ସଫଳ କ୍ରିକେଟର ମାଲିଙ୍ଗାଙ୍କ ବାପା ମାଆ ସିଲାଇ କରି ଚଳୁଛନ୍ତି

ନୂଆଦିଲ୍ଲୀ: ଶ୍ରୀଲଙ୍କାର ପେସ୍ ବୋଲର୍ ଲସିଥ୍ ମାଲିଙ୍ଗା ଆଜି ତାଙ୍କ କ୍ୟାରିଅରର ଅନ୍ତିମ ଦିନିକିଆ ମ୍ୟାଚ ବାଂଲାଦେଶ ବିପକ୍ଷରେ ଖେଳିବେ। ବର୍ତ୍ତମାନ ସମୟରେ ଶ୍ରୀଲଙ୍କା ଦଳ ତଥା ବିଶ୍ୱ କ୍ରିକେଟରେ ସେ ଜଣେ ‘ମହାନ୍ ଖେଳାଳି’ ଭାବେ ପରିଚିତ। ଗତ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଖେଳି ନିଜ ନାଁକୁ ସଫଳତାର ଶୀର୍ଷରେ ପହଞ୍ଚାଇଛନ୍ତି। କିନ୍ତୁ ବହୁତ୍ କମ୍ ଲୋକ ଜାଣିଥିବେ ଏହି ସଫଳ କ୍ରିକେଟ ଖେଳାଳିଙ୍କ ବାପା ମା ସିଲାଇ କାମ କରି ଚଳୁଛନ୍ତି। ସବୁଠୁ ବଡ଼ କଥା […]

Lasith-Malinga

Subhransu Sekhar
  • Published: Friday, 26 July 2019
  • , Updated: 26 July 2019, 03:17 PM IST

ନୂଆଦିଲ୍ଲୀ: ଶ୍ରୀଲଙ୍କାର ପେସ୍ ବୋଲର୍ ଲସିଥ୍ ମାଲିଙ୍ଗା ଆଜି ତାଙ୍କ କ୍ୟାରିଅରର ଅନ୍ତିମ ଦିନିକିଆ ମ୍ୟାଚ ବାଂଲାଦେଶ ବିପକ୍ଷରେ ଖେଳିବେ। ବର୍ତ୍ତମାନ ସମୟରେ ଶ୍ରୀଲଙ୍କା ଦଳ ତଥା ବିଶ୍ୱ କ୍ରିକେଟରେ ସେ ଜଣେ 'ମହାନ୍ ଖେଳାଳି' ଭାବେ ପରିଚିତ। ଗତ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଖେଳି ନିଜ ନାଁକୁ ସଫଳତାର ଶୀର୍ଷରେ ପହଞ୍ଚାଇଛନ୍ତି। କିନ୍ତୁ ବହୁତ୍ କମ୍ ଲୋକ ଜାଣିଥିବେ ଏହି ସଫଳ କ୍ରିକେଟ ଖେଳାଳିଙ୍କ ବାପା ମା ସିଲାଇ କାମ କରି ଚଳୁଛନ୍ତି। ସବୁଠୁ ବଡ଼ କଥା ହେଲା, ମାଲିଙ୍ଗା ଦୀର୍ଘ ୧୦ ବର୍ଷ ହେବ ଘରକୁ ଯାଇ ନାହାନ୍ତି। ଏମିତିକି ନିଜ ବାପା ମାଆ ସହିତ ପଦୁଟିଏ କଥା ମଧ୍ୟ ହୋଇ ନାହାନ୍ତି।

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ ତାଙ୍କ ମାଆ ସ୍ୱର୍ଣ୍ଣା ମାଲିଙ୍ଗା ଥରେ ସାନ ପୁଅ ମାଲିଙ୍ଗାକୁ ମନେ ପକାଇ ବହୁତ ଖୋଜିଥିଲେ। କିଛି ଫଟୋ ଘରେ ନଥିବାରୁ ସେ ଏକ ମ୍ୟାଗାଜିନରୁ ମାଲିଙ୍ଗାଙ୍କ ଫଟୋ ଆଣି ଘରେ ରଖିଛନ୍ତି। ଏହି ଫଟୋରେ ମାଲିଙ୍ଗା ପଡ଼ିଆରେ ବୋଲିଂ ଅଭ୍ୟାସ କରୁଛନ୍ତି।

ଶ୍ରୀଲଙ୍କାର ରଥଗାମା କସ୍ମେରେ ରୁହନ୍ତି ମାଲିଙ୍ଗାଙ୍କ ବାପା ମାଆ। ଘରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହଁ। ଘରର କବାଟ ସବୁ ପୁରୁଣା ହୋଇଗଲାଣି। ଏମିତିକି ମାଲିଙ୍ଗାଙ୍କ ଘର ଆଗରେ କୌଣସି ନାମଫଳକ ମଧ୍ୟ ନାହିଁ। ପ୍ରିତିଦିନ ମାଲିଙ୍ଗାଙ୍କ ବାପା ମା' ସିଲାଇ କରି ଯାହା ରୋଜଗାର କରୁଛନ୍ତି ସେଥିରୁ ନିଜ ଗୁଜୁରାଣ ମେଣ୍ଟାଉଛନ୍ତି।

ସ୍ୱର୍ଣ୍ଣା କହିଛନ୍ତି, ତାଙ୍କ ପୁଅକୁ ସେ ୪ ମାସ ହେଲା ନଦେଖିଲା ପରି ଲାଗୁଛି। ତା'ର ଅନୁପସ୍ଥିତି ଆଉ ତାଙ୍କୁ ଜଣାପଡ଼ୁନି। ବୋଧହୁଏ ତାକୁ କଲମ୍ୱୋ ନଗରୀ ଭଲ ଲାଗୁଛି, ତେଣୁ ସେ ଆସୁନାହିଁ ବୋଲି କହିଛନ୍ତି ତାଙ୍କ ମା'। "ସେ ଯେଉଁଠି ବି ଥାଉ ଭଲରେ ଥାଉ, ଆମେ ବି ଖୁସିରେ ଅଛୁ" ବୋଲି ମାଆ ସ୍ୱର୍ଣ୍ଣା କହିଛନ୍ତି। ସେ କଲମ୍ୱୋରେ ଥିବା ତାଙ୍କ ତୃତୀୟ ପୁଅ ପାଖକୁ ଯାଇଥିଲେ। ହେଲେ ମାଲିଙ୍ଗାଙ୍କ ସହ ଭେଟଘାଟ ହୋଇପାରି ନଥିଲେ। କଲମ୍ୱୋର ଭିଡ଼ ଓ ବ୍ୟସ୍ତ ଜୀବନ ଅପେକ୍ଷା ତାଙ୍କ ସହର ଯଥେଷ୍ଟ ଭଲ ଏବଂ ସେ ଏବେ ଶାନ୍ତିରେ ଅଛନ୍ତି ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ବିଶ୍ୱକପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବେଳେ ମାଲିଙ୍ଗାଙ୍କ ଶାଶୂଙ୍କର ଦେହାନ୍ତର ଖବର ପାଇ ସେ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ଅଧାରୁ ସ୍ୱଦେଶ ଆସିଥିଲେ। ତେବେ ସଙ୍ଗେସଙ୍ଗେ ଫେରିଯାଇ ଦଳରେ ସାମିଲ୍ ହୋଇଥିଲେ।

Related story