ଭାରତ ଆଗରେ ୨୪୩ ରନ୍‌ର ଟାର୍ଗେଟ ରଖିଲା ଅଷ୍ଟ୍ରେଲିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତ ଆଗରେ ୨୪୩ ରନର ଟାର୍ଗେଟ ରଖିଲା ଅଷ୍ଟ୍ରେଲିଆ। ନାଗପୁର ଠାରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ମ ତଥା ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୪୨ ରନ କରିପାରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ୱାର୍ଣ୍ଣର ସର୍ବାଧିକ ୫୩ ରନ କରିଥିବା ବେଳେ ଷ୍ଟୋନିସ ୪୬, ଟ୍ରାଭିସ୍ ହେଡ୍‌ ୪୨ ଓ ଫିଞ୍ଚ ୩୨ ରନ୍‌ର ପାଳି ଖେଳିଥିଲେ। ଗୋଟିଏ ସମୟରେ ଅଷ୍ଟ୍ରେଲିଆର ସ୍କୋର୍‌ ୪୩ ଓଭରରେ ୨୦୫ ରନ୍‌ ଥିବାବେଳେ ୫୦ […]

628927-v-nxfzb

Rakesh Mallick
  • Published: Sunday, 01 October 2017
  • , Updated: 01 October 2017, 12:29 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତ ଆଗରେ ୨୪୩ ରନର ଟାର୍ଗେଟ ରଖିଲା ଅଷ୍ଟ୍ରେଲିଆ। ନାଗପୁର ଠାରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ମ ତଥା ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୪୨ ରନ କରିପାରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ୱାର୍ଣ୍ଣର ସର୍ବାଧିକ ୫୩ ରନ କରିଥିବା ବେଳେ ଷ୍ଟୋନିସ ୪୬, ଟ୍ରାଭିସ୍ ହେଡ୍‌ ୪୨ ଓ ଫିଞ୍ଚ ୩୨ ରନ୍‌ର ପାଳି ଖେଳିଥିଲେ। ଗୋଟିଏ ସମୟରେ ଅଷ୍ଟ୍ରେଲିଆର ସ୍କୋର୍‌ ୪୩ ଓଭରରେ ୨୦୫ ରନ୍‌ ଥିବାବେଳେ ୫୦ ଓଭର ଖେଳି ମାତ୍ର ୨୪୨ ରନ କରିପାରିଥିଲା। ଭାରତ ପକ୍ଷରୁ ଅକ୍ସର ପଟେଲ୍‌ ସର୍ବାଧିକ ୩ ୱିକେଟ୍‌ ନେଇଥିବା ବେଳେ ବୁମ୍‌ରା ୨ଟି ଓ ଭୁବନେଶ୍ୱର କୁମାର, ପାଣ୍ଡ୍ୟା ଏବଂ କେଦାର ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଛନ୍ତି।

Related story