ମ୍ୟାଚ୍‌ ଫିକ୍ସିଂ ମାମଲା: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ଶ୍ରାସାନ୍ତ

ନୂଆଦିଲ୍ଲୀ: ମ୍ୟାଚ୍‌ ଫିକ୍ସିଂରେ ବଦନାମ୍‌ ହୋଇଥିବା କ୍ରିକେଟର ଶ୍ରୀସାନ୍ତ ବିସିସିଆଇର ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ। ଏନେଇ ସେ ଆଜି ସୂଚନା ଦେଇଛନ୍ତି। ୨୦୧୩ ମସିହା ଆଇପିଏଲ୍‌ ମ୍ୟାଚ୍‌ରେ ସ୍ପଟ୍‌ ଫିକ୍ସିଂ ଅଭିଯୋଗରେ ବିସିସିଆଇ ଶ୍ରୀସାନ୍ତଙ୍କୁ କ୍ରିକେଟ୍‌ରୁ ଆଜୀବନ ବାସନ୍ଦ କରିଥିଲା। ଏହାକୁ ଚ୍ୟାଲେଞ୍ଜ କରି ଶ୍ରୀସାନ୍ତ କେରଳ ହାଇକୋର୍ଟରେ ଆବେଦନ କରିଥିଲେ। କୋର୍ଟ ବିଚାର କରି ବିସିସିଆଇ ନିଷ୍ପତ୍ତିକୁ ବଳବତ୍ତର କରିଥିଲେ। ତେବେ ସବୁଠାରୁ ନିରାଶ ହେବା ପରେ ଶ୍ରୀସାନ୍ତ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହେବ […]

sreesanth

sreesanth

Rakesh Mallick
  • Published: Saturday, 04 November 2017
  • Updated: 04 November 2017, 08:11 PM IST

Sports

Latest News

ନୂଆଦିଲ୍ଲୀ: ମ୍ୟାଚ୍‌ ଫିକ୍ସିଂରେ ବଦନାମ୍‌ ହୋଇଥିବା କ୍ରିକେଟର ଶ୍ରୀସାନ୍ତ ବିସିସିଆଇର ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ। ଏନେଇ ସେ ଆଜି ସୂଚନା ଦେଇଛନ୍ତି। ୨୦୧୩ ମସିହା ଆଇପିଏଲ୍‌ ମ୍ୟାଚ୍‌ରେ ସ୍ପଟ୍‌ ଫିକ୍ସିଂ ଅଭିଯୋଗରେ ବିସିସିଆଇ ଶ୍ରୀସାନ୍ତଙ୍କୁ କ୍ରିକେଟ୍‌ରୁ ଆଜୀବନ ବାସନ୍ଦ କରିଥିଲା। ଏହାକୁ ଚ୍ୟାଲେଞ୍ଜ କରି ଶ୍ରୀସାନ୍ତ କେରଳ ହାଇକୋର୍ଟରେ ଆବେଦନ କରିଥିଲେ। କୋର୍ଟ ବିଚାର କରି ବିସିସିଆଇ ନିଷ୍ପତ୍ତିକୁ ବଳବତ୍ତର କରିଥିଲେ। ତେବେ ସବୁଠାରୁ ନିରାଶ ହେବା ପରେ ଶ୍ରୀସାନ୍ତ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହେବ ବୋଲି କହିଛନ୍ତି।

ସେ କହିଛନ୍ତି-“ଏ ପର୍ଯ୍ୟନ୍ତ ଚୁପ ଥିଲି। କିନ୍ତୁ ଏବେ ନିଜ କଥା କହିବାର ସମୟ ଆସିଛି। ଏହା କେବଳ ଦେଶ ପାଇଁ ଖେଳିବାର ପ୍ରଶ୍ନ ନୁହେଁ, ଏହା ମୋ’ ସମ୍ମାନର ପ୍ରଶ୍ନ। ତେଣୁ ମୋ’ ଅଧିକାର ପାଇଁ ଲଢ଼ିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos