ଟି-୨୦ ସିରିଜ୍ କ୍ଲିନସୁଇପ୍ କଲା ଶ୍ରୀଲଙ୍କା

ଲାହୋର: ଏଠାରେ ଅନୁଷ୍ଠିତ ତୃତୀୟ ଟି-୨୦ ମ୍ୟାଚରେ ଶ୍ରୀଲଙ୍କା ୧୩ ରନରେ ପାକିସ୍ତାନକୁ ପରାସ୍ତ କରିଛି। ଏଥିସହ ଶ୍ରୀଲଙ୍କା ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ପାକିସ୍ତାନକୁ ୩-୦ରେ ସଫା କରିଦେଇଛି। ପଦାର୍ପଣ ମ୍ୟାଚ୍ ଖେଳୁଥିବା ଓଶାଦା ଫର୍ଣ୍ଣାଣ୍ଡୋ (୭୮*)ଙ୍କ ଦମଦାର ଅର୍ଦ୍ଧଶତକ ପରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଥିବା ୱାନିନ୍ଦୁ ହସରଙ୍ଗାଙ୍କ ତିନି ୱିକେଟ୍ ବଳରେ ଶ୍ରୀଲଙ୍କା ଏହି ବିଜୟ ହାସଲ କରିଛି। ଦିନିକିଆ ସିରିଜ୍ ୦-୨ରେ […]

sri

sri

Ranjit Kumar Jena
  • Published: Thursday, 10 October 2019
  • Updated: 10 October 2019, 04:42 PM IST

Sports

Latest News

ଲାହୋର: ଏଠାରେ ଅନୁଷ୍ଠିତ ତୃତୀୟ ଟି-୨୦ ମ୍ୟାଚରେ ଶ୍ରୀଲଙ୍କା ୧୩ ରନରେ ପାକିସ୍ତାନକୁ ପରାସ୍ତ କରିଛି। ଏଥିସହ ଶ୍ରୀଲଙ୍କା ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ପାକିସ୍ତାନକୁ ୩-୦ରେ ସଫା କରିଦେଇଛି। ପଦାର୍ପଣ ମ୍ୟାଚ୍ ଖେଳୁଥିବା ଓଶାଦା ଫର୍ଣ୍ଣାଣ୍ଡୋ (୭୮*)ଙ୍କ ଦମଦାର ଅର୍ଦ୍ଧଶତକ ପରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଥିବା ୱାନିନ୍ଦୁ ହସରଙ୍ଗାଙ୍କ ତିନି ୱିକେଟ୍ ବଳରେ ଶ୍ରୀଲଙ୍କା ଏହି ବିଜୟ ହାସଲ କରିଛି।

ଦିନିକିଆ ସିରିଜ୍ ୦-୨ରେ ହାରିବା ପରେ ଶ୍ରୀଲଙ୍କା ପ୍ରଥମ ଟି-୨୦ ମ୍ୟାଚକୁ ୬୪ ରନ୍ ଏବଂ ଦ୍ୱିତୀୟ ମୁକାବିଲାକୁ ୩୫ ରନରେ ଜିତିଥିଲା। ପାକିସ୍ତାନ ବିରୋଧରେ ଶ୍ରୀଲଙ୍କାର ଏହା ପ୍ରଥମ ଦ୍ୱିପାକ୍ଷିକ ଟି-୨୦ ସିରିଜ୍ ବିଜୟ। ଟି-୨୦ରେ ଶୀର୍ଷ ସ୍ଥାନ ଦଖଲ କରିଥିବା ପାକିସ୍ତାନ ଟିମ୍ ୨୦୧୯ରେ ଏପର୍ଯ୍ୟନ୍ତ ୭ଟି ମ୍ୟାଚ୍ ଖେଳିଛି ଏବଂ ୬ଟିରେ ପରାସ୍ତ ହୋଇଛି। ଗତବର୍ଷ ପାକିସ୍ତାନ ୧୯ଟି ୧୭ଟି ମ୍ୟାଚ୍ ଜିତିଥିବା ବେଳେ ୨୦୧୮ରେ ୧୦ଟିରୁ ୮ଟିରେ ବିଜୟୀ ହୋଇଥିଲା।

ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଖେଳାଯାଇଥିବା ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୭ ୱିକେଟରେ ୧୪୭ ରନ୍ କରିଥିଲା ଏବଂ ପାକିସ୍ତାନକୁ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟରେ ୧୩୪ ରନରେ ରୋକିଥିଲା। ଶ୍ରୀଲଙ୍କା ଦ୍ୱାରା ଧାର୍ଯ୍ୟ ୧୪୮ ରନର ଲକ୍ଷ୍ୟର ପିଛା କରୁଥିବା ପାକିସ୍ତାନ ତା'ର ଇନିଂସର ପ୍ରଥମ ବଲରେ ଓପ୍ନର ଫକର୍ ଜମାନ୍ (୦)ଙ୍କୁ ହରାଇଥିଲା। ଏହା ପରେ ହାରିସ୍ ସୋହେଲ (୫୨) ଓ ବାବର ଆଜମ୍ (୨୭) ଦ୍ୱିତୀୟ ୱିକେଟ୍ ପାଇଁ ୭୬ ରନର ଭାଗୀଦାରୀ କରି ଟିମର ସ୍ଥିତି ସୁଧାରିଥିଲେ। ତେବେ ଦୁହିଁଙ୍କ ଆଉଟ୍ ପରେ ପାକିସ୍ତାନ ବ୍ୟାକଫୁଟକୁ ଚାଲିଆସିଥିଲା।

ପାକିସ୍ତାନକୁ ଶେଷ ୩୦ ବଲରେ ୫୪ ରନ୍ ଆବଶ୍ୟକ ଥିଲା, କିନ୍ତୁ ଟିମ୍ ଏହା କରିପାରିନଥିଲା। କ୍ୟାପଟେନ୍ ସର୍ଫରାଜ ଅହମ୍ମଦ ୧୭, ଇଫତିକାର ଅହମ୍ମଦ ଅପରରାଜିତ ୧୭ ଓ ୱହାବ ରିଆଜ ଅପରାଜିତ ୧୨ ରନ୍ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ହସରଙ୍ଗା ସର୍ବାଧିକ ୩ଟି ଓ ଲାହିରୁ କୁମାରା ୨ଟି ୱିକେଟ୍ ନେଇଥିଲେ। ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ପକ୍ଷରୁ ଫର୍ଣ୍ଣାଣ୍ଡୋ ୪୮ ବଲରେ ୮ ଚୌକା ଓ ୩ ଛକା ସହ ଅପରାଜିତ ୭୮ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରିନଥିଲେ। ପାକିସ୍ତାନ ପକ୍ଷରୁ ମହମ୍ମଦ ଆମୀର ୩ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos