ବିରାଟଙ୍କୁ ପଛରେ ପକାଇଲେ ରସ୍ ଟେଲର୍‌

ଅକଲ୍ୟାଣ୍ଡ୍‌: ନ୍ୟୁଜିଲ୍ୟାଣ୍ଡ୍ ଦଳର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରସ୍ ଟେଲର୍ ଏଠାରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ନୂଆ ମାଇଲଖୁଣ୍ଟ ଛୁଇଁଛନ୍ତି। ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ସର୍ବାଧିକ ରନ୍ କ୍ଷେତ୍ରରେ ଟେଲର ବିରାଟ୍ କୋହଲିଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି। ଆଜି ମ୍ୟାଚରେ ଟେଲର୍ ଅପରାଜିତ ୭୩ ରନର ଇନିଂସ୍ ଖେଳି ଏହି ରେକର୍ଡ ନିଜ ନାଁରେ କରିଛନ୍ତି। ଉଭୟ ଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ସର୍ବାଧିକ ରନର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାଁରେ […]

taylor

Ranjit Kumar Jena
  • Published: Saturday, 08 February 2020
  • , Updated: 08 February 2020, 02:00 PM IST

ଅକଲ୍ୟାଣ୍ଡ୍‌: ନ୍ୟୁଜିଲ୍ୟାଣ୍ଡ୍ ଦଳର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରସ୍ ଟେଲର୍ ଏଠାରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ନୂଆ ମାଇଲଖୁଣ୍ଟ ଛୁଇଁଛନ୍ତି। ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ସର୍ବାଧିକ ରନ୍ କ୍ଷେତ୍ରରେ ଟେଲର ବିରାଟ୍ କୋହଲିଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି। ଆଜି ମ୍ୟାଚରେ ଟେଲର୍ ଅପରାଜିତ ୭୩ ରନର ଇନିଂସ୍ ଖେଳି ଏହି ରେକର୍ଡ ନିଜ ନାଁରେ କରିଛନ୍ତି।

ଉଭୟ ଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ସର୍ବାଧିକ ରନର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାଁରେ ରହିଛି। ସଚିନ ୧୭୫୦ ରନ୍ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଟେଲର୍ ୧୩୭୩ ରନ୍ ସହ ଦ୍ୱିତୀୟକୁ ଉଠିଛନ୍ତି। କୋହଲି ଆଜି ମ୍ୟାଚରେ ମାତ୍ର ୧୫ ରନ୍ କରି ଆଉଟ୍ ହୋଇଛନ୍ତି ଏବଂ ସେ ୧୩୬୯ ରନ୍ ସହ ତୃତୀୟ ସ୍ଥାନରେ ରହିଛନ୍ତି।

ଏହା ପରେ ନେଥନ୍ ଆଷ୍ଟଲ୍ (୧୨୦୭ ରନ୍‌) ଓ ବୀରେନ୍ଦ୍ର ସେହ୍ୱାଗ (୧୧୫୭ ରନ୍‌) ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି। ଆଜି ମ୍ୟାଚରେ ମଧ୍ୟ ଟେଲର୍ ଆଉ ଏକ ରେକର୍ଡ କରିଛନ୍ତି। ଘରୋଇ ମାଟିରେ ଟେଲର୍ ୯୭ ଇନିଂସରେ ୪୦୫୯ ରନ୍ କରି ମାର୍ଟିନ୍ ଗପ୍ଟିଲଙ୍କୁ ପଛରେ ପକାଇଛନ୍ତି। ଗପ୍ଟିଲ୍ ୯୨ ଇନିଂସରେ ୪୦୨୧ ରନ୍ କରିଛନ୍ତି।

Related story