ଇରଫାନଙ୍କ ବିୟୋଗରେ ସ୍ତବ୍ଧ କ୍ରୀଡ଼ା ଜଗତ, ସଚିନ ଦେଲେ ସ୍ୱତନ୍ତ୍ର ବାର୍ତ୍ତା

ନୂଆଦିଲ୍ଲୀ: ବଲିଉଡର ଚର୍ଚ୍ଚିତ ଅଭିନେତା ଇରଫାନ୍ ଖାନଙ୍କ ବିୟୋଗରେ ପ୍ରଶଂସକ ଓ କ୍ରୀଡ଼ା ଜଗତରେ ଶୋକର ସାୟା ଖେଳିଯାଇଛି। ଅଚାନକ୍ ଇରଫାନଙ୍କ ଏମିତି ବିଦାୟ ନେବା ସମସ୍ତଙ୍କୁ ଦୁଃଖିତ କରିଛି। ଟିମ୍ ଇଣ୍ଡିଆର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ଠାରୁ ଆରମ୍ଭ କରି ବିରାଟ୍ କୋହଲି, ବୀରେନ୍ଦ୍ର ସେହ୍ୱାଗ, ଯୁବରାଜ ସିଂହଙ୍କ ବ୍ୟତୀତ ଅନେକ କ୍ରୀଡ଼ାବିତ୍ ଇରଫାନଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି। Sad to hear the news of #IrrfanKhan passing away. […]

cricket

Ranjit Kumar Jena
  • Published: Wednesday, 29 April 2020
  • , Updated: 29 April 2020, 05:39 PM IST

ନୂଆଦିଲ୍ଲୀ: ବଲିଉଡର ଚର୍ଚ୍ଚିତ ଅଭିନେତା ଇରଫାନ୍ ଖାନଙ୍କ ବିୟୋଗରେ ପ୍ରଶଂସକ ଓ କ୍ରୀଡ଼ା ଜଗତରେ ଶୋକର ସାୟା ଖେଳିଯାଇଛି। ଅଚାନକ୍ ଇରଫାନଙ୍କ ଏମିତି ବିଦାୟ ନେବା ସମସ୍ତଙ୍କୁ ଦୁଃଖିତ କରିଛି। ଟିମ୍ ଇଣ୍ଡିଆର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ଠାରୁ ଆରମ୍ଭ କରି ବିରାଟ୍ କୋହଲି, ବୀରେନ୍ଦ୍ର ସେହ୍ୱାଗ, ଯୁବରାଜ ସିଂହଙ୍କ ବ୍ୟତୀତ ଅନେକ କ୍ରୀଡ଼ାବିତ୍ ଇରଫାନଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି।


ସଚିନ ଲେଖିଛନ୍ତି, ଇରଫାନ୍ ଖାନଙ୍କ ବିୟୋଗ କଥା ଶୁଣି ମୁଁ ବହୁତ ଦୁଃଖିତ। ସେ ମୋ ପସନ୍ଦର ଅଭିନେତା ଥିଲେ ଏବଂ ମୁଁ ତାଙ୍କର ପ୍ରାୟ ସବୁ ଫିଲ୍ମ ଦେଖିଛି। ତାଙ୍କର ଶେଷ ଫିଲ୍ମ ଅଂଗ୍ରେଜୀ ମିଡିୟମ ମଧ୍ୟ ମୁଁ ଦେଖିଥିଲି। ସେଥିରେ ତାଙ୍କର ଅଭିନୟ ଉଚ୍ଚକୋଟୀର ଥିଲା, ଭଗବାନ୍ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ, ତାଙ୍କର ଘନିଷ୍ଠଙ୍କ ପ୍ରତି ମୋର ଗଭୀର ସମବେଦନା।


ସେହିପରି ବିରାଟ୍ କୋହଲି କହିଛନ୍ତି, ଇରଫାନଙ୍କ ପରଲୋକ ମୋତେ ବହୁତ ଦୁଃଖ ଦେଇଛି। ଇରଫାନ୍ ଜଣେ ଚମତ୍କାର ପ୍ରତିଭା ଥିଲେ। ନିଜର ନିଖୁଣ ଅଭିନୟ ଦ୍ୱାରା ସେ ସମସ୍ତଙ୍କ ହୃଦୟ ଛୁଇଁଛନ୍ତି। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।


ନିଜେ କ୍ୟାନସର୍ ଭଳି ମାରାତ୍ମକ ରୋଗରେ ସଂଘର୍ଷ କରିଥିଲା ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ କହିଛନ୍ତି, ମୁଁ ଏହି ଯାତ୍ରାକୁ ଭଲଭାବେ ଜାଣିଛି, ମୁଁ ସେହି ଯନ୍ତ୍ରଣାକୁ ଜାଣିଛି ଏବଂ ଏତିକି ମଧ୍ୟ ଜାଣିଛି ଯେ ସେ ଶେଷ ସମୟ ପର୍ଯ୍ୟନ୍ତ ଲଢ଼େଇ କରିଥିବେ। କିଛି ଲୋକ ଭାଗ୍ୟଶାଳୀ ଥାନ୍ତି, ଯେଉଁମାନେ ବଞ୍ଚିଯାନ୍ତି ଏବଂ କିଛି ଭାଗ୍ୟଶାଳୀ ନଥାନ୍ତି। ମୁଁ ଜାଣିଛି ଯେ ଇରଫାନ୍ ନିଶ୍ଚୟ ଭଲ ଜାଗାରେ ଥିବେ। ତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା। ଭଗବାନ୍ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ।

Related story