ବାରବାଟୀରେ ଅଭ୍ୟାସ କଲେ ଦୁଇ ଦଳ

କଟକ (ଓଡ଼ିଶା ରିପୋର୍ଟର): ବାରବାଟୀ ଦିନିକିଆ ପାଇଁ ଶନିବାର ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ୍ ଟିମ୍ ଅଭ୍ୟାସ କରିବାକୁ ଆସିଥିଲେ। ଟିମ୍ ଇଣ୍ଡିଆ ସକାଳ ସାଢ଼େ ୯ଟା ବେଳେ ହୋଟେଲରୁ ବାହାରି ସିଧା କଟକ ଅଭିମୁଖେ ବାହାରିଥିଲା। ଭାରତୀୟ ଦଳ ସକାଳ ସାଢ଼େ ୧୦ଟା ବେଳେ ଷ୍ଟାଡିୟମ ଭିତରକୁ ଏଣ୍ଟ୍ରି କରିଥିଲେ। ପ୍ରଥମେ ଟିମର ସବୁ ଖେଳାଳି ଗ୍ରାଉଣ୍ଡରେ କିଛି ସମୟ ଷ୍ଟ୍ରେଚ୍ କରିଥିଲେ। ଏହାଛଡ଼ା ଗ୍ରାଉଣ୍ଡ ଚାରିପଟେ ରନିଂ ମଧ୍ୟ କରିଥିଲେ। ଏହା ପରେ ପର୍ଯ୍ୟାୟକ୍ରମେ […]

team-india

Ranjit Kumar Jena
  • Published: Saturday, 21 December 2019
  • , Updated: 21 December 2019, 05:37 PM IST

କଟକ (ଓଡ଼ିଶା ରିପୋର୍ଟର): ବାରବାଟୀ ଦିନିକିଆ ପାଇଁ ଶନିବାର ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ୍ ଟିମ୍ ଅଭ୍ୟାସ କରିବାକୁ ଆସିଥିଲେ। ଟିମ୍ ଇଣ୍ଡିଆ ସକାଳ ସାଢ଼େ ୯ଟା ବେଳେ ହୋଟେଲରୁ ବାହାରି ସିଧା କଟକ ଅଭିମୁଖେ ବାହାରିଥିଲା। ଭାରତୀୟ ଦଳ ସକାଳ ସାଢ଼େ ୧୦ଟା ବେଳେ ଷ୍ଟାଡିୟମ ଭିତରକୁ ଏଣ୍ଟ୍ରି କରିଥିଲେ। ପ୍ରଥମେ ଟିମର ସବୁ ଖେଳାଳି ଗ୍ରାଉଣ୍ଡରେ କିଛି ସମୟ ଷ୍ଟ୍ରେଚ୍ କରିଥିଲେ।

ଏହାଛଡ଼ା ଗ୍ରାଉଣ୍ଡ ଚାରିପଟେ ରନିଂ ମଧ୍ୟ କରିଥିଲେ। ଏହା ପରେ ପର୍ଯ୍ୟାୟକ୍ରମେ ସବୁ ଖେଳାଳି ବ୍ୟାଟିଂ ଓ ବୋଲିଂ ଅଭ୍ୟାସ କରିଥିଲେ। ଟେଷ୍ଟ କ୍ରିକେଟରେ ଜବରଦସ୍ତ ଫର୍ମରେ ଥିବା ମୟଙ୍କ ଅଗ୍ରୱାଲ୍ ବ୍ୟାଟିଂ ପ୍ରାକ୍ଟିସ୍ କରିଥିଲେ। ପେସ୍ ବୋଲର ଦୀପକ ଚହରଙ୍କ ସ୍ଥାନରେ ସାମିଲ୍ ହୋଇଥିବା ଯୁବ ପେସର ନଭଦୀପ ସାଇନିଙ୍କୁ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଥିଲା। ଟିମ୍ ଇଣ୍ଡିଆ ପ୍ରାୟ ଅପରାହ୍ଣ ୨ଟା ଯାଏ ଅଭ୍ୟାସ କରିଥିଲେ ଏବଂ ଏହା ପରେ ଟିମ୍ ଫେରିଯାଇଥିଲେ।

ଅପରାହ୍ଣ ପ୍ରାୟ ୨ଟା ବେଳେ ୱେଷ୍ଟଇଣ୍ଡିଜ୍ ଟିମ୍ ଅଭ୍ୟାସ କରିବାକୁ ଆସିଥିଲେ। କୋଚ୍ ଫିଲ୍ ସିମନ୍ସଙ୍କ ମାର୍ଗଦର୍ଶନରେ କ୍ୟାପଟେନ୍ କାଇରନ୍ ପୋଲାର୍ଡ, ଜେସନ୍ ହୋଲ୍ଡର, ଏଭିନ୍ ଲୁଇସ୍‌, ଶାଇ ହୋପ୍‌, ଶିମରନ୍ ହେଟମେୟର୍ ଏବଂ ନିକୋଲାସ ପୁରନ୍ ଅଭ୍ୟାସ ସେସନରେ ଯୋଗ ଦେଇଥିଲେ। ତେବେ ୱେଷ୍ଟଇଣ୍ଡିଜ୍ ଖେଳାଳିମାନେ ବାରବାଟୀର ଫ୍ଲଡଲାଇଟରେ ଅଭ୍ୟାସ କରିଥିଲେ।

Related story