ରୋହିତଙ୍କ ଉପରେ ଗାଭାସ୍କର ଖପ୍ପା, କହିଲେ- କ୍ଷମା କରାଯାଇପାରିବନି

ବ୍ରିସ୍‌ବେନ୍‌: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନ୍‌ରେ ଚାଲିଥିବା ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ବର୍ଷା ସାଜିଲା ବାଧକ। ଭାରତର ପ୍ରଥମ ଇନିଂସ୍‌ରେ ମାତ୍ର ୨୬ ଓଭର ଖେଳ ହୋଇଥିବା ବେଳେ ବର୍ଷା ହୋଇଥିଲା। ଫଳରେ ଖେଳ ଆଉ ଆଗକୁ ବଢ଼ିପାରି ନଥିଲା। ଶେଷରେ ଷ୍ଟମ୍ପ ଅପସାରଣ କରି ଦିଆଯାଇଥିଲା। ଭାରତ ଆଜି ୨ଟି ୱିକେଟ୍ ହରାଇ ୨୬ ରନ୍ କରିଛି। ଚେତେଶ୍ୱର ପୂଜାରା ଓ ଅଧିନାୟକ ଆଜିଙ୍କ୍ୟ ରାହାଣେ ଯଥାକ୍ରମେ ୮ […]

rohit

rohit

Jitendra Garnayak
  • Published: Saturday, 16 January 2021
  • Updated: 16 January 2021, 03:03 PM IST

Sports

Latest News

ବ୍ରିସ୍‌ବେନ୍‌: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନ୍‌ରେ ଚାଲିଥିବା ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ବର୍ଷା ସାଜିଲା ବାଧକ। ଭାରତର ପ୍ରଥମ ଇନିଂସ୍‌ରେ ମାତ୍ର ୨୬ ଓଭର ଖେଳ ହୋଇଥିବା ବେଳେ ବର୍ଷା ହୋଇଥିଲା। ଫଳରେ ଖେଳ ଆଉ ଆଗକୁ ବଢ଼ିପାରି ନଥିଲା। ଶେଷରେ ଷ୍ଟମ୍ପ ଅପସାରଣ କରି ଦିଆଯାଇଥିଲା।

ଭାରତ ଆଜି ୨ଟି ୱିକେଟ୍ ହରାଇ ୨୬ ରନ୍ କରିଛି। ଚେତେଶ୍ୱର ପୂଜାରା ଓ ଅଧିନାୟକ ଆଜିଙ୍କ୍ୟ ରାହାଣେ ଯଥାକ୍ରମେ ୮ ଓ ୨ ରନ୍ କରି ଅପରାଜିତ ଅଛନ୍ତି।

ଅଷ୍ଟ୍ରେଲିଆକୁ ୩୬୯ ରନ୍‌ରେ ଆଉଟ୍ କରିବା ପରେ ଭାରତୀୟ ଦଳ ବ୍ୟାଟିଂ ଆରମ୍ଭ କରିଥିଲା। ତେବେ ୬.୨ ଓଭରରେ ମାତ୍ର ୭ ରନ୍ କରି ପ୍ରଥମେ ଆଉଟ୍ ହୋଇଥିଲେ ଶୁବମନ ଗିଲ୍‌। ପ୍ୟାଟ୍‌ କମିନ୍ସଙ୍କ ବଲ୍‌ରେ ସେ ଷ୍ଟିଭ୍ ସ୍ମିଥ୍‌ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଏହାପରେ ୧୯.୫ ଓଭରରେ ରୋହିତ ଶର୍ମା ଆଉଟ୍ ହୋଇଥିଲେ। ନାଥନ ଲିୟନଙ୍କ ବଲ୍‌ରେ ମିଚେଲ୍ ଷ୍ଟାର୍କଙ୍କ ଦ୍ୱାରା ସେ କ୍ୟାଚ୍ ଆଉଟ୍ ହୋଇଥିଲେ। ରୋହିତ ୭୪ଟି ବଲ୍‌ରେ ୬ଟି ଚୌକା ସହାୟତାରେ ୪୪ ରନ୍ କରିଥିଲେ।

ଭଲ ଖେଳୁଥିବା ରୋହିତ ଶର୍ମାଙ୍କ ଆଉଟ୍‌କୁ ଅନେକ କ୍ରିକେଟ୍‌ ପ୍ରେମୀ ସହଜରେ ଗ୍ରହଣ କରିପାରି ନାହାନ୍ତି। କାରଣ ତାଙ୍କ ଭଳି ଅଭିଜ୍ଞ ଖେଳାଳି କ୍ରିଜ୍‌ରେ ଅଧିକରୁ ଅଧିକ ସମୟ ରହିବାର ଆବଶ୍ୟକତା ରହିଥିଲା। ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୩୬୯ ରନ୍ କରିଥିବା ବେଳେ ଭାରତ ଅନଭିଜ୍ଞ ବୋଲରଙ୍କୁ ନେଇ ଖେଳୁଛି। ତେଣୁ ମ୍ୟାଚ୍‌କୁ ନିୟନ୍ତ୍ରଣରେ ରଖିବାକୁ ହେଲେ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ମାନଙ୍କୁ କ୍ରିଜ୍‌ରେ ଅଧିକ ସମୟ ରହି ରନ୍ ସଂଗ୍ରହ କରିବାର ଆବଶ୍ୟକତା ରହିଛି। ଦ୍ୱିତୀୟରେ ରୋହିତ ଖରାପ ଶଟ୍ ଚୟନ କରି ଆଉଟ୍ ହୋଇଥିଲେ। ଧୈର୍ଯ୍ୟହରା ହୋଇପଡ଼ିବାରୁ ସେ ଆଉଟ୍ ହେଲେ ବୋଲି କୁହାଯାଉଛି।

ରୋହିତ ଆଉଟ୍ ହେବା ପରେ ସୁନୀଲ ଗାଭାସ୍କରଙ୍କ ଭଳି ମହାନ ଖେଳାଳି ମଧ୍ୟ ନିଜ ପ୍ରତିକ୍ରିୟାକୁ ଚାପି ରଖିପାରିଲେ ନାହିଁ। ସେ ରୋହିତଙ୍କ ଉପରେ ଖପ୍ପା ହୋଇଯାଇଥିଲେ। ସେ ତାଙ୍କୁ ‘ଦାୟିତ୍ୱହୀନ’ ବ୍ୟାଟ୍ସମ୍ୟାନ ବୋଲି କହିଥିଲେ। ଚ୍ୟାନେଲ୍ ୭ରେ ସିଧାପ୍ରସାରଣରେ ଗାଭାସ୍କର ଏମିତି ଖୋଲାଖୋଲି ଭାବେ ରୋହିତଙ୍କୁ ସମାଲୋଚନା କରିଥିଲେ।

ରୋହିତଙ୍କ ଉଦ୍ଦେଶ୍ୟରେ ଗାଭାସ୍କାର କହିଥିଲେ, ‘କାହିଁକି? ଏହା ଏକ ଅବିଶ୍ୱାସନୀୟ ଶଟ୍‌। ଏହା ଏକ ଦାୟିତ୍ୱହୀନ ଶଟ୍‌। ଲଙ୍ଗ୍ ଅନ୍‌ରେ ଜଣେ ଫିଲ୍‌ଡର ଅଛି। ସ୍କୋୟାର ଲେଗ୍‌ରେ ବି ଫିଲଡର ଅଛି। କିଛି ସମୟ ପୂର୍ବରୁ ତୁମେ ବାଉଣ୍ଡ୍ରୀ ମାରିଥିଲ। ଏବେ କାହିଁକି ଏମିତି ଶଟ୍ ଖେଳିଲ। ତୁମେ ଜଣେ ବରିଷ୍ଠ ଖେଳାଳି। ତୁମକୁ ଏହି ଶଟ୍ ପାଇଁ ଆଦୌ କ୍ଷମା କରାଯାଇପାରିବ ନାହିଁ।’

ଗାଭାସ୍କର ଆହୁରି କହିଥିଲେ ଯେ ରୋହିତ ତାଙ୍କ ୱିକେଟ୍ ଫିଙ୍ଗି ଦେଇ ଚାଲିଗଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story