ମୁମ୍ବାଇ: ପୁଷ୍ପା ଫିଭରରୁ ବାଦ୍ ପଡିଲେନି ମିଷ୍ଟର ଆଇପିଏଲ୍। ଦେଖାଇଲେ ନିଜ ଫାୟାର ଅନ୍ଦାଜ। ଆଲୁ ଅର୍ଜୁନ ଷ୍ଟାଇଲରେ ସାମ୍ନାକୁ ଆସିଲେ ସୁରେଶ ରାଇନା। ଆଇପିଏଲ୍-୨୦୨୨ ନିଲାମୀରୁ ବାଦ୍ ପଡିବା ପରେ କହିଲେ 'କ'ଣ ଭାବିଲ ଫାୟାର ହୈ ମେଁ।' ଟ୍ୱିଟ୍ରେ ଏବେ ଏଭଳି ଅନ୍ଦାଜରେ ଫଟୋ ଟ୍ୱିଟ୍ କିର ସୋଶାଲ ମିଡିଆ ଟ୍ରେଣ୍ଡ ପାଲଟିଛନ୍ତି ମିଷ୍ଟର ଆଇପିଏଲ୍।
ମିଷ୍ଟର ଆଇପିଏଲ୍ ତଥା ଭାରତୀୟ କ୍ରିକେଟର ସୁରେଶ ରାଇନା। ଚଳିତ ଆଇପିଏଲ-୨୦୨୨ ଅକ୍ସନରୁ ସେ ବାଦ୍ ପଡିଛନ୍ତି। ତାଙ୍କୁ କେହି କିଣି ନାହାନ୍ତି। ଆଇପିଏଲ୍ ନିଲାମିରେ ରାଇନାଙ୍କ ସହ ହୋଇଥିବା ଏହି ଗୁଗଲି, ଫ୍ୟାନ୍ମାନଙ୍କୁ କରିଦେଇଥିଲା ଚକିତ। ସେତେବେଳେ ଚୁପ୍ ରହିଯାଇଥିବା ରାଇନା ଏବେ କିନ୍ତୁ ମୁହଁ ଖୋଲିଛନ୍ତି। ସିଧାସଳଖ କିଛି କହିନଥିଲେ ସୁଦ୍ଧା ସୋଶାଲ ମିଡିଆରେ ସେ ପୁଷ୍ପା ଷ୍ଟାଇଲ୍ରେ କରିଛନ୍ତି ଫଟୋ ପୋଷ୍ଟ। ଆଉ କ୍ୟାପସନରେ ଲେଖିଛନ୍ତି, 'ଫାୟାର(ଇମୋଜି) ହୈ ମେଁ'। ଏହା କ'ଣ ଆପଣମାନେ ଜାଣିଛନ୍ତି କି?' ରାଇନାଙ୍କ ଏହି 'ମେଁ ଝୁକେଗା ନେହିଁ' ଷ୍ଟାଇଲ୍ ଫଟୋ ଫ୍ୟାନ୍ମାନଙ୍କୁ ଉତ୍ସାହିତ କରିଛି। ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ନିଲାମ ପୂର୍ବରୁ ରାଇନାଙ୍କୁ ଚେନ୍ନାଇ ସୁପର କିଙ୍ଗସ୍ ନିଜ ସହ ରଖିନଥିଲା। ଅର୍ଥାତ ସେ ନିଲାମ ପ୍ରକ୍ରିୟାରେ ସାମିଲ ହୋଇଥିଲେ। କିନ୍ତୁ ନିଲାମ ବେଳେ କୌଣସି ଦଳ ଏପରିକି ଚେନ୍ନାଇ ବି ତାଙ୍କ ପାଇଁ ବିଡିଂ ଡାକିନଥିଲା। ଯାହାକୁ ନେଇ ତାଙ୍କ ଫ୍ୟାନ୍ମାନେ ଧୋନିଙ୍କ ଚେନ୍ନାଇ ଦଳ ଉପରେ ଖପ୍ପା ହୋଇଥିଲେ। ରାଇନାଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ଥିଲା।
ରାଇନା ଆଇପିଏଲ୍ରେ ୨୦୫ ମ୍ୟାଚ୍ ଖେଳି ୫୫୨୮ ରନ୍ କରିଛନ୍ତି। ସେ ଆଇପିଏଲ୍ ଇତିହାସରେ ପ୍ରଥମ ବ୍ୟାଟ୍ସ୍ମାନେ ଭାବେ ୫ ହଜାର ରନ୍ କରିଥିଲେ। ରାଇନା ଆଇପିଏଲ୍ରେ ୩୯ଟି ହାଫ୍ ସେଞ୍ଚୁରୀ ଓ ତିନୋଟି ସେଞ୍ଚୁରୀ ମାରିଛନ୍ତି।
https://twitter.com/ImRaina/status/1498639918385430530?s=20&t=PEEY_MuckTtPHDFMinjnWw
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।