ସୟଦ ମୋଦି ମିଟ୍‌ରୁ ଓହରିଲେ ସାଇନା

ଲକ୍ଷ୍ନୌ: ଆସନ୍ତା ବୁଧବାରଠାରୁ ଆରମ୍ଭ ହେବାକୁ ଥିବା ସୟଦ ମୋଦି ଗ୍ରାଣ୍ଡ ପିକ୍ସ ଗୋଲ୍ଡ ମିଟ୍‌ରୁ ସାଇନା ନେହୱାଲ ଓହରି ଯାଇଛନ୍ତି। ଗତ ରବିବାର ମାଲେସିଆ ମାଷ୍ଟର୍ସ ଗ୍ରାଣ୍ଡ ପିକ୍ସ ଜିତିଥିବା ସାଇନା ସୟଦ ମୋଦି ମିଟ୍‌ରୁ ଓହରି ଯିବା ନେଇ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ରିଓ ଅଲିମ୍ପିକ ମେଡାଲିଷ୍ଟ ପିଭି ସିନ୍ଧୁ ଏହି ମିଟ୍‌ର ଫେବରାଇଟ୍‌ ରହିଛନ୍ତି। ସେ ଏହି ମିଟ୍‌ରେ ଅଂଶଗ୍ରହଣ କରିବା ନେଇ ପ୍ରକାଶ କରିଛନ୍ତି। କେବଳ ସାଇନା ନୁହେଁ ଏକାଧିକ ଖେଳାଳି […]

saina

Rakesh Mallick
  • Published: Tuesday, 24 January 2017
  • , Updated: 24 January 2017, 08:01 PM IST

ଲକ୍ଷ୍ନୌ: ଆସନ୍ତା ବୁଧବାରଠାରୁ ଆରମ୍ଭ ହେବାକୁ ଥିବା ସୟଦ ମୋଦି ଗ୍ରାଣ୍ଡ ପିକ୍ସ ଗୋଲ୍ଡ ମିଟ୍‌ରୁ ସାଇନା ନେହୱାଲ ଓହରି ଯାଇଛନ୍ତି। ଗତ ରବିବାର ମାଲେସିଆ ମାଷ୍ଟର୍ସ ଗ୍ରାଣ୍ଡ ପିକ୍ସ ଜିତିଥିବା ସାଇନା ସୟଦ ମୋଦି ମିଟ୍‌ରୁ ଓହରି ଯିବା ନେଇ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ରିଓ ଅଲିମ୍ପିକ ମେଡାଲିଷ୍ଟ ପିଭି ସିନ୍ଧୁ ଏହି ମିଟ୍‌ର ଫେବରାଇଟ୍‌ ରହିଛନ୍ତି। ସେ ଏହି ମିଟ୍‌ରେ ଅଂଶଗ୍ରହଣ କରିବା ନେଇ ପ୍ରକାଶ କରିଛନ୍ତି।

କେବଳ ସାଇନା ନୁହେଁ ଏକାଧିକ ଖେଳାଳି ଏହି ମିଟ୍‌ରୁ ଓହରି ଯାଇଛନ୍ତି। ପୁରୁଷ ବର୍ଗର ଟପ୍‌ ସିଡ ଟିଟି ସାଇନସୋମବୁନ୍‌ସୁକ୍‌, ଚତୁର୍ଥ ସିଡ ଅଜୟ ଜୟରାମ, ୧୪ତମ ସିଡରେ ଥିବା ପୁରୁପାଲି କାଶ୍ୟପ ଓ ମହିଳାରେ ସପ୍ତମ ସିଡ ଜି. ରୁଥଭିକା ଶିଭାନୀ ମିଟ୍‌ରୁ ଓହରି ଯାଇଛନ୍ତି।

Related story