ପ୍ରଥମେ ବୋଲିଂ କରିବ ହାଇଦ୍ରାବାଦ: ୱିଲିୟମସନ ଆଉଟ, ହୋଲ୍‌ଡର ଇନ୍‌

ଦୁବାଇ: ଆଇପିଏଲର ୪୦ତମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ସନ ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ। ଏହି ମ୍ୟାଚ୍‌ରେ ଟସ୍‌ ଜିତି ଡାଭିଡ ୱାର୍ଣ୍ଣର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରିବ। ଉଭୟ ଦଳ ପାଇଁ ଏହି ମ୍ୟାଚ୍‌ଟି ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ରାଜସ୍ଥାନ ପଏଣ୍ଟ ଟେବୁଲର ୬ଷ୍ଠରେ ଥିବା ବେଳେ ହାଇଦ୍ରାବାଦ ୭ମ ସ୍ଥାନରେ ରହିଛି। ତେଣୁ ଉଭୟ ଦଳ ଏହି ମ୍ୟାଚ୍‌କୁ ଜିତି ପ୍ଲେ-ଅଫ ଦୌଡ଼ରେ […]

rt

Hemant Lenka
  • Published: Thursday, 22 October 2020
  • , Updated: 22 October 2020, 07:09 PM IST

ଦୁବାଇ: ଆଇପିଏଲର ୪୦ତମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ସନ ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ। ଏହି ମ୍ୟାଚ୍‌ରେ ଟସ୍‌ ଜିତି ଡାଭିଡ ୱାର୍ଣ୍ଣର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରିବ। ଉଭୟ ଦଳ ପାଇଁ ଏହି ମ୍ୟାଚ୍‌ଟି ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ରାଜସ୍ଥାନ ପଏଣ୍ଟ ଟେବୁଲର ୬ଷ୍ଠରେ ଥିବା ବେଳେ ହାଇଦ୍ରାବାଦ ୭ମ ସ୍ଥାନରେ ରହିଛି। ତେଣୁ ଉଭୟ ଦଳ ଏହି ମ୍ୟାଚ୍‌କୁ ଜିତି ପ୍ଲେ-ଅଫ ଦୌଡ଼ରେ ନିଜର ଦାବିଦାରକୁ ଅଧିକ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିବେ।

ଏହି ମ୍ୟାଚ୍‌ରେ ହାଇଦ୍ରାବାଦ ଦୁଇଟି ପରିବର୍ତ୍ତନ କରିଛି। କେନ୍‌ ୱିଲିୟସମନଙ୍କ ବଦଳରେ ଜେସନ ହୋଲ୍ଡରଙ୍କୁ ଦଳ ଚୂଡ଼ାନ୍ତ ଏକାଦଶରେ ସାମିଲ କରିଛି। ସେହିପରି ବିଶାଲ ଥାମ୍ପିଙ୍କ ବଦଳରେ ଶେହବାଜ ନଦମୀ ସୁଯୋଗ ପାଇଛନ୍ତି। ତେବେ ରାଜସ୍ଥାନ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ।

Related story