ସୁଲତାନ୍ ଆଜଲାନ ଶାହା କପ୍‌: ଆଜି ଫାଇନାଲ୍‌ରେ ଭାରତ-ଅଷ୍ଟ୍ରେଲିଆ ଲଢ଼େଇ

ଇପୋ(ମାଲେସିଆ): ସୁଲତାନ ଆଜଲାନ ଶାହ କପ୍‌ର ଫାଇନାଲରେ ଆଜି ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ଗତକାଲି ମାଲେସିଆକୁ ୬-୧ରେ ହରାଇ ସପ୍ତମ ଥର ପାଇଁ ଭାରତୀୟ ଦଳ ଏହି କପ୍‌ର ଫାଇନାଲ୍‌ରେ ପ୍ରବେଶ କରିଥିଲା। ଭାରତ ଏହା ପୂର୍ବରୁ ୫ ଥର ଏହି କପ୍ ଜିତି ସାରିଛି। ଦଳ ୧୯୮୫, ୧୯୯୧, ୧୯୯୫, ୨୦୦୯ ଓ ୨୦୧୦ ମସିହାରେ ଏହି କପ୍ ହାତେଇ ଥିଲା।  ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ମୋଟ ୮ ଥର ଏହି ଟାଇଟଲ୍ ଜିତିଛି। […]

hokey-india

Rakesh Mallick
  • Published: Saturday, 16 April 2016
  • , Updated: 16 April 2016, 02:25 AM IST

ଇପୋ(ମାଲେସିଆ): ସୁଲତାନ ଆଜଲାନ ଶାହ କପ୍‌ର ଫାଇନାଲରେ ଆଜି ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ଗତକାଲି ମାଲେସିଆକୁ ୬-୧ରେ ହରାଇ ସପ୍ତମ ଥର ପାଇଁ ଭାରତୀୟ ଦଳ ଏହି କପ୍‌ର ଫାଇନାଲ୍‌ରେ ପ୍ରବେଶ କରିଥିଲା।

ଭାରତ ଏହା ପୂର୍ବରୁ ୫ ଥର ଏହି କପ୍ ଜିତି ସାରିଛି। ଦଳ ୧୯୮୫, ୧୯୯୧, ୧୯୯୫, ୨୦୦୯ ଓ ୨୦୧୦ ମସିହାରେ ଏହି କପ୍ ହାତେଇ ଥିଲା।  ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ମୋଟ ୮ ଥର ଏହି ଟାଇଟଲ୍ ଜିତିଛି। ୧୯୮୩, ୧୯୯୬, ୨୦୦୪, ୨୦୦୫, ୨୦୦୭, ୨୦୧୧, ୨୦୧୩ ଓ ୨୦୧୪ରେ ଦଳ ଏହି କପ୍ ଜିତି ଥିଲା।

୨୦୦୮ରେ ଭାରତୀୟ ଦଳ ଏହି କପ୍‌ରେ ରନର୍ସଅପ୍ ହୋଇଥିଲା। ସେହିପରି ୧୯୮୩, ୨୦୦୦, ୨୦୦୬,୨୦୦୭,୨୦୧୨ ଓ ୨୦୧୫ରେ ଦଳ ତୃତୀୟ ସ୍ଥାନରେ ରହିଥିଲା।

ଗତକାଲି ମାଲେସିଆ ବିପକ୍ଷ ମ୍ୟାଚ୍‌ରେ ଏସ୍‌ଭି ସୁନୀଲ(୨ୟ ମିନିଟ୍‌), ହରଜିତ ସିଂହ(୭ମ ମିନିଟ୍),ରମଣଦୀପ୍ ସିଂହ (୨୫ ଓ ୩୯ ତମ ମିନିଟ୍‌), ଡି ମୁଜତାବା(୨୭ତମ ମିନିଟ୍‌) ଓ ତଲୱିନ୍ଦର ସିଂହ(୫୦ତମ ମିନିଟ୍‌) ଭାରତ ପାଇଁ ଗୋଲ୍ କରିଥିଲେ। ମାଲେସିଆ ପକ୍ଷରୁ ଶାହ୍ରିଲ ଶାବହା(୪୬ତମ ମିନିଟ୍‌)ରେ ଗୋଟିଏ ମାତ୍ର ଗୋଲ୍ ଦେଇଥିଲେ।

ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ୬ଟି ମ୍ୟାଚ୍‌ରୁ ୧୮ ପଏଣ୍ଟ୍ ପାଇ ଶୀର୍ଷରେ ଥିବା ବେଳେ ଭାରତ ୬ଟି ମ୍ୟାଚ୍ ଖେଳି ୧୨ ପଏଣ୍ଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଛି।  ନ୍ୟୁଜିଲାଣ୍ଡ ୬ଟି ମ୍ୟାଚ୍‌ରୁ ୧୧ ପଏଣ୍ଟ୍ ପାଇ ତୃତୀୟ ସ୍ଥାନରେ ରହିଥିବା ବେଳେ ମାଲେସିଆ ୮ ପଏଣ୍ଟ୍ ସହିତ ଚତୁର୍ଥ ସ୍ଥାନରେ ରହିଛି।  ବ୍ରୋଞ୍ଜ୍ ପଦକ ପାଇଁ ଆଜି ମାଲେସିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ।

Related story