ସୁଲତାନ୍‌ ଆଜ୍‌ଲାନ୍ ଶାହା କପ୍‌:୯ମ ଥର ପାଇଁ ଅଷ୍ଟ୍ରେଲିଆ ଚାମ୍ପିଅନ୍‌,ଭାରତ ନିରାଶ

ଇପୋ(ମାଲେସିଆ): ସୁଲତାନ ଆଜଲାନ ଶାହ କପ୍‌ର ଫାଇନାଲରେ ଆଜି ଭାରତକୁ ୪-୦ରେ ହରାଇ ନବମ ଥର ପାଇଁ ଚାମ୍ପିଅନ୍‌ ହୋଇଛି ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆର ୱିଲିୟମ୍‌ କ୍ରେଗ୍‌(୨୫  ଓ ୩୫ ମିନିଟ୍) ଓ ମାଟ୍‌ ଗୋହଡେସ୍‌( ୪୩ ଓ ୫୭ ମିନିଟ୍)ଙ୍କ ଦୁଇଟି ଲେଖାଏଁ ଗୋଲ ବଳରେ ଦଳ ଚାମ୍ପିଅନ୍‌ ହୋଇଛି। ଭାରତ ଭଲ ଆରମ୍ଭ କରିଥିଲେ ମଧ୍ୟ ମଧ୍ୟାନ୍ତର ଓ ଶେଷାର୍ଦ୍ଧରେ ଏହାକୁ ବଜାୟ ରଖିପାରି ନ ଥିଲା। ଫଳରେ ଦଳ ପରାଜୟ ବରଣ କରିଛି। ଗତକାଲି […]

aus-win

Rakesh Mallick
  • Published: Saturday, 16 April 2016
  • , Updated: 16 April 2016, 05:02 PM IST

ଇପୋ(ମାଲେସିଆ): ସୁଲତାନ ଆଜଲାନ ଶାହ କପ୍‌ର ଫାଇନାଲରେ ଆଜି ଭାରତକୁ ୪-୦ରେ ହରାଇ ନବମ ଥର ପାଇଁ ଚାମ୍ପିଅନ୍‌ ହୋଇଛି ଅଷ୍ଟ୍ରେଲିଆ।

ଅଷ୍ଟ୍ରେଲିଆର ୱିଲିୟମ୍‌ କ୍ରେଗ୍‌(୨୫  ଓ ୩୫ ମିନିଟ୍) ଓ ମାଟ୍‌ ଗୋହଡେସ୍‌( ୪୩ ଓ ୫୭ ମିନିଟ୍)ଙ୍କ ଦୁଇଟି ଲେଖାଏଁ ଗୋଲ ବଳରେ ଦଳ ଚାମ୍ପିଅନ୍‌ ହୋଇଛି।

ଭାରତ ଭଲ ଆରମ୍ଭ କରିଥିଲେ ମଧ୍ୟ ମଧ୍ୟାନ୍ତର ଓ ଶେଷାର୍ଦ୍ଧରେ ଏହାକୁ ବଜାୟ ରଖିପାରି ନ ଥିଲା। ଫଳରେ ଦଳ ପରାଜୟ ବରଣ କରିଛି।

ଗତକାଲି ମାଲେସିଆକୁ ୬-୧ରେ ହରାଇ ସପ୍ତମ ଥର ପାଇଁ ଭାରତୀୟ ଦଳ ଏହି କପ୍‌ର ଫାଇନାଲ୍‌ରେ ପ୍ରବେଶ କରିଥିଲା।

ଭାରତ ୫ ଥର ଏହି କପ୍ ଜିତିଛି। ଦଳ ୧୯୮୫, ୧୯୯୧, ୧୯୯୫, ୨୦୦୯ ଓ ୨୦୧୦ ମସିହାରେ ଏହି କପ୍ ହାତେଇ ଥିଲା।  ୨୦୦୮ରେ ଭାରତୀୟ ଦଳ ଏହି କପ୍‌ରେ ରନର୍ସଅପ୍ ହୋଇଥିଲା। ସେହିପରି ୧୯୮୩, ୨୦୦୦, ୨୦୦୬, ୨୦୦୭, ୨୦୧୨ ଓ ୨୦୧୫ରେ ଦଳ ତୃତୀୟ ସ୍ଥାନରେ ରହିଥିଲା।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଏହାକୁ ମିଶାଇ ମୋଟ ୯ ଥର ଏହି ଟାଇଟଲ୍ ଜିତିଛି। ୧୯୮୩, ୧୯୯୬, ୨୦୦୪, ୨୦୦୫, ୨୦୦୭, ୨୦୧୧, ୨୦୧୩ ଓ ୨୦୧୪ରେ ଦଳ ଏହି କପ୍ ଜିତି ଥିଲା।

Related story