ସଲାମ୍ ସୁଦୀପ୍ତା, ମାଗଣାରେ ଶିଖାଉଛନ୍ତି ଆତ୍ମରକ୍ଷା କୌଶଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହିଳା ସଶକ୍ତିକରଣ ଲାଗି ଅନେକେ ଭିନ୍ନ ଭିନ୍ନ ପ୍ରୟାସ କରିଥାନ୍ତି। ମାତ୍ର ଜଣେ ମହିଳା ସଶକ୍ତ ହେବାକୁ ହେଲେ ନିଜ ସୁରକ୍ଷା ନିଜେ କରିବାର କ୍ଷମତା ରହିବାର ଆବଶ୍ୟକତା ରହିଛି। ମହିଳା ହୁଅନ୍ତୁ ବା ସେ ଯୁବତୀ ମନୋବଳକୁ ଦୃଢ଼ କରିବା ପରେ ଭିନ୍ନ ଏକ ପ୍ରୟାସ ୧୮ ବର୍ଷ ଧରି ଜାରି ରଖିଛନ୍ତି କଟକର ଜଣେ ମହିଳା। ଏହି ମହିଳା ଜଣଙ୍କ ହେଲେ ସୁଦୀପ୍ତା ନନ୍ଦ। ସାହି ବସ୍ତି ହେଉ ବା […]

sudipta4

sudipta4

Ranjit Kumar Jena
  • Published: Friday, 06 March 2020
  • Updated: 06 March 2020, 10:32 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହିଳା ସଶକ୍ତିକରଣ ଲାଗି ଅନେକେ ଭିନ୍ନ ଭିନ୍ନ ପ୍ରୟାସ କରିଥାନ୍ତି। ମାତ୍ର ଜଣେ ମହିଳା ସଶକ୍ତ ହେବାକୁ ହେଲେ ନିଜ ସୁରକ୍ଷା ନିଜେ କରିବାର କ୍ଷମତା ରହିବାର ଆବଶ୍ୟକତା ରହିଛି। ମହିଳା ହୁଅନ୍ତୁ ବା ସେ ଯୁବତୀ ମନୋବଳକୁ ଦୃଢ଼ କରିବା ପରେ ଭିନ୍ନ ଏକ ପ୍ରୟାସ ୧୮ ବର୍ଷ ଧରି ଜାରି ରଖିଛନ୍ତି କଟକର ଜଣେ ମହିଳା। ଏହି ମହିଳା ଜଣଙ୍କ ହେଲେ ସୁଦୀପ୍ତା ନନ୍ଦ। ସାହି ବସ୍ତି ହେଉ ବା କଲେଜ ହେଉ ପ୍ରତିଟି ସ୍ଥାନରେ ଆତ୍ମରକ୍ଷା ଲାଗି ମାଗଣାରେ ଦେଉଛନ୍ତି ପ୍ରଶିକ୍ଷଣ। ସୁଦିପ୍ତା ଜଣେ ଟାଏକ୍ୱୋଣ୍ଡୋ ବ୍ଲାକ ବେଲ୍ଟ ଖେଳାଳି। ଆଜି ସୁଦୀପ୍ତାଙ୍କ ଏହି ପ୍ରୟାସରେ ଅନେକ ମହିଳା , ଯୁବତୀ ନିଜକୁ ସୁରକ୍ଷିତ କରିବା ସହିତ ଜିଲ୍ଲା ଓ ରାଜ୍ୟ ସ୍ତରରେ ପ୍ରତିଯୋଗିତାରେ ଭାଗ ନେଇ ଅନେକ ସୁନାମ ମଧ୍ୟ ଅର୍ଜନ କରିଛନ୍ତି।

ଟାଏକ୍ୱୋଣ୍ଡୋ ଖେଳରେ ସୁଦୀପ୍ତା ଅନେକ ସୁନାମ ଅର୍ଜନ କରିଛନ୍ତି। ଜିଲ୍ଲା ସ୍ତରରେ ହେଉବା ରାଜ୍ୟ ସ୍ତରରେ ଅବା ଜାତୀୟ ସ୍ତରରେ ନିଜର କମାଲ ମଧ୍ୟ ଦେଖାଇଛନ୍ତି ଏହି ମହିଳା ଖେଳାଳି। ନିଜେ ଶିକ୍ଷିଥିବା ଟାଏକ୍ୱୋଣ୍ଡୋର ଶିକ୍ଷା କ୍ଷେତ୍ରରେ ନିଜକୁ ସୀମିତ ନରଖି ଅନ୍ୟମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି। ବ୍ୟବସାୟିକ ଭିତ୍ତିରେ ନୁହେଁ ବରଂ ମାଗଣାରେ ପ୍ରଦାନ କରୁଛନ୍ତି ଟାଏକ୍ୱୋଣ୍ଡୋ ବାବଦୀୟ ଟ୍ରେନିଂ। ସେ ଏହି ସମସ୍ତ ଟ୍ରେନିଂ ବସ୍ତିର କୁନିକୁନି ପିଲାଙ୍କୁ ଓ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ପ୍ରଦାନ କରୁଛନ୍ତି। ଏହି ଟ୍ରେନିଂ ଦେବା ସମୟରେ ଅନେକ ସ୍ଥାନରେ ବିରୋଧର ଶିକାର ହୋଇଥିଲେ ମଧ୍ୟ ସବୁ ପରିସ୍ଥିତିକୁ ସାମ୍ନା କରି ନିଜର ଅଭିଯାନ ଜାରି ରଖିଛନ୍ତି ସୁଦୀପ୍ତା।

ସୁଦିପ୍ତାଙ୍କ କ୍ୟାରିୟର ମଧ୍ୟରେ ଟାଏକ୍ୱୋଣ୍ଡୋ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ପିଲାଟି ଦିନରୁ ହିଁ ଟାଏକ୍ୱୋଣ୍ଡୋ ଖେଳ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଥିଲା। ବାପା ଓ ମାଙ୍କ ସହଯୋଗରେ ଏକ ସ୍ୱତନ୍ତ୍ର କୋଚିଂ ସେଣ୍ଟରରେ ଟାଏକ୍ୱୋଣ୍ଡୋର ଶିକ୍ଷା ଗ୍ରହଣ କରିଥିଲେ। ୨୦୦୦ ମସିହାରେ ଟାଏକ୍ୱୋଣ୍ଡୋକୁ ନିଜ କ୍ୟାରିୟର ଭାବେ ବାଛିଥିଲେ ସୁଦୀପ୍ତା। ସେହି ଦିନ ଠାରୁ ପଛକୁ ନ ଚାହିଁ ଗୋଟିଏ ପରେ ଗୋଟିଏ ସଫଳତାର ପାହଚ ଚ଼ଢିଚାଲିଥିଲେ।

ପ୍ରତିଯୋଗିତା ସମୟରେ ଅନେକ ରାଜ୍ୟକୁ ଯିବା ବେଳେ ଆମ ରାଜ୍ୟ ତୁଲନାରେ ବାହାର ରାଜ୍ୟରେ ଟାଏକ୍ୱୋଣ୍ଡୋ ଖେଳ ଲାଗି ଅନେକଙ୍କ ଇଚ୍ଛା ଶକ୍ତି ଦେଖିଥିଲେ। ତେଣୁ ଓଡ଼ିଶାରେ ମଧ୍ୟ ଟାଏକ୍ୱୋଣ୍ଡୋ ଖେଳକୁ କ୍ୟାରିୟର ଭାବେ ଗଢ଼ିବାର ଆଶା ବଢ଼ାଇଥିଲେ। ତେଣୁ ଏହି ଟାଏକ୍ୱୋଣ୍ଡୋ ଖେଳର ପ୍ରତିଭା ଖୋଜିବା ଲାଗି ସେ ୨୦୦୨ ମସିହାରୁ ଆରମ୍ଭ କରିଥିଲେ ଅଭିଯାନ। ପ୍ରଥମେ ଏକାକୀ ବସ୍ତି ବୁଲି ବୁଲି ଲୋକଙ୍କୁ ଅବଗତ କରାଇଥିଲେ।

ଅନେକ ସ୍ଥାନରେ ବିରୋଧର ଶିକାର ହେବା ପରେ ବି କିଛି ପିଲାଙ୍କୁ ନେଇ ଖୋଲା ପଡ଼ିଆରେ ଟାଏକ୍ୱୋଣ୍ଡୋର ମାଗଣା ଟ୍ରେନିଂ ଆରମ୍ଭ କରିଥିଲେ। ଏହି ଟ୍ରେନିଂ ଦେଖିବା ପରେ ଧିରେ ଧିରେ ମାନସିକତାରେ ପରିବର୍ତ୍ତନ ଆସିବା ପରେ ସୁଦୀପ୍ତା ଯେଉଁଠି ପହଞ୍ଚୁଛନ୍ତି ସେଠି ପିଲାଙ୍କ ଭିଡ ଲାଗିଯାଉଛି। ଏପିରିକି ସୁଦୀପ୍ତା ଯେଉଁ ମାନଙ୍କୁ ଟାଏକ୍ୱୋଣ୍ଡୋ ଖେଳାଳି ଭାବେ ଗଢ଼ି ତୋଳିଛନ୍ତି, ସେମାନେ ମଧ୍ୟ ମଧ୍ୟ ଏବେ ସୁଦୀପ୍ତାଙ୍କୁ ଏହି ପ୍ରୟାସରେ ସହଯୋଗ କରିଛନ୍ତି।

ଏହି ସଫଳତା ପଛରେ ସୁଦୀପ୍ତା ନିଜ ପରିବାରକୁ ଅଧିକ ଶ୍ରେୟ ଦେଇଛନ୍ତି। ନିଜ କ୍ୟାରିୟରେ ବାପା ମା'ଙ୍କ ଯେତିକି ପ୍ରୋତ୍ସାହନ ପାଇଥିଲେ, ବିବାହ ବନ୍ଧନରେ ବାନ୍ଧି ହେବା ପରେ ଶାଶୁ ଘରୁ ମଧ୍ୟ ସେଭଳି ପ୍ରୋତ୍ସାହନ ପାଉଛନ୍ତି। ଯାହାଫଳରେ ଆଜି ସେ ଦେଖିଥିବା ସ୍ୱପ୍ନକୁ ସାକାର କରିବାରେ ପରିବାରର ପ୍ରତିଟି ସଦସ୍ୟଙ୍କ ହାତ ରହିଥିବା କହିଛନ୍ତି। ତେବେ ଘରେ ଗୃହିଣୀ ସାଜି ପ୍ରତିଟି ସଦସ୍ୟଙ୍କ ଯେପରି ମନକୁ ପରଖନ୍ତି, ଘର ବାହାରେ ମଧ୍ୟ ନିଜ ଏକାଡେମୀର ପିଲା ହୁଅନ୍ତୁ ଅବା ବସ୍ତିର ପିଲା, ସମସ୍ତଙ୍କ ମନ ଜିଣିଥାନ୍ତି ସୁଦୀପ୍ତା। ଏଥିପାଇଁ ସେ ଯେଉଁଠି ବି ଗଲେ ଆପେ ଆପେ ଏକାଠି ହୋଇଯାଆନ୍ତି ବସ୍ତିର ପିଲା।

ଏହାରି ମଧ୍ୟରେ ଅନେକ ବସ୍ତି ଓ କଲେଜରେ ଟ୍ରେନିଂ ଦେବା ସମୟରେ ପାଖାପାଖି ୫୦ରୁ ଊର୍ଦ୍ଧ ପିଲାଙ୍କୁ ଏବେ ନିଜ ଖର୍ଚ୍ଚରେ ସେମାନଙ୍କ ଲାଗି ଆବଶ୍ୟକୀୟ ସମସ୍ତ ସାମଗ୍ରୀ ଯୋଗାଉଛନ୍ତି ସୁଦୀପ୍ତା। ଏହି ମଧ୍ୟରେ ସେହି ପିଲାମାନଙ୍କୁ ମାଗଣାରେ ସ୍ୱତନ୍ତ୍ର ତାଲିମ ଦେବା ପରେ କିଏ ଧଳା, ହଳଦିଆ ଓ ଗ୍ରୀନ ବେଲ୍ଟର ସ୍ତରରେ ପହଞ୍ଚି ଜିଲ୍ଲା ଓ ରାଜ୍ୟ ସ୍ତର ପାଇଁ ମଧ୍ୟ ପ୍ରତିଦ୍ୱନ୍ଦିତା କରୁଛନ୍ତି। ସେଥିରେ ଦୁଇ ମହିଲା ଖେଳାଳି ମଧ୍ୟ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story