ଅଭାବରେ ଆଇପିଏଲ୍‌ର ଷ୍ଟାର୍ ଖେଳାଳି: କ୍ରିକେଟର ସାଜିଛନ୍ତି କୃଷକ

କୋଟି କୋଟି ଟଙ୍କ।ର ଖେଳ ହେଉଛି ଆଇପିଏଲ। ତେଣୁ କେହି କେହି ଏହାକୁ ଇଣ୍ଡିଆନ୍ ପଇସା ଲିଗ୍ ମଧ୍ୟ କହିଥାନ୍ତି। ଆଇପିଏଲ ଭଳି ସର୍ଟ ଫମାର୍ଟରେ କ୍ରିକେଟ ଖେଳି ବେଶ୍ ଭଲ ଦି ପଇସା ରୋଜଗାର କରୁଛନ୍ତି ସବୁ ଦେଶର ଖେଳାଳି। ଥରେ ଆଇପିଏଲରେ ଭଲ ପ୍ରଦର୍ଶନ କଲେ ଭାଗ୍ୟଦେବୀ ଓ ଧନଦେବୀଙ୍କ କୃପା ଲାଭ କରିଥାନ୍ତି କ୍ରିକେଟର୍। ମାତ୍ର ଉତ୍ତରପ୍ରଦେଶର ୨୪ ବର୍ଷିୟ କ୍ରିକେଟର କମରାନ ଖାନ୍ଙ୍କ କ୍ଷେତ୍ରରେ ଏହା ସମ୍ପୁର୍ଣ୍ଣ ଭିନ୍ନ। ଆଇପିଏଲ ଖେଳିଛନ୍ତି […]

kamran khan

Rakesh Mallick
  • Published: Tuesday, 09 May 2017
  • , Updated: 09 May 2017, 07:04 PM IST

କୋଟି କୋଟି ଟଙ୍କ।ର ଖେଳ ହେଉଛି ଆଇପିଏଲ। ତେଣୁ କେହି କେହି ଏହାକୁ ଇଣ୍ଡିଆନ୍ ପଇସା ଲିଗ୍ ମଧ୍ୟ କହିଥାନ୍ତି। ଆଇପିଏଲ ଭଳି ସର୍ଟ ଫମାର୍ଟରେ କ୍ରିକେଟ ଖେଳି ବେଶ୍ ଭଲ ଦି ପଇସା ରୋଜଗାର କରୁଛନ୍ତି ସବୁ ଦେଶର ଖେଳାଳି। ଥରେ ଆଇପିଏଲରେ ଭଲ ପ୍ରଦର୍ଶନ କଲେ ଭାଗ୍ୟଦେବୀ ଓ ଧନଦେବୀଙ୍କ କୃପା ଲାଭ କରିଥାନ୍ତି କ୍ରିକେଟର୍। ମାତ୍ର ଉତ୍ତରପ୍ରଦେଶର ୨୪ ବର୍ଷିୟ କ୍ରିକେଟର କମରାନ ଖାନ୍ଙ୍କ କ୍ଷେତ୍ରରେ ଏହା ସମ୍ପୁର୍ଣ୍ଣ ଭିନ୍ନ। ଆଇପିଏଲ ଖେଳିଛନ୍ତି ସତ ମାତ୍ର ଏବେ ଡହ ଡହ ଖରାରେ କାମ କରୁଛନ୍ତି ବିଲରେ।

ଯେଉଁ ଦେହର ଝାଳ ଦିନେ କ୍ରିକେଟ ପଡିଆରେ ବୋହୁଥିଲା  ସେ ଝାଳ ଆଜି ବହୁଛି ଚାଷ ଜମିରେ। ଉତ୍ତର ପ୍ରଦେଶର କ୍ରିକେଟର କମରାନ ଖାନ୍ ଆଇପିଏଲ ଖେଳିଥିଲେ ମଧ୍ୟ ଆଜି ଭାଗ୍ୟ ତାଙ୍କୁ ଟାଣି ନେଉଛି ଚାଷ ଜମିକୁ। ୨୦୦୯ରେ ରାଜସ୍ଥାନ ତରଫରୁ ଦ୍ରୁତ ବୋଲର ଭାବେ ଆଇପିଏଲରେ କ୍ୟାରିୟର ଆରମ୍ଭ କରିଥିଲେ କମରାନ୍। କୌଣସି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିବାର ଅଭିଜ୍ଞତା ନଥିଲେ ମଧ୍ୟ କମରାନଙ୍କ ପ୍ରତିଭାଙ୍କୁ ଚିହ୍ନି ପାରିଥିଲେ ରାଜସ୍ଥାନ ରୟାଲ୍ସର ଅଧିନାୟକ ସେନ୍ ୱାର୍ଣ୍ଣ। ବାସ୍ ଏଇଠୁ ଆରମ୍ଭ ହୋଇଥିଲା କମରାନଙ୍କ ଆଇପିଏଲ ଯାତ୍ରା। ନିଜ ପ୍ରଥମ ଆଇପିଏଲ ପର୍ଦାପଣ ସିଜିନ୍‌ରେ ୧୧ଟି ୱିକେଟ୍ ନେଇ ଚକିତ କରି ଦେଇଥିଲେ କ୍ରିକେଟ୍ ଜଗତକୁ। ଏପରିକି ଆଇପିଏଲ ଇତିହାସର ପ୍ରଥମ ସୁପର ଓଭର ବୋଲିଂ କରି ନିଜ ଦଳକୁ ଜିତାଇଥିଲେ।

୧୪୦ କି.ମି. ପ୍ରତି ଘଣ୍ଟା ବେଗରେ ବୋଲିଂ କରୁଥିବା କମରାନଙ୍କ ବୋଲିଂ ଶୈଳୀକୁ ନେଇ ଆପତ୍ତି ଉଠାଇଥିଲେ ଅମ୍ପାୟାର ରୁଡ଼ି କର୍ଜନ। ପରେ ନିଜ ବୋଲିଂ ଶୈଳୀ ବଦଳାଇ କ୍ରିକେଟ ପଡ଼ିଆକୁ ଓହ୍ଲାଇଥିଲେ ପୁନେ ଟିମ୍ ତରଫରୁ। ମାତ୍ର ତାଙ୍କ କ୍ରିକେଟ କ୍ୟାରିୟର ଉପରେ ପଡ଼ିଥିଲା ଶନିଙ୍କ କୋପ । ବାସ୍ ପୁନେ ତରଫରୁ ଗୋଟିଏ ମ୍ୟାଚ ଖେଳି ଆହତ ହୋଇ ବାଦ୍ ପଡିଥିଲେ ଟିମ୍‌ରୁ। ଆଇପିଏଲର ପରବର୍ତ୍ତୀ ସଂସ୍କରଣରେ କୌଣସି ବି ଟିମ୍ କିଣି ନଥିଲା କମରାନଙ୍କୁ। ଆଉ ଭାରତ ତରଫରୁ ଖେଳିବାର ଆଶା ମଉଳି ଯାଇଥିଲା ଏହି ପ୍ରତିଭାବାନ୍ କ୍ରିକେଟରଙ୍କର। ଏବେ ନିଜ ପରିବାରକୁ ଚଳାଇବା ପାଇଁ ବଲ୍ ବଦଳରେ ହାତରେ ଧରିଛନ୍ତି ହଳ ଲଙ୍ଗଳ।

Related story