ସ୍ମିଥଙ୍କ ଦ୍ୱିଶତକ, ବଡ଼ ସ୍କୋର ଅଭିମୁଖେ ଅଷ୍ଟ୍ରେଲିଆ

ମ୍ୟାଞ୍ଚେଷ୍ଟର୍: ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥଙ୍କ ଦ୍ୱିଶତକ ବଳରେ ଅଷ୍ଟ୍ରେଲିଆ ଏଠାରେ ଚାଲିଥିବା ଚତୁର୍ଥ ଆଶେସ୍ ଟେଷ୍ଟରେ ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହୋଇଛି। ଦ୍ୱିତୀୟ ଦିବସ ଖେଳର ଶେଷ ଖବର ମିଳିବା ସୁଦ୍ଧା ଅଷ୍ଟ୍ରେଲିଆ ୭ ୱିକେଟ୍ ହରାଇ ୪୦୯ ରନ୍ କରିଛି। ସ୍ମିଥ୍ ୨୦୧ (୩୧୦ ବଲ୍, ୨୨ ଚୌକା, ୨ ଛକା) ଏବଂ ମିଚେଲ୍ ଷ୍ଟାର୍କ ୬ ରନରେ ବ୍ୟାଟିଂ କରୁଛନ୍ତି। ମ୍ୟାଚର ପ୍ରଥମ ଦିବସ ଖେଳ ବର୍ଷା ବାଧାପ୍ରାପ୍ତ ହୋଇଥିଲା, ଯେଉଁଥିରେ […]

Untitled-1

Untitled-1

Ranjit Kumar Jena
  • Published: Thursday, 05 September 2019
  • Updated: 05 September 2019, 10:00 PM IST

Sports

Latest News

ମ୍ୟାଞ୍ଚେଷ୍ଟର୍: ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥଙ୍କ ଦ୍ୱିଶତକ ବଳରେ ଅଷ୍ଟ୍ରେଲିଆ ଏଠାରେ ଚାଲିଥିବା ଚତୁର୍ଥ ଆଶେସ୍ ଟେଷ୍ଟରେ ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହୋଇଛି। ଦ୍ୱିତୀୟ ଦିବସ ଖେଳର ଶେଷ ଖବର ମିଳିବା ସୁଦ୍ଧା ଅଷ୍ଟ୍ରେଲିଆ ୭ ୱିକେଟ୍ ହରାଇ ୪୦୯ ରନ୍ କରିଛି। ସ୍ମିଥ୍ ୨୦୧ (୩୧୦ ବଲ୍, ୨୨ ଚୌକା, ୨ ଛକା) ଏବଂ ମିଚେଲ୍ ଷ୍ଟାର୍କ ୬ ରନରେ ବ୍ୟାଟିଂ କରୁଛନ୍ତି।

ମ୍ୟାଚର ପ୍ରଥମ ଦିବସ ଖେଳ ବର୍ଷା ବାଧାପ୍ରାପ୍ତ ହୋଇଥିଲା, ଯେଉଁଥିରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୪୪ ଓଭରରେ ୩ ୱିକେଟ୍ ହରାଇ ୧୭୦ ରନ୍ କରିଥିଲା। ଆଜି ଭ୍ରମଣକାରୀ ଟିମ୍ ଏହିଠାରୁ ଖେଳ ଆରମ୍ଭ କରିଥିଲା। ଗତକାଲି ଅପରାଜିତ ଥିବା ସ୍ମିଥ୍ ଓ ଟ୍ରାଭିସ୍ ହେଡ୍ ସ୍କୋରକୁ ଆଗକୁ ବଢ଼ାଇଥିଲେ। ହେଡ୍ ବ୍ୟକ୍ତିଗତ ୧୯ ରନ୍ କରିଥିବା ବେଳେ ଷ୍ଟୁଆର୍ଟ ବ୍ରଡଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ମାଥ୍ୟୁ ୱେଡ୍ (୧୬) ମଧ୍ୟ ନିରାଶ କରିଥିଲେ।

ତେବେ କ୍ୟାପଟେନ୍ ଟିମ୍ ପେନ୍ ସ୍ମିଥଙ୍କୁ ଭରପୂର ସହଯୋଗ କରିଥିଲେ । ଏହା ମଧ୍ୟରେ ସ୍ମିଥ୍ ନିଜର ୨୬ତମ ଶତକ ପୂରଣ କରିଥିଲେ। ପେନଙ୍କ ସହ ମିଶି ସ୍ମିଥ୍ ଷଷ୍ଠ ୱିକେଟ୍ ପାଇଁ ୧୪୫ ରନର ଭାଗୀଦାରୀ କରିଥିଲେ । ପେନ୍ ୫୮ (୧୨୭ ବଲ୍, ୮ ଚୌକା) ରନ୍ କରି ଆଉଟ୍ ହୋଇଥିଲେ। ପ୍ୟାଟ୍ କମିନ୍ସ (୪) ଦୁଇ ଅଙ୍କ ଛୁଇଁବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଥିଲେ। ତେବେ ଷ୍ଟାର୍କଙ୍କ ସହଯୋଗ ପାଇଁ ସ୍ମିଥ୍ ୩୧୦ ବଲରେ ନିଜର ତୃତୀୟ ଟେଷ୍ଟ ଦ୍ୱିଶତକ ପୂରଣ କରିଥିଲେ। ଇଂଲଣ୍ଡ ପକ୍ଷରୁ ବ୍ରଡ୍ ୩ଟି, ଜ୍ୟାକ୍ ଲିଚ୍ ଓ କ୍ରେଗ୍ ଓଭରଟନ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos