ତମିମଙ୍କୁ ଏମିତି ଢ଼ଙ୍ଗରେ ରନଆଉଟ୍ କଲେ କଟ୍ଟରେଲ, ଦେଖନ୍ତୁ ଭିଡିଓ

ଲଣ୍ଡନ: ଆଇସିସି ବିଶ୍ୱକପର ୨୩ତମ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ୱିକେଟ୍ ହରାଇ ୩୨୧ ରନ୍ କରିଥିଲା। ଜବାବରେ ବାଂଲାଦେଶ ପକ୍ଷରୁ ଇନିଂସ୍ ଓପନ୍ କରିଥିଲେ ସୌମ୍ୟ ସରକାର ଓ ତମିମ୍ ଇକବାଲ୍। ତମିମ୍ ଏହି ମ୍ୟାଚରେ ଭଲ ଟଚରେ ଥିଲେ ଏବଂ ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହେଉଥିଲେ। କିନ୍ତୁ ସେ ରନ୍ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ। ତେବେ […]

tamim

Hemant Lenka
  • Published: Tuesday, 18 June 2019
  • , Updated: 18 June 2019, 04:10 PM IST

ଲଣ୍ଡନ: ଆଇସିସି ବିଶ୍ୱକପର ୨୩ତମ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ୱିକେଟ୍ ହରାଇ ୩୨୧ ରନ୍ କରିଥିଲା।

ଜବାବରେ ବାଂଲାଦେଶ ପକ୍ଷରୁ ଇନିଂସ୍ ଓପନ୍ କରିଥିଲେ ସୌମ୍ୟ ସରକାର ଓ ତମିମ୍ ଇକବାଲ୍। ତମିମ୍ ଏହି ମ୍ୟାଚରେ ଭଲ ଟଚରେ ଥିଲେ ଏବଂ ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହେଉଥିଲେ। କିନ୍ତୁ ସେ ରନ୍ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ।

ତେବେ ତମିମ୍ ଯେଉଁଭଳି ରନଆଉଟ୍ ହେଲେ, ତାହା ଦେଖି ସମସ୍ତେ ଚକିତ ହୋଇପଡ଼ିଥିଲେ। ବାଂଲାଦେଶ ଇନିଂସର ୧୮ ଓଭରରେ ବୋଲିଂ କରୁଥିଲେ ଶେଲଡନ୍ କଟ୍ଟରେଲ୍। ତମିମ୍ ସେହି ସମୟରେ ୪୮ ରନରେ ବ୍ୟାଟିଂ କରୁଥିଲେ। କଟ୍ଟରେଲଙ୍କ ବଲକୁ ତମିମ୍ ଷ୍ଟ୍ରେଟ୍ ଶଟ୍ ଖେଳିଥିଲେ। କଟ୍ଟରେଲ୍ ଶଟକୁ ରୋକିଥିଲେ ଏବଂ ବଲକୁ ସିଧା ଷ୍ଟମ୍ପ ଆଡ଼କୁ ଥ୍ରୋ' କରିଥିଲେ।

ସେହି ସମୟରେ ତମିମ୍ କ୍ରିଜରୁ ସାମାନ୍ୟ ଆଗକୁ ବଢ଼ିଥିଲେ ଏବଂ ପୁଣିଥରେ କ୍ରିଜରେ ପହଞ୍ଚିବାକୁ ଡାଇଭ୍ ମାରିଥିଲେ, କିନ୍ତୁ ଏହା ପୂର୍ବରୁ କଟ୍ଟରେଲଙ୍କ ଥ୍ରୋ' ସିଧା ଷ୍ଟମ୍ପରେ ବାଜିଥିଲା। ଏଥିସହ ତମିମ ରନ୍ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ। ଚଳିତ ବିଶ୍ୱକପର ଏହା ଶ୍ରେଷ୍ଠ ରନଆଉଟ୍ ବୋଲି କୁହାଯାଉଛି। ତମିମଙ୍କ ଏହି ରନ୍ଆଉଟ୍ ହେବାର ଭିଡିଓକୁ ଆଇସିସି ତା'ର ଅଫିସିଆଲ୍ ଟ୍ୱିଟର୍ ଆକାଉଣ୍ଟରେ ପୋଷ୍ଟ କରିଛି।

ଦେଖନ୍ତୁ ଭିଡିଓ

Related story