ନାଇଟ୍‌ କ୍ଲବରେ ରେଡ୍‌: ଗିରଫ ହେଲେ ସୁରେଶ ରାଇନା ଓ କଣ୍ଠଶିଳ୍ପୀ ଗୁରୁ ରାନ୍ଧୱା

ମୁମ୍ବାଇ: ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ସୁରେଶ ରାଇନା ଅଡ଼ୁଆରେ ପଡ଼ିଛନ୍ତି। ସୋମବାର ରାତିରେ ମୁମ୍ବାଇରେ ଏକ ନାଇଟ୍‌ କ୍ଲବରେ ପୁଲିସ୍‌ କରିଥିବା ରେଡ୍‌ ବେଳେ ସୁରେଶ ରାଇନାକୁ ଗିରଫ କରାଯାଇଥିଲା। ତାଙ୍କ ସହ ଉକ୍ତ କ୍ଲବରୁ ବଲିଉଡ କଣ୍ଠଶିଳ୍ପୀ ଗୁରୁ ରାନ୍ଧୱା ଓ ବଲିଉଡ ସେଲେବ୍ରେଟି ସୁଜାନେ ଖାନଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରିଥିଲା। କରୋନା କଟକଣା ପାଇଁ ସରକାର ଜାରି କରିଥିବା ନିୟମକୁ ବେଖାତିର କରି କ୍ଲବରେ ପାର୍ଟି କରୁଥିବାରୁ ଏମାନଙ୍କ ସହ […]

res

Hemant Lenka
  • Published: Tuesday, 22 December 2020
  • , Updated: 22 December 2020, 02:11 PM IST

ମୁମ୍ବାଇ: ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ସୁରେଶ ରାଇନା ଅଡ଼ୁଆରେ ପଡ଼ିଛନ୍ତି। ସୋମବାର ରାତିରେ ମୁମ୍ବାଇରେ ଏକ ନାଇଟ୍‌ କ୍ଲବରେ ପୁଲିସ୍‌ କରିଥିବା ରେଡ୍‌ ବେଳେ ସୁରେଶ ରାଇନାକୁ ଗିରଫ କରାଯାଇଥିଲା। ତାଙ୍କ ସହ ଉକ୍ତ କ୍ଲବରୁ ବଲିଉଡ କଣ୍ଠଶିଳ୍ପୀ ଗୁରୁ ରାନ୍ଧୱା ଓ ବଲିଉଡ ସେଲେବ୍ରେଟି ସୁଜାନେ ଖାନଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରିଥିଲା।

କରୋନା କଟକଣା ପାଇଁ ସରକାର ଜାରି କରିଥିବା ନିୟମକୁ ବେଖାତିର କରି କ୍ଲବରେ ପାର୍ଟି କରୁଥିବାରୁ ଏମାନଙ୍କ ସହ ମୋଟ ୩୪ ଜଣଙ୍କୁ ପୁଲିସ୍‌ ଗିରଫ କରଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ରାଇନା, ସୁଜାନେ ଓ ରାନ୍ଧୱା ଜାମିନ୍‌ରେ ଖଲାସ ହୋଇଥିବା ଖବର ମିଳିଛି।

ପୁଲିସର ସୂଚନା ଅନୁଯାୟୀ, ମୁମ୍ବାଇ ଏୟାରପୋର୍ଟ ନିକଟରେ ଥିବା Dragonfly club ରେ ବିରାଟ ପାର୍ଟିର ଆୟୋଜନ କରାଯାଇଥିଲା। ଏଥିରେ ରାନ୍ଧୱାଙ୍କ ସମେତ ରାଇନା ଓ ଆଉ କିଛି ସେଲେବ୍ରେଟି ଯୋଗଦେଇଥିଲେ। ତେବେ ଏଠାରେ କୋଭିଡ୍‌ ନିୟମ ପାଳନ କରାଯାଉ ନଥିବା ଖବର ମିଳିଥିଲା। ଖବର ପାଇ ପୁଲିସ୍‌ ଅତର୍କିତ ଚଢ଼ଉ କରିଥିଲା। ଏହି ସମୟରେ ସେଠାରେ ଥିବା ୩୪ ଜଣଙ୍କୁ ପୁଲିସ‌ ଗିରଫ କରି ଥାନାକୁ ଆଣିଥିଲା। ଏହି ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ରାଇନା, ସୁସାନେ ଓ ରାନ୍ଧୱାଙ୍କ ସମେତ କ୍ଲବର ୭ ଜଣ କର୍ମଚାରୀ ରହିଥିଲେ।

ପୁଲିସ୍‌ ସମସ୍ତଙ୍କ ନାଁରେ ଆଇପିସିର ଧାରା ୧୮୮,୨୬୯, ୩୪ ସହ ଏନଏମଡିଏସର ବିଭିନ୍ନ ଦଫାରେ ମାମଲା ରୁଜୁ କରିଥିଲା। ଏମାନେ ପାର୍ଟି ପାଇଁ ଧାର୍ଯ୍ୟ ସମୟ ସରି ଯାଇଥିଲେ ହେଁ କ୍ଲବରେ ରହିଥିଲେ ଓ କରୋନା କଟକଣାକୁ ନ ମାନି ନାଚ ଗୀତରେ ମସଗୁଲ ଥିଲେ ବୋଲି ପୁଲିସ୍‌ କହିଛି। ନିମୟ ଅନୁସାରେ ରାତି ୧୧.୩୦ ଯାଏ ପବ ଓ କ୍ଲବ ଖୋଲିବାକୁ ଅନୁମତି ଥିଲା। ହେଲେ ଏଠାରେ ରାତି ୪ଟା ଯାଏ ପାର୍ଟି ଚାଲିଥିଲା। ସେହିପରି କାହା ପାଖରେ ମାସ୍କ କିମ୍ବା କେହି ବି ସାମାଜିକ ଦୂରତା ମଧ୍ୟ ପାଳନ କରୁ ନଥିବା ପୁଲିସ କହିଛି।

ରାଇନା ଓ ରାନ୍ଧୱାଙ୍କୁ ପୁଲିସ୍‌ ଥାନାକୁ ଆଣି ଦୀର୍ଘ ଘଣ୍ଟା ବସାଇଥିଲା। ଏହାପରେ ଉଭୟଙ୍କ ଓକିଲ ଜାମିନ ପେପର ଧରି ପହଞ୍ଚିବା ପରେ ସେମାନଙ୍କୁ ଘରକୁ ଯିବାକୁ ଅନୁମତି ମିଳିଥିଲା।

Related story