ବାରବାଟୀରେ ଭାରତ-ନ୍ୟୁଜିଲାଣ୍ଡ ଟି-୨୦

କଟକ: ବାରବାଟୀକୁ ମିଳିଲା ଆଉ ଏକ ଆନ୍ତର୍ଜାତିକ ଟି-୨୦ ମ୍ୟାଚ୍। ଆସନ୍ତା ନଭେମ୍ବର ୪ ତାରିଖରେ ନ୍ୟୁଜିଲାଣ୍ଡ ଓ ଇଣ୍ଡିଆ ମଧ୍ୟରେ ଏହି ଟି-୨୦ ମ୍ୟାଚ୍ ଖେଳାଯିବ। ଏନେଇ ଓସିଏର ପରିଚାଳନା କମିଟି ଅଧ୍ୟକ୍ଷ ଧିରେନ୍ ପଲେଇ ସୂଚନା ଦେଇଛନ୍ତି। ଗତ ଜାନୁଆରୀ ୧୯ ତାରିଖରେ ଏଠାରେ ଭାରତ-ଇଂଲଣ୍ଡ ମଧ୍ୟରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଥିଲା। ଏହି ଦିନିକିଆ ମ୍ୟାଚକୁ ଘରୋଇ ଦଳ ଜିତି ନେଇଥିଲା।