ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାକିସ୍ତାନରେ ଶ୍ରୀଲଙ୍କା କ୍ରିକେଟ୍ ଟିମ୍ ଉପରେ ୨୦୦୯ରେ ହୋଇଥିବା ସେହି ଆତଙ୍କବାଦୀ ଆକ୍ରମଣକୁ ଭୁଲିପାରିନାହିଁ ଶ୍ରୀଲଙ୍କା ଟିମ୍। ଏହି କାରଣରୁ ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ଟି-ଟ୍ୱେଣ୍ଟି ସିରିଜର ତୃତୀୟ ମ୍ୟାଚ୍ ପାଇଁ ଲାହୋର ଯିବାକୁ ଶ୍ରୀଲଙ୍କା କ୍ରିକେଟ୍ ଟିମ୍ ମନା କରୁଛି। ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ୨ଟି ଟେଷ୍ଟ, ୫ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ଖେଳାଯିବାକୁ ସ୍ଥିର ହୋଇଛି। ଏହି ସମସ୍ତ ମ୍ୟାଚ୍ ଆବୁଧାବି ଓ ଶାରଜାରେ ଖେଳାଯିବାକୁ ଥିବା ବେଳେ ଟ୍ୱି-ଟ୍ୱେଣ୍ଟି ସରିଜର ଶେଷ ମ୍ୟାଚ୍ ପାକିସ୍ତାନର ଲାହୋର୍ରେ ଖେଳାଯିବ। ଶ୍ରୀଲଙ୍କା ଖେଳାଳି ଆତଙ୍କବାଦୀ ଆକ୍ରମଣର ଆଶଙ୍କା କରି ପାକିସ୍ତାନ ଯିବାକୁ ଡରୁଥିବା ଜଣାପଡିଛି। ୨୦୦୯ରେ ଶ୍ରୀଲଙ୍କା ଟିମ୍ ଉପରେ ହମ୍ଲା ହୋଇଥିଲା ଯୋଉଁଥିପାଇଁ କୌଣସି ଦେଶ କ୍ରିକେଟ୍ ଖେଳିବା ପାଇଁ ପାକିସ୍ତାନକୁ ଗସ୍ତ କରୁନଥିଲେ। ନିକଟରେ କିନ୍ତୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ୱାର୍ଲ୍ଡ ଇଲେଭନ ସହ ମ୍ୟାଚ୍ ଆୟୋଜନ କରି ନିଜ ଦେଶରେ ପୁଣି ଥରେ ଅନ୍ତର୍ଜାତୀୟ ମ୍ୟାଚ୍ର ଆୟୋଜନ କରିବା ପାଇଁ ଚେଷ୍ଟା କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।