ଭୁବନେଶ୍ୱର: ରାଜ୍ୟ କ୍ରୀଡ଼ା ଜଗତ ପାଇଁ ଏକ ଖୁସି ଖବର। ବଡ଼ିବିଲଡ଼ିଂରେ ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ ବିଚାରକ ହେବାର ଗୌରବ ଅର୍ଜନ କରିଛନ୍ତି ସୁମିତ୍ରା ତ୍ରିପାଠୀ। ସୁମିତ୍ରାଙ୍କ ଏଭଳି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। କେବଳ ବଡ଼ିବିଲଡ଼ିଂ ନୁହେଁ, ଫିଜିକ ସ୍ପୋର୍ଟ୍ସରେ ମଧ୍ୟ ସେ ଅନ୍ତର୍ଜାତୀୟ ବିଚାରକ ହେବାର ସୌଭାଗ୍ୟ ପାଇଛନ୍ତି।
ସେ ଏବେ ଓଡ଼ିଶା ବଡ଼ି ବିଲଡ଼ିଂ ଆସୋସିଏସନର ସଭାପତି ଅଛନ୍ତି। ସେହିପରି ପୂର୍ବରୁ ସେ ବଡ଼ିବିଲଡ଼ିଂରେ ଜାତୀୟ ବିଚାରକ ଭାବେ ମଧ୍ୟ ବେଶ ସୁନାମ ଅର୍ଜନ କରିଛନ୍ତି। ସାଧାରଣତଃ ପୁରୁଷମାନେ ହିଁ ବଡ଼ିବିଲଡ଼ିଂ କରିଥା’ନ୍ତି। କିନ୍ତୁ ଖୁବ କମ ମହିଳା ଏକ୍ଷେତ୍ରରେ ପାଦ ଦେଇ ଅନ୍ୟକୁ ଚମକାଇ ଦେବାରେ ସଫଳ ହୋଇଛନ୍ତି।
ସୁମିତ୍ରା ବଡ଼ିବିଲଡ଼ିଂରେ ଅନ୍ତର୍ଜାତୀୟ ବିଚାରକ ହୋଇ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଫଳରେ ଆଗକୁ ମହିଳାମାନେ ବଡ଼ିବିଲଡ଼ିଂ ପ୍ରତି ଆକର୍ଷିତ ହେବେ ବୋଲି ଆଶା କରାଯାଉଛି। ଏବେ ସେ ଇଣ୍ଡୋନେସିଆରେ ଥିବାବେଳେ ଆସନ୍ତା ୭ରେ ସେ ଭୁବେନଶ୍ୱର ଫେରିବେ ବୋଲି ସୂଚନା ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଲିଫ୍ଟ ଦେଉଥିଲା, ଜୀବନ ନେଉଥିଲା: ୧୧ ଜଣଙ୍କୁ ମାରିବା ପରେ ଧରାପଡ଼ିଲା
ଜଣେ ମୃତକଙ୍କ ପୀଠରେ ଅଭିଯୁକ୍ତ ଜଣକ ପିଠିରେ ଧୋକା ବାଜ ବୋଲି ଲେଖିଥିଲା। ପୀଡ଼ିତ ଜଣଙ୍କ ପୂର୍ବତନ ସେନା କର୍ମଚାରୀ। ସେ ଗୋଟିଏ ଘରୋଇ ଫ୍ୟାକ୍ଟ୍ରୀରେ ସିକ୍ୟୁରିଟୀ ଗାର୍ଡ ଭାବେ କାମ କରୁଥିଲେ।
Politics
କଂଗ୍ରେସକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସିଧା ହମଲା, କହିଲେ ଏମିତି କଥା
ମୋଦି ଦାବି କରିଛନ୍ତି ଯେ ବାବା ସାହେବ ଆମ୍ବେଦକର ଭାରତର ଜଳ ସଂରକ୍ଷଣ ନୀତିକୁ ଉପଯୁକ୍ତ ରୂପ ଦେବାକୁ ଚେଷ୍ଟା କରୁଥିବା ବେଳେ କଂଗ୍ରେସ ନିୟମିତ ଭାବେ ତାଙ୍କ ଅବଦାନକୁ ଅଣଦେଖା କରି ଆସୁଥିଲା।
Politics
ଚର୍ଚ୍ଚାରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହଙ୍କ ମନ୍ତବ୍ୟ; କହିଲେ- ନବୀନ ଓ ନୀତୀଶଙ୍କୁ ଭାରତରତ୍ନ ମିଳିବା ଉଚିତ
ନୀତୀଶ କୁମାରଙ୍କ ଦଳ ଏବେ ବିଜେପି ନେତୃତ୍ୱାଧୀନ ଏନ୍ଡିଏରେ ଅଛି। ନବୀନଙ୍କ ନେତୃତ୍ୱାଧୀନ ବିଜେଡି ଏକଦା ଏନ୍ଡିଏରେ ଥିଲା।
National
୬ ଜଣଙ୍କୁ ବାହା ହୋଇ ଟଙ୍କା ଓ ଅଳଙ୍କାର ନେଇ ପଳାଇଥିଲେ, ୭ମ ଉଦ୍ୟମରେ ଧରା ପଡ଼ିଲେ ମହିଳା
ମହିଳା ଜଣଙ୍କ ଧରା ପଡ଼ିବା ପରେ ତାଙ୍କ ପଛରେ କାମ କରୁଥିବା ପୂରା ରାକେଟର ପର୍ଦ୍ଦାଫାସ ହୋଇଛି।
Politics
‘ମୌକା ମୌକା ହର ବାର ଧୋକା’: ଆପ ଓ ବିଜେପି ପାଇଁ କଂଗ୍ରେସ ଜାରି କଲା ବହି
ଦିଲ୍ଲୀ ପାଇଁ ବିଜେପି ଓ ଆପ୍ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାରେ ବାରମ୍ବାର ବିଫଳ ହୋଇଥିବାରୁ କଂଗ୍ରେସ ମୌକା ମୌକା ହର ବାର ଧୋକା ବହି ରିଲିଜ କରିଥିବା କହିଛି।