ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବସରରେ ସାରା ଦେଶରେ ଉତ୍ସବର ମାହୋଲ। ଏହି ଅବସରରେ ଟିମ୍ ଇଣ୍ଡିଆ ମଧ୍ୟ ବିଦେଶରେ ଥାଇ ଏହି ଦିବସକୁ ପାଳନ କରିଛି। କ୍ରିକେଟ୍ ସିରିଜ ପାଇଁ ବର୍ତ୍ତମାନ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତରେ ଥିବା ବେଳେ ସେଠାରେ ରହି ମଧ୍ୟ ସ୍ୱଧୀନତା ଦିବସ ପାଳନ କରିଛି।
ଟିମ୍ ଇଣ୍ଡିଆର ଅଧିନାୟକ ପତାକା ଉତ୍ତୋଳନ କରିଥିବା ବେଳେ କୋଚ ରବି ଶାସ୍ତ୍ରୀ ଓ ଅନ୍ୟ ସମସ୍ତ ଖେଳାଳି ଉପସ୍ଥିତ ରହିଥିଲେ। ସ୍ୱାଧୀନତା ଦିବସ ଏଥର ଭାରତୀୟ ଖେଳାଳିଙ୍କ ପାଇଁ କିଛି ବିଶେଷ ରହିଥିଲା। କାରଣ ବିଦେଶ ମାଟିରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ୩ଟି ଟେଷ୍ଟ ମ୍ୟାଚ୍ କ୍ଲିନ୍ ସୁଇପ୍ କରିବା ସହ ଇତିହାସ ରଚିଛି ଭାରତ। ତେଣୁ ଟିମ୍ର ମନୋବଳ ଏବେ ବୃଦ୍ଧି ପାଇଛି।
ଅନ୍ୟପଟେ ଟିମ୍ ଇଣ୍ଡିଆର ଖେଳାଳି ମାନେ ମଧ୍ୟ ଏଭଳି ଏକ ସ୍ୱତନ୍ତ୍ର ଦିବସରେ ଶୁଭେଚ୍ଛାର ବାର୍ତ୍ତା ପଠାଇଛନ୍ତି। ଧୋନୀଙ୍କ ଠାରୁ ଆରମ୍ଭ କରି ଅଶ୍ୱିନୀ, ସାମି ସ୍ୱାଧୀନତା ଦିବସର ବାର୍ତ୍ତା ପଠାଇଛନ୍ତି। ଏହାସହ ବିରେନ୍ଦ୍ର ସେହୱାଗ ମଧ୍ୟ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।