ସାଉଥ୍ ଏସିଆନ୍ ଗେମ୍ସ: ଭାରୋତ୍ତୋଳନରେ ଭାରତକୁ ୨ ସ୍ୱର୍ଣ୍ଣ

ଗୌହାଟୀ: ଦକ୍ଷୀଣ ଏସୀୟ ଦୌଡକୁଦ(ସାଗ୍)ର ପ୍ରଥମ ଦିନରେ ଭାରତକୁ ଭାରୋତ୍ତୋଳନରେ ୨ଟି ସ୍ୱର୍ଣ୍ଣ ପଦକ ମଳିଛି। ୪୮ କେଜି ଭାରୋତ୍ତୋଳନ ବର୍ଗରେ ଭାରତର ସାଇଖୋମ୍ ମୀରାବାଇ ଛାନୁ ମୋଟ୍ ୧୬୯ କେଜି ଭାରୋତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ପୁରୁଷ ୫୬ କେଜି ଇଭେଣ୍ଟରେ ଗୁରୁରାଜା ୨୪୧ କେଜି ଭାରତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାଲସ କରିଛନ୍ତି। ସାଗ୍‌ରେ ୪୮ କେଜି ଭାରୋତ୍ତୋଳନ ମହିଳା ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ଛାନୁ ନୂତନ କୀର୍ତ୍ତିମାନ […]

black-weight-lifting

black-weight-lifting

Rakesh Mallick
  • Published: Saturday, 06 February 2016
  • Updated: 06 February 2016, 01:37 PM IST

Sports

Latest News

ଗୌହାଟୀ: ଦକ୍ଷୀଣ ଏସୀୟ ଦୌଡକୁଦ(ସାଗ୍)ର ପ୍ରଥମ ଦିନରେ ଭାରତକୁ ଭାରୋତ୍ତୋଳନରେ ୨ଟି ସ୍ୱର୍ଣ୍ଣ ପଦକ ମଳିଛି। ୪୮ କେଜି ଭାରୋତ୍ତୋଳନ ବର୍ଗରେ ଭାରତର ସାଇଖୋମ୍ ମୀରାବାଇ ଛାନୁ ମୋଟ୍ ୧୬୯ କେଜି ଭାରୋତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ପୁରୁଷ ୫୬ କେଜି ଇଭେଣ୍ଟରେ ଗୁରୁରାଜା ୨୪୧ କେଜି ଭାରତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାଲସ କରିଛନ୍ତି।

ସାଗ୍‌ରେ ୪୮ କେଜି ଭାରୋତ୍ତୋଳନ ମହିଳା ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ଛାନୁ ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେହିପରି ଶ୍ରୀଲଙ୍କାର ଡି.ଏଚ.ବି.ଗୋମାସ୍ ୧୪୫ କେଜି ଭାରୋତ୍ତୋଳନ କରି ରୌପ୍ୟ ପଦକ ହାସଲ କରିଥିବା ବେଳେ ବାଂଲାଦେଶର ମୋଲା ଶାବୀରା ୧୪୩ କେଜି ଉଠାଇ କରି ବ୍ରୋଞ୍ଜ ପଦକ ଜିତିଛନ୍ତି।

ସାଗ୍‌ରେ ୫୬ କେଜି ପୁରୁଷ ଭାରୋତ୍ତୋଳନ ବର୍ଗରେ ଶ୍ରୀଲଙ୍କାର ସି.ଲକ୍‌ମାଲ୍ ୨୩୯ କେଜି ଉଠାଇ ରୌପ୍ୟ ପଦକ ଜିତିଥିବା ବେଳେ ପାକିସ୍ତାନର ଅବଦୁଲ୍‌ହା ଗାଫର ୨୨୭ କେଜି ଉଠାଇ ବ୍ରୋଞ୍ଜ ପଦକ ଜିତିଛନ୍ତି।

୨୦୧୦ରେ ଢାକେରେ ହୋଇଥିବା ସାଗ୍‌ରେ ଭାରତର ପୁରୁଷ ବର୍ଗ ଭାରୋତ୍ତୋଳନରେ ୩ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos