ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଗସ୍ତର ପ୍ରଥମ ଅଭ୍ୟାସ ମ୍ୟାଚରେ ଜୋରଦାର ପ୍ରଦର୍ଶନ କରିଛି ଟିମ୍ ଶ୍ରୀଲଙ୍କା। କୋଲକାତାର ଇଡେନ ଗାର୍ଡେନରେ ବୋର୍ଡ ଏକାଦଶ ସହ ଚାଲିଥିବା ଏହି ଦୁଇଦିନିଆ ଅଭ୍ୟାସ ମ୍ୟାଚର ପ୍ରଥମ ଦିନ ସୁଦ୍ଧା ଭ୍ରମଣକାରୀ ଦଳ ୬ ଓ୍ୱିକେଟ ହରାଇ ୪୧୧ରନ ସଂଗ୍ରହ କରିଛି। ଏଥି ସହିତ ପ୍ରଥମ ଇଂନିସ ଘୋଷଣା କରିଛି ଦଳ। ଏହି ପାଳିରେ ଶ୍ରୀଲଙ୍କାର ୪ ଜଣ ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକ ହାସଲ କରିଛନ୍ତି। ଶ୍ରୀଲଙ୍କା ପକ୍ଷରୁ ଓପନର ସମରବିକ୍ରମ ଏବଂ କରୁଣାରତ୍ନେଙ୍କ ସହ ,ଆଞ୍ଜେଲ ମାଥ୍ୟୁସ୍ ଏବଂ ଓ୍ୱିକେଟକିପର ଡିକେଓ୍ୱଲା ଅର୍ଦ୍ଧଶତକ ହାସଲ କରିଛନ୍ତି। ବୋର୍ଡ ଏକାଦଶ ତରଫରୁ ସନ୍ଦୀପ ଓ୍ୱାରିଏର ଏବଂ ଆକାଶ ଭଣ୍ଡାରି ଦୁଇଟି ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଥିବା ବେଳେ ଅଭେଶ ଖାନ୍ ଓ ଜଲାଜ ସକ୍ସେନା ଗୋଟିଏ ଲେଖାଁଏ ୱିକେଟ୍ ହାସଲ କରିଛନ୍ତି। ଶ୍ରୀଲଙ୍କା ଏହି ଗସ୍ତରେ ଭାରତ ସହ ୩ଟି ଟେଷ୍ଟ , ୩ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ଖେଳିବ। ଆସନ୍ତା ୧୬ ତାରିଖ ଠାରୁ କୋଲକାତାରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।