ତ୍ରୁଟିପୂର୍ଣ୍ଣ ବୋଲିଂ ଆକ୍ସନ ପାଇଁ ସୁନିଲ ନାରିନ ବାସନ୍ଦ

ଦୁବାଇ: ୱେଷ୍ଟଇଣ୍ଡିଜ୍ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ ଶକ୍ତ ଧକ୍କା ଲାଗିଛି। ତ୍ରୁଟିପୂର୍ଣ୍ଣ ବୋଲିଂ ଆକ୍ସନ ପାଇଁ ଦିନିକିଆ ଓ ଟି-ଟ୍ୱେଣ୍ଟିର ନମ୍ବର ୱାନ ବୋଲର ତଥା ଅଫ୍ ସ୍ପିନର ସୁନୀଲ ନାରିନଙ୍କୁ ଆଇସିସି ରବିବାର ବାସନ୍ଦ କରିଛି। ଆଉ ଆନ୍ତର୍ଜାତୀୟ କ୍ରିକେଟରେ ନାରିନଙ୍କ ବୋଲିଂ ଯାଦୁ ଦେଖିବାକୁ ମିଳିବ ନାହିଁ। ଆଇସିସିର ନିୟମ ଅନୁଯାଇ ନାରିନଙ୍କ ସମ୍ପର୍କରେ ସମସ୍ତ ଜାତୀୟ ତଥା ଆନ୍ତର୍ଜାତୀୟ କ୍ରିକେଟ ଫେଡେରେସନଙ୍କୁ ଅବଗତ କରିଦିଆଯାଇଛି। ମିଳିଥିବା ସୂଚନା ମୁତାବକ ବୋଲିଂ କରିବା ବେଳେ ସୁନୀଲଙ୍କ […]

sunil-narin

sunil-narin

Rakesh Mallick
  • Published: Sunday, 29 November 2015
  • Updated: 14 December 2015, 11:23 AM IST

Sports

Latest News

ଦୁବାଇ: ୱେଷ୍ଟଇଣ୍ଡିଜ୍ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ ଶକ୍ତ ଧକ୍କା ଲାଗିଛି। ତ୍ରୁଟିପୂର୍ଣ୍ଣ ବୋଲିଂ ଆକ୍ସନ ପାଇଁ ଦିନିକିଆ ଓ ଟି-ଟ୍ୱେଣ୍ଟିର ନମ୍ବର ୱାନ ବୋଲର ତଥା ଅଫ୍ ସ୍ପିନର ସୁନୀଲ ନାରିନଙ୍କୁ ଆଇସିସି ରବିବାର ବାସନ୍ଦ କରିଛି। ଆଉ ଆନ୍ତର୍ଜାତୀୟ କ୍ରିକେଟରେ ନାରିନଙ୍କ ବୋଲିଂ ଯାଦୁ ଦେଖିବାକୁ ମିଳିବ ନାହିଁ। ଆଇସିସିର ନିୟମ ଅନୁଯାଇ ନାରିନଙ୍କ ସମ୍ପର୍କରେ ସମସ୍ତ ଜାତୀୟ ତଥା ଆନ୍ତର୍ଜାତୀୟ କ୍ରିକେଟ ଫେଡେରେସନଙ୍କୁ ଅବଗତ କରିଦିଆଯାଇଛି।

ମିଳିଥିବା ସୂଚନା ମୁତାବକ ବୋଲିଂ କରିବା ବେଳେ ସୁନୀଲଙ୍କ ହାତ ୧୬ ଡିଗ୍ରୀରୁ ଅଧିକ ରହିଛି। ଏହା ଆଇସିସି ନିୟମକୁ ଉଲ୍ଲଂଘନ କରୁଛି। ଏ ନେଇ ନଭେମ୍ବରରେ ଶ୍ରୀଲଙ୍କା ବିପକ୍ଷ ତୃତୀୟ ଦିନିକିଆରେ ଖେଳୁଥିବା ବେଳେ ଅଭିଯୋଗ ଆସିଥିଲା।

ଗତ ୧୭ ତାରିଖରେ ଆଇସିସିର ସ୍ୱତନ୍ତ୍ର ଟେଷ୍ଟିଂ ସେଣ୍ଟରରେ ନାରିନଙ୍କ ବୋଲିଂ ପରୀକ୍ଷା କରାଯାଇଥିଲା। ଏଥିରେ ନେଭେଟିଭ ଆସିଥିଲା। ଏହାପରେ ଆଇସିସି ତେଙ୍କ ବିରୋଧରେ ଏପରି ନିଷ୍ପତ୍ତି ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos