ଇଂଲଣ୍ଡର ଷ୍ଟାର୍‌ କ୍ରିକେଟର୍‌ ଷ୍ଟୋକ୍ସ ଗିରଫ: ଖେଳିପାରିବେ ନାହିଁ ୪ର୍ଥ ଦିନିକିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଂଲଣ୍ଡର ଅଲରାଉଣ୍ଡର ଷ୍ଟୋକ୍ସ ୱେଷ୍ଟଇଣ୍ଡିଜ ବିପକ୍ଷ ୪ର୍ଥ ଦିନିକିଆ ଖେଳିପାରିବେ ନାହିଁ। ସେ ସୋମବାର ଇଂଲଣ୍ଡର ବ୍ରିଷ୍ଟୋଲ୍ ପୋଲିସ ଦ୍ୱାରା ଗିରଫ ହୋଇଥିବା କଥା ଜଣାପଡିଛି। ଷ୍ଟୋକ୍‌ଙ୍କ ସହ ଆଲେକ୍ସ ହେଲ୍ସ ମଧ୍ୟ ୪ର୍ଥ ଦିନିକିଆ ଖେଳିପାରିବେ ନାହିଁ। ବ୍ରିଷ୍ଟୋଲ ପୋଲିସ ହେଲ୍ସଙ୍କୁ ପଚରାଉଚରା କରିବାକୁ ଡକାଇଛି। ଏପର୍ଯ୍ୟନ୍ତ ଷ୍ଟୋକ୍ସ କଣ ପାଇଁ ଗିରଫ ହୋଇଥିଲେ ସ୍ପଷ୍ଟ ହୋଇନାହିଁ। ତଥାବି ବ୍ରିଷ୍ଟୋଲରେ ଜଣେ ବ୍ୟକ୍ତିଙ୍କ ସହ ଷ୍ଟୋକ୍ସ ଗଣ୍ଡଗୋଳ କରିଥିବା କଥା ସମ୍ନାକୁ ଆସିଛି। […]

Rakesh Mallick
  • Published: Tuesday, 26 September 2017
  • , Updated: 26 September 2017, 03:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଂଲଣ୍ଡର ଅଲରାଉଣ୍ଡର ଷ୍ଟୋକ୍ସ ୱେଷ୍ଟଇଣ୍ଡିଜ ବିପକ୍ଷ ୪ର୍ଥ ଦିନିକିଆ ଖେଳିପାରିବେ ନାହିଁ। ସେ ସୋମବାର ଇଂଲଣ୍ଡର ବ୍ରିଷ୍ଟୋଲ୍ ପୋଲିସ ଦ୍ୱାରା ଗିରଫ ହୋଇଥିବା କଥା ଜଣାପଡିଛି। ଷ୍ଟୋକ୍‌ଙ୍କ ସହ ଆଲେକ୍ସ ହେଲ୍ସ ମଧ୍ୟ ୪ର୍ଥ ଦିନିକିଆ ଖେଳିପାରିବେ ନାହିଁ। ବ୍ରିଷ୍ଟୋଲ ପୋଲିସ ହେଲ୍ସଙ୍କୁ ପଚରାଉଚରା କରିବାକୁ ଡକାଇଛି। ଏପର୍ଯ୍ୟନ୍ତ ଷ୍ଟୋକ୍ସ କଣ ପାଇଁ ଗିରଫ ହୋଇଥିଲେ ସ୍ପଷ୍ଟ ହୋଇନାହିଁ। ତଥାବି ବ୍ରିଷ୍ଟୋଲରେ ଜଣେ ବ୍ୟକ୍ତିଙ୍କ ସହ ଷ୍ଟୋକ୍ସ ଗଣ୍ଡଗୋଳ କରିଥିବା କଥା ସମ୍ନାକୁ ଆସିଛି। ଯାହାକୁ ନେଇ ଷ୍ଟୋକ୍ସଙ୍କୁ ଗିରଫ କରିଥିଲା ବ୍ରିଷ୍ଟୋଲ ପୋଲିସ। ଏହି ଗଣ୍ଡଗୋଳ ସମୟରେ ଷ୍ଟୋକ୍ସଙ୍କ ସହ ହେଲ୍ସ ଥିବାରୁ ପୋଲିସ ହେଲ୍ସଙ୍କୁ ମଧ୍ୟ ତଦନ୍ତରେ ସହଯୋଗ କରିବା ପାଇଁ ଅଟକ ରଖିଥିଲା। ଏଭଳି ପରିସ୍ଥିତିରେ ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ ସ୍ପଷ୍ଟ କରିଛି ଯେ ଷ୍ଟୋକ୍ସଙ୍କୁ ପୋଲିସ ଗିରଫ କରିଥିଲା କିନ୍ତୁ କିଛି ସମୟ ପରେ ତାଙ୍କୁ ଛାଡିଦେଇଥିଲା। ଫଳରେ ବୁଧବାର ହେବାକୁ ଥିବା ୱେଷ୍ଟଇଣ୍ଡିଜ ସହ ମ୍ୟାଚ୍‌ରେ ଷ୍ଟୋକ୍ସ ଖେଳିବେନାହିଁ।

Related story