ଷ୍ଟୁଆର୍ଡ ଲ’ଙ୍କ ‘ନା’ ପରେ ମୁଖ୍ୟ ପ୍ରଶିକ୍ଷକ ପଦକୁ ନେଇ ଚିନ୍ତରେ ପିସିବି

କରାଚି: ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ ପ୍ରଶିକ୍ଷକ ଚୟନକୁ ନେଇ ଦ୍ୱନ୍ଦରେ ପଡିଛି। ଅଷ୍ଟ୍ରେଲିଆର ଷ୍ଟୁଆର୍ଡ ଲ’ ତତ୍‌କ୍ଷଣାତ ଯୋଗ ଦେବା ନେଇ ଅସମର୍ଥତା ପ୍ରକାଶ କରିବା ପରେ ପିସିବିର ଚିନ୍ତା ବଢିଯାଇଛି। ପାକିସ୍ତାନ କ୍ରିକେଟ୍‌ ବୋର୍ଡ ପକ୍ଷରୁ ଷ୍ଟୁଆର୍ଡ ଲ’ଙ୍କୁ ବୁଝାସୁଝା କରାଯାଉଛି। ଯଦି ସେ ନ ବୁଝନ୍ତି ତେବେ ଇଂଲଣ୍ଡର ଆଣ୍ଡି ମୋଲ୍ସ ଓ ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ ବ୍ୟାଟ୍ସମ୍ୟାନ୍‌ ଡିନ୍‌ ଜୋନ୍ସଙ୍କ ମଧ୍ୟରୁ ମୁଖ୍ୟ ପ୍ରିଶିକ୍ଷକ ଚୟନ କରାଯିବ। ପିସିବି ଅଧ୍ୟକ୍ଷ ଶାହାରୟାର […]

stuart-law-australia-2015

Rakesh Mallick
  • Published: Thursday, 05 May 2016
  • , Updated: 05 May 2016, 02:40 PM IST

କରାଚି: ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ ପ୍ରଶିକ୍ଷକ ଚୟନକୁ ନେଇ ଦ୍ୱନ୍ଦରେ ପଡିଛି। ଅଷ୍ଟ୍ରେଲିଆର ଷ୍ଟୁଆର୍ଡ ଲ’ ତତ୍‌କ୍ଷଣାତ ଯୋଗ ଦେବା ନେଇ ଅସମର୍ଥତା ପ୍ରକାଶ କରିବା ପରେ ପିସିବିର ଚିନ୍ତା ବଢିଯାଇଛି। ପାକିସ୍ତାନ କ୍ରିକେଟ୍‌ ବୋର୍ଡ ପକ୍ଷରୁ ଷ୍ଟୁଆର୍ଡ ଲ’ଙ୍କୁ ବୁଝାସୁଝା କରାଯାଉଛି। ଯଦି ସେ ନ ବୁଝନ୍ତି ତେବେ ଇଂଲଣ୍ଡର ଆଣ୍ଡି ମୋଲ୍ସ ଓ ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ ବ୍ୟାଟ୍ସମ୍ୟାନ୍‌ ଡିନ୍‌ ଜୋନ୍ସଙ୍କ ମଧ୍ୟରୁ ମୁଖ୍ୟ ପ୍ରିଶିକ୍ଷକ ଚୟନ କରାଯିବ।

ପିସିବି ଅଧ୍ୟକ୍ଷ ଶାହାରୟାର ଖାନ୍‌ କହିଛନ୍ତି,“ଆମେ ମୁଖ୍ୟ ପ୍ରଶିକ୍ଷକ ନୁଯୁକ୍ତି ନେଇ ଦ୍ୱନ୍ଦରେ ରହିଛୁ। ଷ୍ଟୁଆର୍ଡ ଲ’ ଆମର ପ୍ରଥମ ପସନ୍ଦ ଥିଲେ। ସେ ମନା କରିବା ପରେ ଆମେ ଏବେ ଚିନ୍ତାରେ ରହିଛୁ। ”

ସେ ଆହୁରି ମଧ୍ୟ କହିଛନ୍ତି,“ପାକିସ୍ତାନର ମୁଖ୍ୟ ପ୍ରଶିକ୍ଷକ ପାଇଁ ଲ’ ଇଚ୍ଛା ପ୍ରକାଶ କରିଥିଲେ ମଧ୍ୟ ସେ ଏବେ ଅନ୍ୟ ଏକ ପଦବୀକୁ ବେଶୀ ଗୁରୁତ୍ୱ ଦେଉଛନ୍ତି। ସେ ଖୁବ୍‌ଶୀଘ୍ର ଏହି ପଦବୀରେ ଯୋଗ ଦେବେ।”

ସୂଚନାଯୋଗ୍ୟ, ପୁର୍ବତନ ଅଷ୍ଟ୍ରେଲିଆ ଟେଷ୍ଟ ବ୍ୟାଟ୍ସମ୍ୟାନ୍‌ ଷ୍ଟୁଆର୍ଡ ଲ’ ଜୁଲାଇରୁ ସେପ୍ଟେମ୍ବରରେ ଶ୍ରୀଲଙ୍କା ଗସ୍ତରେ ଯାଉଥିବା ଅଷ୍ଟ୍ରେଲିଆ ଦଳର ବ୍ୟାଟିଂ ପ୍ରଶିକ୍ଷକ ଭାବେ ଚୁକ୍ତିଭୁକ୍ତ ହୋଇଛନ୍ତି। ନଭେମ୍ବର-ଡିସେମ୍ବର ମାସରେ ପାକିସ୍ତାନ ଅଷ୍ଟ୍ରେଲିଆ ଗସ୍ତରେ ସେ ଯୋଗଦାନ କରିପାରିବେ ନାହିଁ ବୋଲି ପିସିବିକୁ କହିଛନ୍ତି।

Related story