ତାଇପେଇ ଗ୍ରାଁ ପ୍ରିରେ ଭାରତର ଅଭିଯାନ ଶେଷ; ଦ୍ୱିତୀୟ ରାଉଣ୍ଡରେ ହାରିଗଲେ ସିନ୍ଧୁ, ଶ୍ରୀକାନ୍ତ ଓ ସମୀର

ତାଇପେଇ: ତାଇପେଇ ଗ୍ରାଁ ପ୍ରି ଗୋଲ୍ଡ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଯାଇଛି। ଗତକାଲି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିବା ଭାରତୀୟ ଟେନିସ୍ ତାରକା ପି.ଭି ସିନ୍ଧୁ, କେ ଶ୍ରୀକାନ୍ତ ଓ ସମୀର ବର୍ମା ଆଜି ନିଜ ନିଜ ମ୍ୟାଚ୍ ହାରି ଯାଇଛନ୍ତି। ମହିଳା ସିଙ୍ଗଲ୍ସରେ ବିଶ୍ୱର ୧୪ ନମ୍ବର ମାନ୍ୟତାପ୍ରାପ୍ତ ସିନ୍ଧୁ ତିନି ନମ୍ବର ମାନ୍ୟତାପ୍ରାପ୍ତ ଚୀନର ତାଇ ଜୁ ୟିଙ୍ଗଙ୍କଠାରୁ ୧୫-୨୧, ୧୭-୨୧ରେ ହାରି ଯାଇଛନ୍ତି। ମାତ୍ର ୩୨ ମିନିଟରେ ସେ ମ୍ୟାଚ୍ […]

srikant

Rakesh Mallick
  • Published: Thursday, 16 July 2015
  • , Updated: 16 July 2015, 03:54 PM IST

ତାଇପେଇ: ତାଇପେଇ ଗ୍ରାଁ ପ୍ରି ଗୋଲ୍ଡ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଯାଇଛି। ଗତକାଲି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିବା ଭାରତୀୟ ଟେନିସ୍ ତାରକା ପି.ଭି ସିନ୍ଧୁ, କେ ଶ୍ରୀକାନ୍ତ ଓ ସମୀର ବର୍ମା ଆଜି ନିଜ ନିଜ ମ୍ୟାଚ୍ ହାରି ଯାଇଛନ୍ତି।

ମହିଳା ସିଙ୍ଗଲ୍ସରେ ବିଶ୍ୱର ୧୪ ନମ୍ବର ମାନ୍ୟତାପ୍ରାପ୍ତ ସିନ୍ଧୁ ତିନି ନମ୍ବର ମାନ୍ୟତାପ୍ରାପ୍ତ ଚୀନର ତାଇ ଜୁ ୟିଙ୍ଗଙ୍କଠାରୁ ୧୫-୨୧, ୧୭-୨୧ରେ ହାରି ଯାଇଛନ୍ତି। ମାତ୍ର ୩୨ ମିନିଟରେ ସେ ମ୍ୟାଚ୍ ହାରି ଯାଇଥିଲେ।

ସେହିପରି ବିଶ୍ୱର ତିନି ନମ୍ବର ମାନ୍ୟତାପ୍ରାପ୍ତ କେ ଶ୍ରୀକାନ୍ତ ଆଶ୍ଚର୍ଯ୍ୟଜନକ ଭାବେ ଇଣ୍ଡୋନେସିଆର ଅଣସିଡ୍ ଏହସାନ ମୌଲାନା ମୁସ୍ତୋଫାଙ୍କଠାରୁ  ୧୯-୨୧, ୧୮-୨୧ରେ ହାରି ଯାଇଛନ୍ତି।

କଡ଼ା ସଂଘର୍ଷ ପରେ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିବା ସମୀର ବିଶ୍ୱର ୧ ନମ୍ବର ମାନ୍ୟତାପ୍ରାପ୍ତ ଚୀନର ଚେନ୍ ଲଙ୍ଗଙ୍କ ଠାରୁ ୧୯-୨୧ ଓ ୧୬-୨୧ରେ ହାରି ଯାଇଛନ୍ତି।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତିଥିବା ଆର.ଏମ.ଭି ଗୁରୁସାଇଦତ୍ତ ଗତକାଲିଠାରୁ ଏହି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇ ସାରିଥଲେ। ସେ ଇଣ୍ଡୋନେସିଆର ଶେଷାର ହିରେ ହୁସ୍ତାଭିତୋଙ୍କଠାରୁ ୨୧-୨୩, ୧୭-୨୧ରେ ହାରି ଯାଇଥିଲେ।

Related story