ଭୁବନେଶ୍ୱର: ପାଲିକେଲ ଟେଷ୍ଟରେ ବିଜୟ ଆଡକୁ ଅଗ୍ରସର ଟିମ୍ ଇଣ୍ଡିଆ। ମାତ୍ର ଦୁଇଦିନ ଖେଳ ଶେଷ ହୋଇଥିବା ବେଳେ ମ୍ୟାଚ୍ର ଆଉ ୩ ଦିନ ଖେଳ ବାକି ଅଛି। ହେଲେ ଟିମ୍ ଇଣ୍ଡିଆ ସମ୍ମୁଖରେ ଶ୍ରୀଲଙ୍କା ଦଳ ଆତ୍ମସମର୍ପଣ କଲାପରି ଲାଗୁଛି।
ପଡିଆରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଶ୍ରୀଲଙ୍କା ଠାରୁ ବହୁ ଆଗରେ ଟିମ୍ ଇଣ୍ଡିଆ। ପ୍ରଥମ ଇଂନିସରେ ଭାରତ ୪୮୭ ରନର ଜବାବରେ ଶ୍ରୀଲଙ୍କା ମାତ୍ର ୧୩୫ ରନରେ ଅଲଆଉଟ୍ ହୋଇଯାଇଥିଲା। ଭାରତକୁ ପ୍ରଥମ ଇଂନିସରେ ୩୫୨ ରନ୍ର ଲିଡ୍ ମିଳିଥିଲା। ଫଳରେ ଫଲୋଅନର ସମ୍ମୁଖିନ ହେବାକୁ ପଡିଥିଲା ଶ୍ରୀଲଙ୍କା ଟିମ୍କୁ।
ପ୍ରଥମ ଇଂନିସରେ ଶ୍ରୀଲଙ୍କାର ଟିମ୍ ମାତ୍ର ୩୭.୪ ଓଭର ଖେଳି ଆଉଟ୍ ହୋଇଯାଇଥିଲା। ଫଲୋଅନ୍ ପରେ ଶ୍ରୀଲଙ୍କା ଟିମ୍ ଦ୍ୱିତୀୟ ଇଂନିସ ଅରମ୍ଭ କରିଛି। ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ଗୋଟିଏ ୱିକେଟ୍ ହରାଇ ୧୯ ରନ୍ କରିଛି। ଭାରତ ପକ୍ଷରୁ ଦ୍ୱିତୀୟ ଇଂନିସରେ ଉମେଶ ଯାଦବ ଏହି ୱିକେଟ୍ ହାସଲ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।