ବକ୍ସିଂ ଡେ' ଟେଷ୍ଟ: ପ୍ରଥମ ଦିନରେ ଅଷ୍ଟ୍ରେଲିଆ ୨୫୭/୪

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଦ୍ୱିତୀୟ ତଥା ବକ୍ସିଂ ଡେ’ ଟେଷ୍ଟ ଗୁରୁବାରଠାରୁ ଆରମ୍ଭ ହୋଇଛି। ମ୍ୟାଚର ପ୍ରଥମ ଦିବସ ଅଷ୍ଟ୍ରେଲିଆ ନାଁରେ ରହିଛି। ଷ୍ଟିଭେନ୍ ସ୍ମିଥ୍ ଓ ମାର୍ନସ୍ ଲାବୁଶେନଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ୯୦ ଓଭରରେ ୪ ୱିକେଟ୍ ହରାଇ ୨୫୭ ରନ୍ କରିଛି। ୧୯୮୭ ପରେ ନ୍ୟୁଜିଲ୍ୟାଣ୍ଡ୍ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ପ୍ରଥମ ‘ବକ୍ସିଂ ଡେ’ ଟେଷ୍ଟ ଖେଳୁଛନ୍ତି, ଯେଉଁଥିରେ କ୍ୟାପଟେନ୍ କେନ୍ ୱିଲିୟମସନ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ […]

smith

smith

Ranjit Kumar Jena
  • Published: Thursday, 26 December 2019
  • Updated: 26 December 2019, 05:25 PM IST

Sports

Latest News

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଦ୍ୱିତୀୟ ତଥା ବକ୍ସିଂ ଡେ' ଟେଷ୍ଟ ଗୁରୁବାରଠାରୁ ଆରମ୍ଭ ହୋଇଛି। ମ୍ୟାଚର ପ୍ରଥମ ଦିବସ ଅଷ୍ଟ୍ରେଲିଆ ନାଁରେ ରହିଛି। ଷ୍ଟିଭେନ୍ ସ୍ମିଥ୍ ଓ ମାର୍ନସ୍ ଲାବୁଶେନଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ୯୦ ଓଭରରେ ୪ ୱିକେଟ୍ ହରାଇ ୨୫୭ ରନ୍ କରିଛି। ୧୯୮୭ ପରେ ନ୍ୟୁଜିଲ୍ୟାଣ୍ଡ୍ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ପ୍ରଥମ 'ବକ୍ସିଂ ଡେ' ଟେଷ୍ଟ ଖେଳୁଛନ୍ତି, ଯେଉଁଥିରେ କ୍ୟାପଟେନ୍ କେନ୍ ୱିଲିୟମସନ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ଆକାଶରେ ବାଦଲ ରହିଥିବାରୁ ତାଙ୍କର ଏହି ନିଷ୍ପତ୍ତି ସଠିକ୍ ସାବ୍ୟସ୍ତ ହୋଇଥିଲା, କାରଣ ମ୍ୟାଚର ପ୍ରଥମ ଓଭରରେ ହିଁ ଜୋ ବର୍ନସ୍ (୦) ଆଉଟ୍ ହୋଇଥିଲେ ଏବଂ ମଧ୍ୟାହ୍ନ ଭୋଜନ ପୂର୍ବରୁ ଡେଭିଡ୍ ୱାର୍ଣ୍ଣର୍ (୪୧) ମଧ୍ୟ ପ୍ୟାଭିଲିୟନ୍ ଫେରିଥିଲେ। ଏହା ପରେ ୨୦୧୯ରେ ସର୍ବାଧିକ ରନ୍ କରିଥିବା ଲାବୁଶେନ୍ (୬୩) ଓ ସ୍ମିଥ୍ ଅର୍ଦ୍ଧଶତକ ମାରି ଅଷ୍ଟ୍ରେଲିଆକୁ ପ୍ରତ୍ୟାବର୍ତ୍ତନ କରାଇଥିଲେ ଏବଂ ଶୃଙ୍ଖଳିତ ବୋଲିଂ କରିବା ସତ୍ତ୍ୱେ ନ୍ୟୁଜିଲ୍ୟାଣ୍ଡ ବୋଲରଙ୍କୁ ନିରାଶ କରିଥିଲେ । ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ସ୍ମିଥ୍ ୭୭ ଓ ଟ୍ରାଭିସ୍ ହେଡ୍ ୨୫ ରନରେ ବ୍ୟାଟିଂ କରୁଥିଲେ। ନ୍ୟୁଜିଲ୍ୟାଣ୍ଡ୍ ବୋଲର କଲିନ୍ ଡି'ଗ୍ରାଣ୍ଡହୋମ୍ ୪୮ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ।

ଏହି ମ୍ୟାଚକୁ ନ୍ୟୁଜିଲ୍ୟାଣ୍ଡ୍ ପେସ୍ ବୋଲର ଟ୍ରେଣ୍ଟ ବୋଲ୍ଟ ପ୍ରତ୍ୟାବର୍ତ୍ତନ କରିଥିଲେ। ବୋଲ୍ଟ ନିଜର ପ୍ରଥମ ତିନି ବଲରେ ୱାର୍ଣ୍ଣରଙ୍କୁ ସମସ୍ୟାରେ ପକାଇଥିଲେ ଏବଂ ଚତୁର୍ଥ ବଲରେ ବର୍ନସଙ୍କ ମିଡିଲ୍ ଷ୍ଟମ୍ପ୍ ଭାଙ୍ଗି ଦେଇଥିଲେ । ଏହା ପରେ ୱାର୍ଣ୍ଣର୍ ଓ ଜବରଦସ୍ତ ଫର୍ମରେ ଥିବା ଲାବୁଶେନ୍ ଇନିଂସକୁ ସମ୍ଭାଳିବାକୁ ପ୍ରୟାସ କରିଥିଲେ, କିନ୍ତୁ ନିଲ୍ ୱାଗନର ମଧ୍ୟାହ୍ନ ଭୋଜନ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡକୁ ଦ୍ୱିତୀୟ ସଫଳତା ଦେଇଥିଲେ। ୱାଗନର ନିଜର ସୁଇଂ ବଳରେ ୱାର୍ଣ୍ଣରଙ୍କୁ ଆଉଟ୍ କରିଥିଲେ।

ଲାବୁଶେନ୍ ପୁଣିଥରେ ଅଷ୍ଟ୍ରେଲିଆ ପାଇଁ ସଙ୍କଟମୋଚକ ସାଜିଥିଲେ, କିନ୍ତୁ ସେ ବ୍ୟକ୍ତିଗତ ୬୩ ରନରେ ବ୍ୟାଟିଂ କରୁଥିବା ବେଳେ ଗ୍ରାଣ୍ଡହୋମଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ଆଉଟ୍ ହେବା ପୂର୍ବରୁ ଲାବୁଶେନ୍ ସ୍ମିଥଙ୍କ ସହ ତୃତୀୟ ୱିକେଟ୍ ପାଇଁ ୮୩ ରନ୍ ଯୋଡ଼ିଥିଲେ। ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ମାଥ୍ୟୁ ୱେଡ୍ ଭଲ ବ୍ୟାଟିଂ କରିଥିଲେ ହେଁ, ବଡ଼ ସ୍କୋର କରିପାରିନଥିଲେ। ସେ ବ୍ୟକ୍ତିଗତ ୩୮ ରନ୍ କରିଥିବା ବେଳେ ଗ୍ରାଣ୍ଡହୋମଙ୍କ ବଲରେ ୱିକେଟକିପର ବିଜେ ୱାଟଲିଙ୍ଗଙ୍କୁ କ୍ୟାଚ୍ ଦେଇ ବସିଥିଲେ।

ସ୍ମିଥ୍ ଓ ୱେଡ୍ ଚତୁର୍ଥ ୱିକେଟ୍ ପାଇଁ ୭୨ ରନର ଭାଗୀଦାରୀ କରିଥିଲେ। ସ୍ମିଥ୍ ୧୦୩ ବଲରେ ନିଜର ୨୮ତମ ଅର୍ଦ୍ଧଶତକ ପୂରଣ କରିଥିଲେ। ଏହା ମଧ୍ୟରେ ସେ ଗ୍ରେଗ୍ ଚାପେଲ୍ (୭୧୧୦ ରନ୍‌)ଙ୍କୁ ପଛରେ ପକାଇଥିଲେ ଏବଂ ଅଷ୍ଟ୍ରେଲିଆ ପକ୍ଷରୁ ସର୍ବାଧିକ ଟେଷ୍ଟ ରନ୍ କରିବାରେ ଦଶମ ବ୍ୟାଟ୍ସମ୍ୟାନ୍ ହୋଇଥିଲେ। ୱେଡଙ୍କ ଆଉଟ୍ ପରେ ହେଡ୍ ସ୍ମିଥଙ୍କୁ ଭରପୂର ସହଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story