ନୂଆଦିଲ୍ଲୀ: ଆଇପିଏଲର ଦ୍ୱାଦଶ ସିଜନରେ ରାଜସ୍ଥାନ ରୟାଲ୍ସର ଖରାପ ପ୍ରଦର୍ଶନ ପରେ ଆଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ଷ୍ଟିଭେନ୍ ସ୍ମିଥଙ୍କୁ ବାକି ମ୍ୟାଚ୍ ପାଇଁ ଟିମର କ୍ୟାପଟେନ୍ କରାଯାଇଛି। ଶନିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ରାଜସ୍ଥାନ ରୟାଲ୍ସ ଟିମ୍ ଏହି ନିଷ୍ପତ୍ତି ନେଇଛି। ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ସ୍ମିଥ୍ ଏହା ପୂର୍ବରୁ ପୁନେ ସୁପରଜାଏଣ୍ଟଓ ଦଳର ମଧ୍ୟ ଅଧିନାୟକ ଥିଲେ।
ରାଜସ୍ଥାନ ପକ୍ଷରୁ କୁହାଯାଇଛି ଯେ, 'ରାହାଣେ ଗତବର୍ଷ ପ୍ଲେଅଫ୍ ପର୍ଯ୍ୟନ୍ତ ଟିମ୍ ପାଇଁ ନିର୍ଣ୍ଣାୟକ ଭୂମିକା ବହନ କରିଥିଲେ। ତେବେ ଚଳିତ ସଂସ୍କରଣରେ ଟିମର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଏଭଳି ସ୍ଥିତିରେ ଟିମକୁ ଟ୍ରାକକୁ ଆଣିବା ପାଇଁ ସାମାନ୍ୟ ପରିବର୍ତ୍ତନର ଆବଶ୍ୟକତା ରହିଛି। ଏଥିପାଇଁ ରାହାଣେଙ୍କ ବଦଳରେ ସ୍ମିଥଙ୍କୁ ଅଧିନାୟକ କରିଛୁ। ରାହାଣେ ଅଧିନାୟକ ନରହିଲେ ବି, ସେ ଟିମର ପ୍ରମୁଖ ସଦସ୍ୟ ରହିବେ ବୋଲି ରାଜସ୍ଥାନ ରୟାଲ୍ସ ପକ୍ଷରୁ କୁହାଯାଇଛି।'
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଉଇ ଖାଇଗଲା ଲକର୍ର ୧୮ ଲକ୍ଷ
୧୮ ଲକ୍ଷ ଟଙ୍କାର ନୋଟ୍ ଖାଇ ସଫାଚଟ୍ କରିଦେଇଛି ଉଇ। ବ୍ୟାଙ୍କ ପକ୍ଷରୁ ଟଙ୍କାଟେ ବି କ୍ଷତିପୂରଣ ପାଇଲେନି ବିଚାରୀ ମହିଳା।
National
ଏନ୍କାଉଣ୍ଟର, ଟଳିଲେ ୩ ଖଲିସ୍ତାନୀ ଆତଙ୍କୀ
ଘଟଣାସ୍ଥଳରୁ ଦୁଇଟି AK-47 ବନ୍ଧୁକ ସହ ଅନ୍ୟ ମାରଣାସ୍ତ୍ର ଜବତ କରିଛି ପୁଲିସ।
Science & Environment
ମହାକାଶରେ ଝୁଡ଼ଙ୍ଗ ମଞ୍ଜି ହେବ ଗଜା
କ୍ରପ୍ ପେଲୋଡ୍ରେ ୮ଟି ଝୁଡ଼ଙ୍ଗ ମଞ୍ଜିକୁ ମହାକାଶକୁ ପଠାଇବ ଇସ୍ରୋ। ସେହିପରି RV ସାଟ୍-1 ପେଲୋଡଡ୍ରେ ମହାକାଶକୁ ଯିବ ମଣିଷ ପାକସ୍ଥଳୀ ଓ ଅନ୍ତନଳୀରେ ରହୁଥିବା ଜୀବାଣୁ।
National
ଫୁଟ୍ପାଥରେ ଶୋଇଥିଲେ ୯ ଜଣ, ମାଡ଼ିଗଲା ଡମ୍ପର୍
ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ଜଣ ଛୋଟ ପିଲା ଅଛନ୍ତି। ସେହିପରି ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି।
Crime
ଜନ୍ମଦିନରେ ମୋବାଇଲ ଗିଫ୍ଟ ଦେବାକୁ ମନା କଲେ ମାଆ; ଜୀବନ ହାରିଲେ ନାବାଳକ
ଆର୍ଥିକ ଅସୁବିଧା କାରଣରୁ ପୁଅକୁ ମୋବାଇଲ କିଣିଦେବାକୁ ମନା କରିଥିଲେ ମାଆ।