ରାଜଧାନୀରେ ଆରମ୍ଭ ହୋଇଛି ଅଲ ଓଡ଼ିଶା ଟେବୁଲ ଟେନିସ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୟୁନିଟ-୧ ଇନଡୋର ହଲଠାରେ ଆରମ୍ଭ ହୋଇଛି ଅଲ ଓଡ଼ିଶା ଟେବୁଲ ଟେନିସ୍ ରାଙ୍କି ଟୁର୍ଣ୍ଣାମେଣ୍ଟ। ୩ଦିନ ଧରି ହେବାକୁ ଥିବା  ଟୁର୍ଣ୍ଣାମେଣ୍ଟରେ ୯ଟି ଇଭେଣ୍ଟ ଖେଳାଯିବ। ରାଜ୍ୟର ସମସ୍ତ ଜିଲ୍ଲାରୁ ପ୍ରାୟ ୨ଶହ ପ୍ରତିଯୋଗୀ ଭାଗନେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟେବୁଲ ଟେନିସ ଆସୋସିଏସନ ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିଛି।