ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ଟି-ଟ୍ୱେଣ୍ଟି: ଟସ୍ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କଲା ଦକ୍ଷିଣ ଆଫ୍ରିକା

କଟକ: ଆଉ କିଛି ସମୟ ପରେ ବାରବାଟୀରେ ଆରମ୍ଭ ହେବ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍। ଦକ୍ଷିଣ ଆଫ୍ରିକା ଟସ୍ ଜିତି ଫିଲଡିଂ ନିଷ୍ପତ୍ତି ନେଇଛି। ସନ୍ଧ୍ୟା ସାଢ଼େ ୭ଟାରୁ ଆରମ୍ଭ ହେବ ମ୍ୟାଚ୍। ଭାରତ ଏହି ମ୍ୟାଚରେ ଗୋଟିଏ ପରିବର୍ତ୍ତନ କରିଛି। ପ୍ଲେଙ୍ଗ୍ ଇଲେଭେନରେ ଅରବିନ୍ଦଙ୍କ ସ୍ଥାନରେ ଭଜିଙ୍କୁ ସ୍ଥାନ ମିଳିଛି। ଗାନ୍ଧୀ-ମାଣ୍ଡେଲା ଫ୍ରେଣ୍ଡସିପ୍ ସିରିଜର ଦ୍ୱିତୀୟ ମ୍ୟାଚଟି ଧୋନୀ ବାହିନୀ ପାଇଁ କର ବା ମର ଭଳି ହୋଇଛି। କାରଣ ଏହି ମ୍ୟାଚ୍ ହାରିଲେ ଘରୋଇ […]

barabati

barabati

Rakesh Mallick
  • Published: Monday, 05 October 2015
  • Updated: 05 October 2015, 01:18 PM IST

barabatiକଟକ: ଆଉ କିଛି ସମୟ ପରେ ବାରବାଟୀରେ ଆରମ୍ଭ ହେବ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍। ଦକ୍ଷିଣ ଆଫ୍ରିକା ଟସ୍ ଜିତି ଫିଲଡିଂ ନିଷ୍ପତ୍ତି ନେଇଛି। ସନ୍ଧ୍ୟା ସାଢ଼େ ୭ଟାରୁ ଆରମ୍ଭ ହେବ ମ୍ୟାଚ୍। ଭାରତ ଏହି ମ୍ୟାଚରେ ଗୋଟିଏ ପରିବର୍ତ୍ତନ କରିଛି। ପ୍ଲେଙ୍ଗ୍ ଇଲେଭେନରେ ଅରବିନ୍ଦଙ୍କ ସ୍ଥାନରେ ଭଜିଙ୍କୁ ସ୍ଥାନ ମିଳିଛି।

ଗାନ୍ଧୀ-ମାଣ୍ଡେଲା ଫ୍ରେଣ୍ଡସିପ୍ ସିରିଜର ଦ୍ୱିତୀୟ ମ୍ୟାଚଟି ଧୋନୀ ବାହିନୀ ପାଇଁ କର ବା ମର ଭଳି ହୋଇଛି। କାରଣ ଏହି ମ୍ୟାଚ୍ ହାରିଲେ ଘରୋଇ ଦଳ ହାତରୁ ସିରିଜ୍ ଚାଲିଯିବ। ତେଣୁ ଦଳକୁ ଆଜିର ମ୍ୟାଚ ଯେମିତି ହେଲେ ଜିତିବାକୁ ପଡିବ। ଏଥିପାଇଁ ଗତକାଲି ନେଟ୍ସରେ ଜୋରଦାର ପ୍ରାକଟିସ୍ କରିଛନ୍ତି ଟିମ୍ ଇଣ୍ଡିଆ ଖେଳାଳିମାନେ। ଧର୍ମଶାଳାରେ ହୋଇଥିବା ତ୍ରୁଟିକୁ ସୁଧାରି ବାରବାଟୀରେ ସେମାନେ ଭଲ ପ୍ରର୍ଦଶନ କରିବେ ବୋଲି ଆଶା କରାଯାଉଛି। ଧର୍ମଶାଳାରେ ଟିମ୍ ଇଣ୍ଡିଆର ବ୍ୟାଟସମ୍ୟାନମାନେ ଭଲ କରିଥିଲେ ହେଁ ବୋଲରଙ୍କ ପ୍ରଦର୍ଶନକୁ ନେଇ ଦଳ ଚିନ୍ତିତ ଅଛି। ତେବେ ଆଜିର ମ୍ୟାଚ ପାଇଁ ଦୁଇ ସ୍ପିନର ଅମିତ ମିଶ୍ର ଓ ହରଭଜନ ସିଂଙ୍କ ମଧ୍ୟରୁ ଜଣେ ପ୍ଲେଇଂ ଇଲେଭେନରେ ସ୍ଥାନ ପାଇବା ସମ୍ଭାବନା ଅଧିକ ରହିଛି। ତେବେ ପିଚକୁ ଦେଖି ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଦଳର ଖେଳାଳି ରୋହିତ ଶର୍ମା। ମ୍ୟାଚ୍ ପୂର୍ବରୁ ଗତକାଲି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସେ ଏହା କହିଥିଲେ।

ସେପଟେ ବାରବାଟୀରେ ପ୍ରଥମ ଥର ପାଇଁ ଖେଳିବାକୁ ଯାଉଛି ଦକ୍ଷିଣ ଆଫ୍ରିକା ଦଳ।  ଆଜିର ମ୍ୟାଚ୍ ଜିତି ସିରିଜ କବଜା କରିବା ଲକ୍ଷ୍ୟରେ ରହିଛି ଦଳ। ଧର୍ମଶାଳାରେ ବଡ଼ ସ୍କୋରକୁ  ଚେଜ୍ କରି ଜିତିଥିବା ଦକ୍ଷିଣ ଆଫ୍ରିକା ଟିମର ମନୋବଳ ଦୃଢ ରହିଛି। ପ୍ରଥମ ଟି ଟ୍ୱେଣ୍ଟିରେ ଅମଲା-ଡିଭିଲିୟର୍ସଙ୍କ ଓପନିଂ ଯୋଡି ଦଳକୁ ଜୋରଦାର ଷ୍ଟାର୍ଟ ଦେଇଥିବା ବେଳେ ଡୁମନି ଓ ବେହାରଦିଏନ୍ ଧୂଆଁଧାର ବ୍ୟାଟିଂ କରି ଭାରତ ହାତରୁ ମ୍ୟାଚ୍ ଛଡାଇ ନେଇଥିଲେ।  ତେବେ ଧର୍ମଶାଳାଠାରୁ ବାରବାଟୀ ପିଚ୍ ଓ ପରିବେଶ ସମ୍ପୂର୍ଣ୍ଣ ଭିନ୍ନ ଥିବାରୁ ଏହା ଦକ୍ଷିଣ ଆଫ୍ରିକୀୟ ଖେଳାଳିଙ୍କୁ ଅଡୁଆରେ ପକାଇପାରେ। ଆଜିର ମ୍ୟାଚ ପାଇଁ ଦକ୍ଷିଣ ଆଫ୍ରିକା କ୍ରିସ୍ ମୋରିସଙ୍କ ସ୍ଥାନରେ ଆଲବି ମୋର୍କେଲଙ୍କୁ ସ୍ଥାନ ଦେଇପାରେ।

ପ୍ରଥମ ଥର ପାଇଁ ବାରବାଟୀ ଷ୍ଟାଡିୟମରେ ଆଜି ଖେଳାଯିବ ଇଣ୍ଟରନ୍ୟାସନାଲ ଟି-ଟ୍ୱେଣ୍ଟି  ମ୍ୟାଚ୍। ଏଠାକାର ପିଚ୍ ସ୍ପୋର୍ଟିଂ ସହିତ ବାଉନ୍ସି ରହିବ ବୋଲି କ୍ୟୁରେଟର୍ କହିଛନ୍ତି। ମ୍ୟାଚ୍ ହାଇେସ୍କାରିଂ  ହେବ ବୋଲି ସେ ଆଶା ରଖିଛନ୍ତି। ତେବେ ବର୍ଷା ଆଜିର ମ୍ୟାଚକୁ ପ୍ରଭାବିତ କରିବା ଆଶଙ୍କା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ମ୍ୟାଚ୍ ପାଇଁ ଷ୍ଟାଡିୟମ ପରିସରରେ କଡା ସୁରକ୍ଷା ଗ୍ରହଣ କରାଯାଇଛି । ଡଗ୍ ସ୍କ୍ବାଡ୍ ଓ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡଙ୍କ ବ୍ୟତୀତ ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos