୨୫୦ରେ ଭାରତ ଅଲ୍‌ ଆଉଟ୍‌

ଏଡିଲେଡ୍‌: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ଭାରତ ୨୫୦ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଛି। ଗତକାଲି ଦଳ ୯ଟି ୱିକେଟ୍ ହରାଇ ଥିବା ବେଳେ ଆଜି ଗୋଟିଏ ୱିକେଟ୍ ହରାଇ ଅଲ୍‌ ଆଉଟ୍ ହୋଇଯାଇଛି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍ ବ୍ୟାଟିଂ ଆରମ୍ଭ କରିଛି। ଲଞ୍ଚ୍ ସୁଦ୍ଧା ଦଳ ୨ ୱିକେଟ୍ ହରାଇ ୫୭ ରନ୍ କରିଛି। ଓପନର୍ ଆରୋନ୍ ଫିଞ୍ଚ୍ ‘ଶୂନ’ରେ ଆଉଟ୍ ହୋଇଛନ୍ତି। ପ୍ରଥମ ଓଭରର ତୃତୀୟ ବଲ୍‌ରେ ଇଶାନ୍ତ ଶର୍ମାଙ୍କ […]

ashiwni

ashiwni

Jitendra Garnayak
  • Published: Friday, 07 December 2018
  • Updated: 07 December 2018, 09:46 AM IST

Sports

Latest News

ଏଡିଲେଡ୍‌: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ଭାରତ ୨୫୦ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଛି। ଗତକାଲି ଦଳ ୯ଟି ୱିକେଟ୍ ହରାଇ ଥିବା ବେଳେ ଆଜି ଗୋଟିଏ ୱିକେଟ୍ ହରାଇ ଅଲ୍‌ ଆଉଟ୍ ହୋଇଯାଇଛି।

ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍ ବ୍ୟାଟିଂ ଆରମ୍ଭ କରିଛି। ଲଞ୍ଚ୍ ସୁଦ୍ଧା ଦଳ ୨ ୱିକେଟ୍ ହରାଇ ୫୭ ରନ୍ କରିଛି। ଓପନର୍ ଆରୋନ୍ ଫିଞ୍ଚ୍ ‘ଶୂନ’ରେ ଆଉଟ୍ ହୋଇଛନ୍ତି। ପ୍ରଥମ ଓଭରର ତୃତୀୟ ବଲ୍‌ରେ ଇଶାନ୍ତ ଶର୍ମାଙ୍କ ଦ୍ୱାରା ସେ ବୋଲ୍ଡ ହୋଇଥିଲେ। ମାର୍‌କସ୍ ହ୍ୟାରିସ୍ ୨୬ ରନ୍ କରିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଏକ ବଲ୍‌ରେ ମୁରଲୀ ବିଜୟଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।

ଗତକାଲି ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ଚେତେଶ୍ୱର ପୂଜାରା ସମ୍ମାନ ରଖିଥିଲେ। ୨୪୬ ବଲ୍‌ରେ ୧୨୩ ରନ୍ କରି ଦଳକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇ ଥିଲେ। ତାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜ୍‌ରେ ତିଷ୍ଠି ପାରି ନଥିଲେ। ଗତକାଲି ଅନ୍ତିମ ଓଭରର ପଞ୍ଚମ ବଲ୍‌ରେ (୮୭.୫) ସେ ରନ୍ ଆଉଟ୍ ହୋଇଥିଲେ।

ଆଜି ଭାରତୀୟ ଦଳ ସ୍କୋର୍ ବୋର୍ଡରେ କିଛି ରନ୍ ଯୋଡ଼ିବାକୁ ସକ୍ଷମ ହୋଇ ନଥିଲା। ଦ୍ୱିତୀୟ ଦିନର ପ୍ରଥମ ବଲ୍‌ରେ ମହମ୍ମଦ ଶାମି ଆଉଟ୍ ହେବା ସହିତ ଭାରତୀୟ ଦଳର ପ୍ରଥମ ଇନିଂସ ଶେଷ ହୋଇଯାଇଥିଲା।

ଅଷ୍ଟ୍ରେଲିଆ ପକ୍ଷରୁ ଜୋଶ୍ ହାଜେଲ୍‌ଉଡ୍‌ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ମିଚେଲ୍ ଷ୍ଟାର୍କ, ପ୍ୟାଟ୍ କମିନ୍‌ସ ଓ ନାଥନ୍ ଲିଅନ୍ ୨ଟି ଲେଖାଏ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos