ସହିଦମାନଙ୍କୁ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ବିଜୟ ଉତ୍ସର୍ଗ କଲେ ଶ୍ରୀଜେଶ

ବେଙ୍ଗଲୁରୁ: ଉରୀ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଭାରତୀୟ ଯବାନ ଓ ସେମାନଙ୍କ ପରିବାର ଲୋକଙ୍କୁ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିର ବିଜୟ ସମର୍ପିତ କରିଛନ୍ତି ଜାତୀୟ ହକି ଟିମ୍ ଅଧିନାୟକ ପି.ଆର. ଶ୍ରୀଜେଶ। ସେ କହିଛନ୍ତି,“ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିର ବିଜୟ ଭାରତୀୟ ଯବାନଙ୍କ ପାଇଁ ଆମ ତରଫରୁ ଦୀପାବଳୀ ଉପହାର। ଯବାନମାନେ ସୀମାରେ ଜଗୁଛନ୍ତି। ସେମାନେ ଏହି ମେଡାଲକୁ ଅନ୍ୟ ଯେକୌଣସି ମେଡାଲ୍ ଠାରୁ ନିଶ୍ଚିତ ଭାବେ ଅଧିକ ଉପଭୋଗ କରିବେ।” ଗତ ରବିବାର ଏସିଆନ୍ […]

shreejesh

Rakesh Mallick
  • Published: Tuesday, 01 November 2016
  • , Updated: 01 November 2016, 06:17 PM IST

ବେଙ୍ଗଲୁରୁ: ଉରୀ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଭାରତୀୟ ଯବାନ ଓ ସେମାନଙ୍କ ପରିବାର ଲୋକଙ୍କୁ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିର ବିଜୟ ସମର୍ପିତ କରିଛନ୍ତି ଜାତୀୟ ହକି ଟିମ୍ ଅଧିନାୟକ ପି.ଆର. ଶ୍ରୀଜେଶ।

ସେ କହିଛନ୍ତି,“ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିର ବିଜୟ ଭାରତୀୟ ଯବାନଙ୍କ ପାଇଁ ଆମ ତରଫରୁ ଦୀପାବଳୀ ଉପହାର। ଯବାନମାନେ ସୀମାରେ ଜଗୁଛନ୍ତି। ସେମାନେ ଏହି ମେଡାଲକୁ ଅନ୍ୟ ଯେକୌଣସି ମେଡାଲ୍ ଠାରୁ ନିଶ୍ଚିତ ଭାବେ ଅଧିକ ଉପଭୋଗ କରିବେ।”

ଗତ ରବିବାର ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନକୁ ହରାଇ ଭାରତ ଚାମ୍ପିଅନ୍ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପାକିସ୍ତାନକୁ ଲିଗ୍ ପର୍ଯ୍ୟାୟ ମ୍ୟାଚ୍‌ରେ ବି ହରାଇଥିଲା।

Related story