ଅଶ୍ୱିନଙ୍କ ଏଭଳି ବୋଲିଂ ଆକ୍ସନ୍ ଦେଖି ବ୍ୟାଟ୍ସମ୍ୟାନ୍ ଅବାକ୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଭାରତୀୟ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ତାମିଲନାଡୁ ପ୍ରିମିୟର୍ ଲିଗ୍ (ଟିଏନପିଏଲ୍)ରେ ଏକ ଅଜବ ଆକ୍ସନରେ ବୋଲିଂ କରିଛନ୍ତି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ଅଶ୍ୱିନଙ୍କ ଏହି ଅଜବ ଆକ୍ସନରେ ବୋଲିଂ କରୁଥିବା ଭିଡିଓ ଏବେ ଖୁବ୍ ଭାଇରାଲ୍ ହୋଇଛି। ଟିଏନପିଏଲରେ ଡିଣ୍ଡିଗୁଲ୍ ଡ୍ରାଗନ୍ସ ଟିମ୍ ପକ୍ଷରୁ ଖେଳୁଥିବା ଅଶ୍ୱିନ୍ ସୋମବାର ମୁଦୈର ପ୍ୟାନ୍ଥର୍ସ ବିପକ୍ଷରେ ଏକ ଭିନ୍ନ ଢ଼ଙ୍ଗରେ ବୋଲିଂ କରିଥିଲେ। ଏହି ମୁକାବିଲାର ଅନ୍ତିମ ଓଭରରେ ଅଶ୍ୱିନ୍ ବୋଲିଂ କରୁଥିବା ସମୟରେ ବଲକୁ […]

ash

ash

Ranjit Kumar Jena
  • Published: Tuesday, 23 July 2019
  • Updated: 23 July 2019, 08:54 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ତାମିଲନାଡୁ ପ୍ରିମିୟର୍ ଲିଗ୍ (ଟିଏନପିଏଲ୍)ରେ ଏକ ଅଜବ ଆକ୍ସନରେ ବୋଲିଂ କରିଛନ୍ତି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ଅଶ୍ୱିନଙ୍କ ଏହି ଅଜବ ଆକ୍ସନରେ ବୋଲିଂ କରୁଥିବା ଭିଡିଓ ଏବେ ଖୁବ୍ ଭାଇରାଲ୍ ହୋଇଛି।

ଟିଏନପିଏଲରେ ଡିଣ୍ଡିଗୁଲ୍ ଡ୍ରାଗନ୍ସ ଟିମ୍ ପକ୍ଷରୁ ଖେଳୁଥିବା ଅଶ୍ୱିନ୍ ସୋମବାର ମୁଦୈର ପ୍ୟାନ୍ଥର୍ସ ବିପକ୍ଷରେ ଏକ ଭିନ୍ନ ଢ଼ଙ୍ଗରେ ବୋଲିଂ କରିଥିଲେ। ଏହି ମୁକାବିଲାର ଅନ୍ତିମ ଓଭରରେ ଅଶ୍ୱିନ୍ ବୋଲିଂ କରୁଥିବା ସମୟରେ ବଲକୁ ନିଜ ପିଠି ପଛପଟେ ଲୁଚାଇ ରଖିଥିଲେ ଏବଂ ବାମହାତକୁ ଆଦୌ ହଲାଇ ଡାହାଣ ହାତରେ ବଲ୍ ପକାଇଥିଲେ।

ଅଶ୍ୱିନଙ୍କ ଏହି ବଲକୁ ବ୍ୟାଟ୍ସମ୍ୟାନ୍ ବୁଝିପାରିନଥିଲେ। ଅଶ୍ୱିନଙ୍କ ଦ୍ୱାରା ଅଜବ ଢ଼ଙ୍ଗରେ କରାଯାଇଥିବା ଏହି ବଲରେ ବ୍ୟାଟ୍ସମ୍ୟାନ୍ ଚକମା ଖାଇଥିଲେ ଏବଂ ଫିଲ୍ଡରଙ୍କୁ ସିଧା କ୍ୟାଚ୍ ଦେଇ ପ୍ୟାଭିଲିୟନ୍ ଫେରିଥିଲେ। ଏହି ମ୍ୟାଚରେ ଅଶ୍ୱିନ୍ ଚମତ୍କାର ବୋଲିଂ କରି ୪ ଓଭରରେ ୧୬ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ଏହାସହ ଅଶ୍ୱିନଙ୍କ ଡିଣ୍ଡିଗୁଲ୍ ଡ୍ରାଗନ୍ସ ଟିମ୍ ମଧ୍ୟ ଏହି ମ୍ୟାଚକୁ ୩୦ ରନରେ ଜିତି ନେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos