ସୟଦ ମୋଦି ଇଣ୍ଟରନ୍ୟାଶନାଲ୍‌: ଫାଇନାଲରେ ହାରିଲେ ସୌରଭ

ଲକ୍ଷ୍ନୌ: ଭାରତୀୟ ଶଟଲର୍ ସୌରଭ ବର୍ମା ଏଠାରେ ଶେଷ ହୋଇଥିବା ସୟଦ ମୋଦି ଇଣ୍ଟରନ୍ୟାଶନାଲ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ହାରି ରନର୍ସଅପରେ ସନ୍ତୁଷ୍ଟ ହୋଇଛନ୍ତି। ରବିବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସ ଫାଇନାଲରେ ସୌରଭ ଚାଇନିଜ୍ ତାଇପେଇର ୱାଙ୍ଗ୍ ଜୁ ୱେଇଙ୍କ ନିକଟରୁ ୧୫-୨୧, ୧୭-୨୧ ଗେମରେ ପରାସ୍ତ ହୋଇଛନ୍ତି। ଏହି ପରାଜୟ ସହ ସୌରଭଙ୍କର ପ୍ରଥମ ସୁପର୍‌-୩୦୦ ଟାଇଟଲ୍ ଜିତିବା ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି। ଏହି ମୁକାବିଲା ପୂର୍ବରୁ ସୌରଭ ଓ ଜୁ ୱେଇଙ୍କ ମଧ୍ୟରେ ରେକର୍ଡ […]

sourav-verma

Ranjit Kumar Jena
  • Published: Sunday, 01 December 2019
  • , Updated: 01 December 2019, 07:05 PM IST

ଲକ୍ଷ୍ନୌ: ଭାରତୀୟ ଶଟଲର୍ ସୌରଭ ବର୍ମା ଏଠାରେ ଶେଷ ହୋଇଥିବା ସୟଦ ମୋଦି ଇଣ୍ଟରନ୍ୟାଶନାଲ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ହାରି ରନର୍ସଅପରେ ସନ୍ତୁଷ୍ଟ ହୋଇଛନ୍ତି। ରବିବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସ ଫାଇନାଲରେ ସୌରଭ ଚାଇନିଜ୍ ତାଇପେଇର ୱାଙ୍ଗ୍ ଜୁ ୱେଇଙ୍କ ନିକଟରୁ ୧୫-୨୧, ୧୭-୨୧ ଗେମରେ ପରାସ୍ତ ହୋଇଛନ୍ତି। ଏହି ପରାଜୟ ସହ ସୌରଭଙ୍କର ପ୍ରଥମ ସୁପର୍‌-୩୦୦ ଟାଇଟଲ୍ ଜିତିବା ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି।

ଏହି ମୁକାବିଲା ପୂର୍ବରୁ ସୌରଭ ଓ ଜୁ ୱେଇଙ୍କ ମଧ୍ୟରେ ରେକର୍ଡ ୧-୧ ରହିଥିଲା। ସେମିଫାଇନାଲରେ କୋରିଆର ହିଓ କ୍ୱାଙ୍ଗ୍ ହୀ'ଙ୍କ ବିପକ୍ଷରେ ଦମଦାର ଖେଳ ଦେଖାଇଥିବା ଭାରତୀୟ ଶଟଲର୍ ଫାଇନାଲରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇପାରିନଥିଲେ। ପ୍ରଥମ ଗେମରେ ସୌରଭ ଭଲ ଆରମ୍ଭ କରିଥିଲେ ଏବଂ ୭-୪ରେ ଆଗୁଆ ଥିଲେ। କିନ୍ତୁ ଏହା ପରେ ଚାଇନିଜ୍ ତାଇପେଇ ଖେଳାଳି ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ବ୍ରେକ୍ ସୁଦ୍ଧା ଗେମକୁ ୧୦-୧୧ରେ ପହଞ୍ଚାଇଥିଲେ। ବ୍ରେକ୍ ପରେ ସୌରଭ ନିଜର ଅଗ୍ରଣୀକୁ କାଏମ ରଖିପାରିନଥିଲେ ଏବଂ ୧୫-୨୧ରେ ହାରିଯାଇଥିଲେ।

ଦ୍ୱିତୀୟ ଗେମରେ ସୌରଭ ୦-୫ରେ ପଛୁଆ ରହି ଆରମ୍ଭ କରିଥିଲେ। ଏହା ପରେ ସେ ଏହି ବ୍ୟବଧାନକୁ କମ୍ କରି ୫-୭ରେ ପହଞ୍ଚାଇଥିଲେ। ତେବେ ବ୍ରେକ୍ ପରେ ସୌରଭ ଜବରଦସ୍ତ କମବ୍ୟାକ୍ କରି ଗେମରେ ୧୫-୧୪ରେ ଆଗୁଆ ରହିଥିଲେ। କିନ୍ତୁ ସେ ଶେଷ ପର୍ଯ୍ୟନ୍ତ ଏହାକୁ ବଜାୟ ରଖିପାରିନଥିଲେ, ଯାହାର ଫାଇଦା ଉଠାଇ ଜୁ ୱେଇ ଗେମକୁ ୨୧-୧୭ରେ ଜିତି ମ୍ୟାଚକୁ ଅକ୍ତିଆର କରିଥିଲେ।

Related story