ଫ୍ରେଣ୍ଡଶିପ୍ କପ୍ ଜିତିଲା ଟାଟା ଷ୍ଟିଲ୍

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର୍): ଟାଟା ଷ୍ଟିଲ୍ ପକ୍ଷରୁ କଳିଙ୍ଗ ଷ୍ଟାଡିୟମରେ ଫ୍ରେଣ୍ଡଶିପ୍ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି। ଏହି ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ୪ଟି ଟିମ୍ ଯଥା ଟାଟା ଷ୍ଟିଲ୍ ଏକାଦଶ, ମିଡିଆ ଏକାଦଶ, ଲିଡର୍ସ ଏକାଦଶ ଏବଂ ବ୍ୟୁରୋକ୍ରାଟ୍ସ ଏକାଦଶ ଭାଗ ନେଇଥିଲେ। ଫାଇନାଲ୍ ମୁକାବିଲା ଟାଟା ଷ୍ଟିଲ୍ ଏବଂ ଲିଡର୍ସ ଏକାଦଶ ମଧ୍ୟରେ ଖେଳାଯାଇଥିଲା। ଏଥିରେ ଟାଟା ଷ୍ଟିଲ୍ ୩-୦ ଗୋଲରେ ବିଜୟୀ ହୋଇ ଟାଇଟଲ୍ ହାସଲ କରିଛି। ଟାଟା ଷ୍ଟିଲ୍ ପକ୍ଷରୁ […]

tata

tata

Ranjit Kumar Jena
  • Published: Sunday, 28 July 2019
  • Updated: 28 July 2019, 07:38 PM IST

Sports

Latest News

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର୍): ଟାଟା ଷ୍ଟିଲ୍ ପକ୍ଷରୁ କଳିଙ୍ଗ ଷ୍ଟାଡିୟମରେ ଫ୍ରେଣ୍ଡଶିପ୍ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି। ଏହି ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ୪ଟି ଟିମ୍ ଯଥା ଟାଟା ଷ୍ଟିଲ୍ ଏକାଦଶ, ମିଡିଆ ଏକାଦଶ, ଲିଡର୍ସ ଏକାଦଶ ଏବଂ ବ୍ୟୁରୋକ୍ରାଟ୍ସ ଏକାଦଶ ଭାଗ ନେଇଥିଲେ।

ଫାଇନାଲ୍ ମୁକାବିଲା ଟାଟା ଷ୍ଟିଲ୍ ଏବଂ ଲିଡର୍ସ ଏକାଦଶ ମଧ୍ୟରେ ଖେଳାଯାଇଥିଲା। ଏଥିରେ ଟାଟା ଷ୍ଟିଲ୍ ୩-୦ ଗୋଲରେ ବିଜୟୀ ହୋଇ ଟାଇଟଲ୍ ହାସଲ କରିଛି। ଟାଟା ଷ୍ଟିଲ୍ ପକ୍ଷରୁ ସଦ୍ଦାମ ଅବରାର୍ ୨ଟି ଓ ମିଥୁନ୍ ଚକ୍ରସୟ ଗୋଟିଏ ଗୋଲ୍ ଦେଇଥିଲେ। ଏହା ପୂର୍ବରୁ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଲିଡର୍ସ ଏକାଦଶ ୩-୨ ଗୋଲରେ ମିଡିଆ ଏକାଦଶକୁ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଟାଟା ଷ୍ଟିଲ୍ ଏକାଦଶ ୧-୦ରେ ବ୍ୟୁରୋକ୍ରଟ୍ସକୁ ପରାସ୍ତ କରି ଫାଇନାଲରେ ସ୍ଥାନ ହାସଲ କରିଥିଲେ।

ପୁରସ୍କାର ବିତରଣ ଉତ୍ସବରେ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ, ଶିକ୍ଷା ବିଭାଗ ସେକ୍ରେଟାରୀ ଶାଶ୍ୱତ ମିଶ୍ର, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଷ୍ଟିଲ୍ ଓ ମାଇନ୍ସ ସେକ୍ରେଟାରୀ ଏସକେ ପୋପିଲ୍, ସିନିୟର ଜର୍ଣ୍ଣାଲିଷ୍ଟ୍ ରାଜାରାମ ଶତପଥୀ, ଦେବୀ ପଟ୍ଟନାୟକ, ଟାଟା ଷ୍ଟିଲର ଭାଇସ୍ ପ୍ରେସିଡେଣ୍ଟ୍ ଅରୁଣ ମିଶ୍ର, ଟାଟା ଷ୍ଟିଲ୍ ସିଓସ ସୁବୋଧ ପାଣ୍ଡେ, ଟାଟା ଷ୍ଟିଲ୍ କର୍ପୋରେଟ୍ ସର୍ଭିସେସର ଜିଏମ୍ ଆରଆର୍ ଶତପଥୀ, ଟାଟା ଷ୍ଟିଲ୍ ସିଆରଇ ଦେବାଶିଷ ଜେନା, ଟାଟା ଷ୍ଟିଲ୍ ବିଏସଏଲ୍ ଚିଫ୍ କର୍ପୋରେଟ୍ ସର୍ଭିସେସର ମଣିକାନ୍ତ ନାଏକ ଉପସ୍ଥିତ ରହି ଚାମ୍ପିୟନ୍ ଓ ରନର୍ସଅପ୍ ଟିମକୁ ଟ୍ରଫି ପ୍ରଦାନ କରିଥିଲେ।

ଏହା ପୂର୍ବରୁ ଉଦଘାଟନୀ ସମାରୋହରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବନ୍ୟ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମିର ରଞ୍ଜନ ଦାଶ, ଶିଳ୍ପ ଓ ଶକ୍ତି ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ବାଣିଜ୍ୟ ଓ ପରିବହନ ମନ୍ତ୍ରୀପଦ୍ମନାଭ ବେହେରା, ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଜଟଣୀ ବିଧାୟକ ସୁର ରାଉତରାୟ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ରାଜେଶ ବର୍ମା ଓ ଓସଜା ସଭାପତି କେ ରବି ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos