-asian-games

south-asian-games

Ranjit Kumar Jena
  • Published: Tuesday, 03 December 2019
  • Updated: 03 December 2019, 04:49 PM IST

Sports

Latest News

କାଠମାଣ୍ଡୁ: ଚଳିତ ୧୩ଶ ସାଉଥ୍ ଏସିଆନ୍ ଗେମ୍ସରେ ଭାରତୀୟ ଆଥଲେଟ୍ସଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ଭାରତୀୟ ଆଥଲେଟ୍ସ ୧୫୦୦ ମିଟର୍ ଦୌଡ଼ରେ ଚାରୋଟି ପଦକ ଜିତିଛନ୍ତି। ଭାରତୀୟ ଆଥଲେଟ୍ସ ପୁରୁଷ ୧୫୦୦ ମିଟରରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିବା ବେଳେ ମହିଳା ୧୫୦୦ ମିଟରରେ ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛନ୍ତି।

ଭାରତର ଅଜୟ କୁମାର ସାରୋ ପୁରୁଷ ୧୫୦୦ ମିଟର୍ ଦୂରତାକୁ ୩:୫୪.୧୮ ସେକେଣ୍ଡରେ ଅତିକ୍ରମ କରି ସ୍ୱର୍ଣ୍ଣ ପଦକ କବଜା କରିଥିବା ବେଳେ ଅଜିତ୍ କୁମାର ୩:୫୭.୧୮ ସେକେଣ୍ଡରେ ରୌପ୍ୟ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ନେପାଳର ଟାଙ୍କା କାର୍କି ବ୍ରୋଞ୍ଜ ପଦକ ଜିତିଛନ୍ତି।

ମହିଳା ୧୫୦୦ ମିଟରରେ ଭାରତର ଚନ୍ଦା ୪:୩୪.୫୧ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତାକୁ ଅତିକ୍ରମ କରି ରୌପ୍ୟ ଏବଂ ଚିତ୍ରା ପାଲାକୀଜ୍ ୪:୩୫.୪୬ ସେକେଣ୍ଡରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ଇଭେଣ୍ଟରେ ଶ୍ରୀଲଙ୍କାର ଉଦା କୁବୁରାଲାଗେ (୪:୩୪.୩୪ ସେକେଣ୍ଡ) ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହି ଚାମ୍ପିୟନଶିପରେ ଭାରତ ଏପର୍ଯ୍ୟନ୍ତ ମୋଟ ୨୧ (୬ ସ୍ୱର୍ଣ୍ଣ, ୧୧ ରୌପ୍ୟ, ୪ ବ୍ରୋଞ୍ଜ) ପଦକ ଜିତିସାରିଛି। ପଦକ ଜିତିବା ମାମଲାରେ ଭାରତ ନେପାଳ (୨୮ ପଦକ) ପରକୁ ଦ୍ୱିତୀୟରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos