କ୍ରିକେଟକୁ ଅଲବିଦା କହିବା ପରେ ଲୁହକୁ ଅଟକାଇ ପାରିଲେନି ଧୋନି ଓ ରାଇନା

ଚେନ୍ନାଇ: ପଡ଼ିଆ ଭିତରେ ନିଜ ଇମୋସନକୁ ସର୍ବଦା ଅଟକାଇ ରଖୁଥିବା ମହେନ୍ଦ୍ର ସିଂହ ଧୋନି କିନ୍ତୁ ଅବସର ପରେ ନିଜ ଲୁହକୁ ଅଟକାଇ ପାରି ନଥିଲେ। ଯେ କୌଣସି ପରିସ୍ଥିତି ଆସିଲେ ବି ମାହି କେବେ ବିଚଳିତ ହେଉ ନଥିଲେ। ହେଲେ ଶନିବାନ ସନ୍ଧ୍ୟାରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିବା ପରେ ମାହି ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ। ସେ ସାଥୀ ଖେଳାଳି ତଥା ବନ୍ଧୁ ସୁରେଶ ରାଇନାକୁ କୁଣ୍ଢାଇ ଧରି ଅନେକ ସମୟ ଯାଏ କାନ୍ଦି […]

uy

Hemant Lenka
  • Published: Monday, 17 August 2020
  • , Updated: 17 August 2020, 08:16 PM IST

ଚେନ୍ନାଇ: ପଡ଼ିଆ ଭିତରେ ନିଜ ଇମୋସନକୁ ସର୍ବଦା ଅଟକାଇ ରଖୁଥିବା ମହେନ୍ଦ୍ର ସିଂହ ଧୋନି କିନ୍ତୁ ଅବସର ପରେ ନିଜ ଲୁହକୁ ଅଟକାଇ ପାରି ନଥିଲେ। ଯେ କୌଣସି ପରିସ୍ଥିତି ଆସିଲେ ବି ମାହି କେବେ ବିଚଳିତ ହେଉ ନଥିଲେ। ହେଲେ ଶନିବାନ ସନ୍ଧ୍ୟାରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିବା ପରେ ମାହି ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ।

ସେ ସାଥୀ ଖେଳାଳି ତଥା ବନ୍ଧୁ ସୁରେଶ ରାଇନାକୁ କୁଣ୍ଢାଇ ଧରି ଅନେକ ସମୟ ଯାଏ କାନ୍ଦି ଥିଲେ। ଧୋନିଙ୍କ ଭଳି ସୁରେଶ ରାଇନା ମଧ୍ୟ ସେହି ଶନିବାର ଅବସର ଘୋଷଣା କରିଥିଲେ। ସେ ମଧ୍ୟ ଧୋନିକୁ କୁଣ୍ଢାଇ ଧରି କାନ୍ଦି ଥିଲେ। ଆଜି ଖୋଦ୍‌ ସୁରେଶ ରାଇନା ଏକ ଜାତୀୟ ଗଣାମଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଅଗଷ୍ଟ ୧୫ରେ ଧୋନି ଓ ରାଇନା ଅପ୍ରତ୍ୟାଶିତ ଢଙ୍ଗରେ ଅନ୍ତର୍ଜାତୀୟ କ୍ରିକେଟକୁ ହଠାତ୍‌ ବାଏବାଏ କହିଥିଲେ। ଏହାର ଗୋଟିଏ ଦିନ ପୂର୍ବରୁ ହିଁ ଧୋନି ଓ ରାଇନା ଅନ୍ୟ ସାଥୀ ଖେଳାଳିଙ୍କ ସହ ଚେନ୍ନାଇର ଚେପକରେ ଷ୍ଟାଡିୟମରେ ପହଞ୍ଚିଥିଲେ। ଏଠାରେ ସେମାନେ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବାକୁ ଥିବା ଆଇପିଏଲ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସର ଟ୍ରେନିଂ କ୍ୟାମ୍ପରେ ଯୋଗଦେବାକୁ ଏଠାରେ ପହଞ୍ଚି ଥିଲେ।

ରାଇନା କହିଛନ୍ତି, “ମୁଁ ଜାଣିଥିଲି ଧୋନି ଚେନ୍ନାଇରେ ପହଞ୍ଚିବା ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିବେ। ମୁଁ ଏଥିପାଇଁ ପ୍ରସ୍ତୁତ ରହିଥିଲି। ମୁଁ, ପୀୟୁଷ ଚାୱାଲା, ଦୀପକ ଚହର ଓ କରନ ଶର୍ମା ଚାର୍ଟାର୍ଡା ବିମାନ ଯୋଗେ ଆମେ ଅଗଷ୍ଟ ୧୪ରେ ରାଞ୍ଚିରେ ପହଞ୍ଚିଥିଲୁ।

ସେଠାରୁ ଆମେ ମାହି ଭାଇ ଓ ମନୁ ସିଂହଙ୍କୁ ପିକ୍‌ କରିଥିଲୁ। ଶନିବାର ସନ୍ଧ୍ୟାରେ ମାହି ଭାଇ ପ୍ରଥମେ ଅବସର ଘୋଷଣା କରିଥିଲେ। ଏହାପରେ ମାହି ଭାଇଙ୍କ ଏହି ଯାତ୍ରାରେ ମୁଁ ବି ସାମିଲ ହୋଇଥିଲି। ଅବସର ଘୋଷଣା ପରେ ଆମେ ଦୁଇ ଜଣ ପରସ୍ପରକୁ କୁଣ୍ଢାଇ ଧରି ଦୀର୍ଘ ସମୟ ଯାଏ କାନ୍ଦି ଥିଲୁ।

ଏହାପରେ ମୁଁ, ପୀୟୁଷ, ଅମ୍ବାତି ରାୟୁଡୁ, କେଦାର ଯାଦବ ଓ କରନ ଏକାଠି ବସି ଆଲୋଚନା ଆରମ୍ଭ କରିଥିଲୁ। ଆମ କ୍ୟାରିୟର ଓ ସମ୍ପର୍କ ବିଷୟରେ କଥା ହୋଇଥିଲୁ। ଆମେ ରାତି ତମାମ ପାର୍ଟି କରିଥିଲୁ।”

କାହିଁକି ହଠାତ୍‌ ଶନିବାର ଅବସର ଘୋଷଣା କଲେ ବୋଲି ପ୍ରଶ୍ନର ଉତ୍ତର ଦେଇ ରାଇନା କହିଛନ୍ତି, ଆମେ ବହୁ ପୂର୍ବରୁ ଅଗଷ୍ଟ ୧୫ରେ ଅବସର ଘୋଷଣା କରିବୁ ବୋଲି ନିଷ୍ପତ୍ତି ନେଇ ସାରିଥିଲୁ। ଧୋନିଙ୍କ ଜର୍ସି ନମ୍ବର ୭ ଓ ମୋର ଜର୍ସି ନମ୍ବର ହେଉଛି ୩। ଏହାକୁ ଏକାଠି କଲେ ୭୩। ଚଳିତ ବର୍ଷ ଭାରତ ୭୩ତମ ସ୍ୱାଧୀନତା ଦିବସ ପୂରଣ କରି ୭୪ ବର୍ଷରେ ପାଦ ରଖିଛି। ତେଣୁ ଏହାଠାରୁ ଭଲ ଦିନ କିଛି ହୋଇ ନପାରେ।

ଧୋନି ୨୦୦୪ ଡିସେମ୍ବର ୨୩ରେ ବାଂଲାଦେଶ ବିପକ୍ଷରେ ତାଙ୍କ ଅନ୍ତରାଷ୍ଟ୍ରୀୟ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ମୁଁ ୨୦୦୫ ଜୁଲାଇ ୩୦ରେ ଶ୍ରୀଲଙ୍କା ବିପକ୍ଷରେ କ୍ୟାରିୟର ଆରମ୍ଭ କରିଥିଲି। ଆମେ ପ୍ରାୟତଃ ଏକା ସମୟରେ ନିଜ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲୁ। ଆମେ ଏକାଠି ଚେନ୍ନାଇ ସୁପର କିଙ୍ଗସରେ ଏକାଠି ଖେଳିଥିଲୁ। ଏବେ ଆମେ ଏକାଠି ଅବସର ଘୋଷଣା କଲୁ ଓ ଆଗକୁ ଏକାଠି ଆଇପିଏଲ ଖେଳିବୁ ବୋଲି ରାଇନା କହିଛନ୍ତି।

Related story