ବିସିସିଆଇ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ୨ଟି ଟର୍ମରୁ ଅଧିକ ନକରିବାକୁ ଲୋଧା କମିଟିର ସୁପାରିଶ

ନୂଆଦିଲ୍ଲୀ: ବିସିସିଆଇରେ  ପ୍ରଶାସନିକ ସଂସ୍କାର ପାଇଁ ଗଠିତ ଜଷ୍ଟିସ ଲୋଧା କମିଟି ଆଜି ସୁପ୍ରିମକୋର୍ଟରେ ତା’ର ରିପୋର୍ଟ ଦାଖଲ କରିଛନ୍ତି। ବିସିସିଆଇର ପରିଚାଳନା ସଂସ୍କାର ପାଇଁ ରିପୋର୍ଟରେ ସୁପାରିଶ କରାଯାଇଛି। କମିଟି ପ୍ରସ୍ତାବ ଦେଇଛନ୍ତି, ବିସିସିଆଇ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ୨ଟି ଟର୍ମରୁ ଅଧିକ ରହିବା ଉଚିତ ହେବନାହିଁ। ଏଥିସହ ସମସ୍ତଙ୍କ ବୟସ ଓ କାର୍ଯ୍ୟ ସୀମା ନିର୍ଦ୍ଧାରଣ ହେବା ଦରକାର। ମନ୍ତ୍ରୀ ଓ ସରକାରୀ କର୍ମଚାରୀ ବିସିସିଆଇର କୌଣସି ପଦପଦବୀରେ ରହିପାରିବେନି । ରାଜ୍ୟ ଭିତ୍ତିରେ କାର୍ଯ୍ୟ […]

justice lodha

justice lodha

Rakesh Mallick
  • Published: Monday, 04 January 2016
  • Updated: 04 January 2016, 10:37 AM IST

Sports

Latest News

ନୂଆଦିଲ୍ଲୀ: ବିସିସିଆଇରେ  ପ୍ରଶାସନିକ ସଂସ୍କାର ପାଇଁ ଗଠିତ ଜଷ୍ଟିସ ଲୋଧା କମିଟି ଆଜି ସୁପ୍ରିମକୋର୍ଟରେ ତା’ର ରିପୋର୍ଟ ଦାଖଲ କରିଛନ୍ତି। ବିସିସିଆଇର ପରିଚାଳନା ସଂସ୍କାର ପାଇଁ ରିପୋର୍ଟରେ ସୁପାରିଶ କରାଯାଇଛି।

କମିଟି ପ୍ରସ୍ତାବ ଦେଇଛନ୍ତି, ବିସିସିଆଇ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ୨ଟି ଟର୍ମରୁ ଅଧିକ ରହିବା ଉଚିତ ହେବନାହିଁ। ଏଥିସହ ସମସ୍ତଙ୍କ ବୟସ ଓ କାର୍ଯ୍ୟ ସୀମା ନିର୍ଦ୍ଧାରଣ ହେବା ଦରକାର। ମନ୍ତ୍ରୀ ଓ ସରକାରୀ କର୍ମଚାରୀ ବିସିସିଆଇର କୌଣସି ପଦପଦବୀରେ ରହିପାରିବେନି । ରାଜ୍ୟ ଭିତ୍ତିରେ କାର୍ଯ୍ୟ କରିବ କେବଳ ଗୋଟିଏ ଆସୋସିଏସନ୍। ସବୁ ରାଜ୍ୟର ୟୁନିଟକୁ ମିଳିବ ଭୋଟ୍ ଦାନର ଅଧିକାର।

କମିଟି ଆହୁରି ମଧ୍ୟ ପ୍ରସ୍ତାବ ଦେଇଛନ୍ତି, ବିସିସିଆଇ ଓ ଆଇପିଏଲ୍ ପାଇଁ ପୃଥକ ପୃଥକ ଭାବେ ପରିଚାଳନା କମିଟି କରାଯାଉ। ଷ୍ଟିୟରିଂ କମିଟିରେ ପୂର୍ବତନ କ୍ରିକେଟର ଅମରନାଥ, ଅନୀଲ କୁମ୍ୱଲେ ଓ ଡାଏନା ଏଡୁଲଜୀ ରହିବା ପାଇଁ  ରିପୋର୍ଟରେ ଉଲ୍ଲେଖ କରିଛନ୍ତି କମିଟି।

ବିସିସିଆଇକୁ ଅଧିକ ସ୍ୱଚ୍ଛ ଓ ଉତ୍ତରାଦାୟୀ ସହ ପରିଚାଳନା ଗତ ସଂସ୍କାର ଆଣିବାର ବାଟ ବାହାର କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ହୋଇଛି ଲୋଧା କମିଟି । ଅବସରପ୍ରାପ୍ତ ବିଚାରପତି ଆର.ଏମ ଲୋଧା, ଅଶୋକ ଭାନ୍ ଓ ଆର.ଭି ରବୀନ୍ଦ୍ରଙ୍କୁ ନେଇ ଗଠିତ ହୋଇଛି ଏହି କମିଟି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos