ପ୍ରଥମେ ବୋଲିଂ କରିବ ହାଇଦ୍ରାବାଦ, ପଞ୍ଜାବରୁ ମୟଙ୍କ ଅଗ୍ରୱାଲ ଆଉଟ

ଦୁବାଇ: ଆଇପିଏଲର ୪୩ତମ ମ୍ୟାଚ୍‌ରେ ସନ ରାଇଜର୍ସ ହାଇଦ୍ରାବାଦ ଓ କିଙ୍ଗସ ଏକାଦଶ ପଞ୍ଜାବ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍‌ରେ ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ଣ୍ଣର ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ କେଏଲ ରାହୁଲଙ୍କ ପଞ୍ଜାବ ପ୍ରଥମେ ବ୍ୟାଟିଂ କରିବ। ଏହି ମ୍ୟାଚ୍‌ଟି ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ପଞ୍ଜାବ ଏବେ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ଥିବା ବେଳେ ହାଇଦ୍ରାବାଦ ୫ମ ସ୍ଥାନରେ ରହିଛି। ତେଣୁ ପ୍ଲେ-ଅଫ […]

fu

Hemant Lenka
  • Published: Saturday, 24 October 2020
  • , Updated: 24 October 2020, 07:37 PM IST

ଦୁବାଇ: ଆଇପିଏଲର ୪୩ତମ ମ୍ୟାଚ୍‌ରେ ସନ ରାଇଜର୍ସ ହାଇଦ୍ରାବାଦ ଓ କିଙ୍ଗସ ଏକାଦଶ ପଞ୍ଜାବ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍‌ରେ ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ଣ୍ଣର ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ କେଏଲ ରାହୁଲଙ୍କ ପଞ୍ଜାବ ପ୍ରଥମେ ବ୍ୟାଟିଂ କରିବ।

ଏହି ମ୍ୟାଚ୍‌ଟି ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ପଞ୍ଜାବ ଏବେ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ଥିବା ବେଳେ ହାଇଦ୍ରାବାଦ ୫ମ ସ୍ଥାନରେ ରହିଛି। ତେଣୁ ପ୍ଲେ-ଅଫ ଦିଗରେ ବଢ଼ିବା ପାଇଁ ଉଭୟ ଦଳକୁ ଏହି ମ୍ୟାଚ୍‌ ଜିତିବା ନିହାତି ଜରୁରୀ।

ପଞ୍ଜାବ ତା’ର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ଜବରଦସ୍ତ ଫର୍ମରେ ଥିବା ମୟଙ୍କ ଅଗ୍ରୱାଲଙ୍କ ବଦଳରେ ମନଦୀପ ସିଂହ ଓ ଜିମ୍ମି ନୀଶମଙ୍କ ବଦଳରେ କ୍ରିସ ଜୋର୍ଡାନଙ୍କୁ ସାମିଲ କରାଯାଇଛି। ଏହାର ଅର୍ଥ ଆଜି କେଏଲ ରାହୁଲଙ୍କ ସହ କ୍ରିସ ଗେଲ୍‌ ଇନିଂସ ଆରମ୍ଭ କରିପାରନ୍ତି। ସେହିପରି ହାଇଦ୍ରାବାଦ ଶେହବାଜ ନଦୀମଙ୍କ ବଦଳରେ ଖଲୀଲ ଅହମ୍ମଦଙ୍କୁ ସୁଯୋଗ ଦେଇଛି।

Related story