୨୦୨୧ ହେବ ବିରାଟବାହିନୀ ପାଇଁ ଚ୍ୟାଲେଞ୍ଜିଂ ବର୍ଷ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ କ୍ରୀଡ଼ାଜଗତ ଠପ୍ ପଡ଼ିଛି ଏବଂ ଖେଳାଳିମାନେ ମଧ୍ୟ ନିଜ ନିଜର ଘରେ ରହିଛନ୍ତି। କରୋନାର ପ୍ରଭାବ ଯୋଗୁ ଚଳିତବର୍ଷ ପ୍ରାୟ ସବୁ କ୍ରୀଡ଼ା ପ୍ରତିଯୋଗିତାକୁ ସ୍ଥଗିତ କରାଯାଇଛି। କ୍ରିକେଟ୍ ମଧ୍ୟ ଏଥିରୁ ବଞ୍ଚିତ ନାହିଁ। ଭାରତୀୟ କ୍ରିକେଟ୍ ଟିମ୍ ପାଇଁ ଚଳିତ ବର୍ଷ ବେଶ୍ ମହତ୍ତ୍ୱପୂର୍ଣ୍ଣ କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ କୋଭିଡ୍‌-୧୯ ମହାମାରୀ ଯୋଗୁ ଭାରତୀୟ କ୍ରିକେଟରମାନେ ବାହାରକୁ ବାହାରିପାରୁ ନାହାନ୍ତି। ଯଦି ଆମେ ୨୦୨୧ ବର୍ଷକୁ ଦେଖିବା, […]

team-india1

Ranjit Kumar Jena
  • Published: Friday, 17 April 2020
  • , Updated: 17 April 2020, 05:06 PM IST

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ କ୍ରୀଡ଼ାଜଗତ ଠପ୍ ପଡ଼ିଛି ଏବଂ ଖେଳାଳିମାନେ ମଧ୍ୟ ନିଜ ନିଜର ଘରେ ରହିଛନ୍ତି। କରୋନାର ପ୍ରଭାବ ଯୋଗୁ ଚଳିତବର୍ଷ ପ୍ରାୟ ସବୁ କ୍ରୀଡ଼ା ପ୍ରତିଯୋଗିତାକୁ ସ୍ଥଗିତ କରାଯାଇଛି। କ୍ରିକେଟ୍ ମଧ୍ୟ ଏଥିରୁ ବଞ୍ଚିତ ନାହିଁ। ଭାରତୀୟ କ୍ରିକେଟ୍ ଟିମ୍ ପାଇଁ ଚଳିତ ବର୍ଷ ବେଶ୍ ମହତ୍ତ୍ୱପୂର୍ଣ୍ଣ କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ କୋଭିଡ୍‌-୧୯ ମହାମାରୀ ଯୋଗୁ ଭାରତୀୟ କ୍ରିକେଟରମାନେ ବାହାରକୁ ବାହାରିପାରୁ ନାହାନ୍ତି। ଯଦି ଆମେ ୨୦୨୧ ବର୍ଷକୁ ଦେଖିବା, ତାହେଲେ ଆସନ୍ତାବର୍ଷ ଭାରତ ପାଇଁ ଅଧିକ ବ୍ୟସ୍ତବହୁଳ ରହିବ। ୨୦୨୧ରେ ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆକୁ ୧୫ ଟେଷ୍ଟ ଖେଳିବାକୁ ପଡ଼ିପାରେ। ଟେଷ୍ଟ କ୍ରିକେଟ୍ ଦୃଷ୍ଟିରୁ ଭାରତୀୟ ଟିମର ୨୦୨୦ କାର୍ଯ୍ୟକ୍ରମ ସେତେଟା ଚାପଭରା ନୁହେଁ। ଚଳିତ ବର୍ଷ ଭାରତକୁ କେବଳ ଚାରୋଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ଥିଲା, ଯେଉଁଥିରୁ ଦୁଇଟି ଟେଷ୍ଟ (ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ) ପୂର୍ବରୁ ଶେଷ ହୋଇଯାଇଛି।

ଭାରତୀୟ ଟିମକୁ ଚଳିତ ବର୍ଷ ନଭେମ୍ବର-ଡିସେମ୍ବରରେ ଅଷ୍ଟ୍ରେଲିଆ ଗସ୍ତରେ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାକୁ ଅଛି, ଯାହାର ଅନ୍ତିମ ଟେଷ୍ଟ ଆସନ୍ତାବର୍ଷ ଜାନୁଆରୀ ମାସର ପ୍ରଥମ ସପ୍ତାହରେ ଖେଳାଯିବ। ତେବେ କରୋନାଭାଇରସ୍ ଯୋଗୁ ଏହି ସିରିଜକୁ ନେଇ ଆଶଙ୍କା ଦେଖା ଦେଇଛି। ଭାରତକୁ ଚଳିତ ବର୍ଷ ଅଧିକ ସୀମିତ ଓଭର କ୍ରିକେଟ୍ ଖେଳିବାକୁ ଅଛି। ଭାରତ ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୬ଟି ସୀମିତ ଓଭର ମ୍ୟାଚ୍ ଖେଳିଛି, ଯେଉଁଥିରେ ୬ ଦିନିକିଆ ଏବଂ ୮ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ସାମିଲ୍ ଅଛି । ଅଷ୍ଟ୍ରେଲିଆରେ ଅକ୍ଟୋବର-ନଭେମ୍ବରରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ପୂର୍ବରୁ ମଧ୍ୟ ଭାରତକୁ ସୀମିତ ଓଭର ମ୍ୟାଚ୍ ଖେଳିବାକୁ ଅଛି।

ଆଇସିସିର ଫ୍ୟୁଚର୍ ଟୁର୍ ଫ୍ରୋଗ୍ରାମ୍ (ଏଫଟିପି) ଅନୁଯାୟୀ, ଭାରତୀୟ ଟିମକୁ ତିନୋଟି ଦିନିକିଆ ଏବଂ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍ ଖେଳିବା ପାଇଁ ଜୁଲାଇରେ ଶ୍ରୀଲଙ୍କା ଗସ୍ତ କରିବ। ଏହା ପରେ ଅଗଷ୍ଟରେ ଜିମ୍ବାୱେ ମାଟିରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବାକୁ ମଧ୍ୟ ଅଛି। ଚଳିତ ବର୍ଷ ସେପ୍ଟେମ୍ବରରେ ଏସିଆ କପ୍ ଆୟୋଜନ ହେବାର ଅଛି, ଯାହାକି ଏହା ଟି-୨୦ ଟୁର୍ଣ୍ଣାମେଣ୍ଟ। ଭାରତ ଅକ୍ଟୋବରରେ ଇଂଲଣ୍ଡ ବିପକ୍ଷରେ ତିନୋଟି ଦିନିକିଆ ଏବଂ ତିନୋଟି ଟି-୨୦ ମ୍ୟାଚର ଆୟୋଜନ କରିବ। ସେହିପରି ଟି-୨୦ ବିଶ୍ୱକପ୍ ପୂର୍ବରୁ ଭାରତ ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷରେ ତିନୋଟି ଟି-୨୦ ମ୍ୟାଚ୍ ମଧ୍ୟ ଖେଳିବ। ଭାରତ ଟି-୨୦ ବିଶ୍ୱକପ୍ ପାଇଁ ଅଷ୍ଟ୍ରେଲିଆରେ ହିଁ ରହିବ, ଯେଉଁଠାରେ ବିରାଟସେନା ୪ ଟେଷ୍ଟ ଓ ୩ ଦିନିକିଆ ମ୍ୟାଚ୍ ଖେଳିବ।

କୋହଲିଙ୍କ ଟିମ୍ ନୂଆ ବର୍ଷ ମଧ୍ୟ ଅଷ୍ଟ୍ରେଲିଆରେ ରହି ମନାଇବ। ଅର୍ଥାତ୍ ଭାରତୀୟ ଟିମ୍ ୨୦୨୧ରୁ ହିଁ ବ୍ୟସ୍ତ ହୋଇଯିବ। ଭାରତ ସ୍ୱଦେଶ ଫେରିବା ପରେ ଇଂଲଣ୍ଡ ବିପକ୍ଷ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଆୟୋଜନ କରିବ। ଜାନୁଆରୀରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହି ସିରିଜ୍ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଅଂଶ। ଭାରତୀୟ ଟିମ୍ ଏହା ପରେ ଆଫଗାନିସ୍ତାନ ବିପକ୍ଷରେ ତିନୋଟି ଦିନିକିଆ ମ୍ୟାଚ୍ ଖେଳିବ। ଏହା ପରେ ଆଇପିଏଲ୍ ଆରମ୍ଭ ହୋଇଯିବ, ଯାହା ପ୍ରାୟ ଦେଢ଼ ମାସରୁ ଅଧିକ ସମୟ ଧରି ଚାଲିବ।

ଜୁନରେ ଇଂଲଣ୍ଡରେ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଭାରତ ଏହି ଚାମ୍ପିୟନଶିପର ଫାଇନାଲରେ ସ୍ଥାନ ହାସଲ କରିବାକୁ ପ୍ରୟାସ କରିବ। ଏହିଠାରୁ ହିଁ ଭାରତର ବିଦେଶ ଗସ୍ତ ଆରମ୍ଭ ହେବ, ଯେଉଁଥିରେ ଶ୍ରୀଲଙ୍କା ବିପକ୍ଷ ତିନୋଟି ଟି-୨୦ ଖେଳିବା ଏବଂ ଅଗଷ୍ଟରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଇଂଲଣ୍ଡ ଗସ୍ତରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆଦି ସାମିଲ୍ ଅଛି।

ବିରାଟ୍ ଆଣ୍ଡ କୋ. ଅକ୍ଟୋବରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଏବଂ ତିନୋଟି ଟି-୨୦ ମ୍ୟାଚର ଆୟୋଜନ କରିବ। ଏହା ପରେ ଭାରତରେ ହିଁ ଟି-୨୦ ବିଶ୍ୱକପ୍ ଖେଳାଯିବା ପାଇଁ ସ୍ଥିର ହୋଇଛି। ଭାରତକୁ ନଭେମ୍ବର-ଡିସେମ୍ବରରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଏବଂ ତିନୋଟି ଟି-୨୦ ମ୍ୟାଚର ଆୟୋଜନ କରିବ। ଯାହା ପରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ ତିନୋଟି ଟେଷ୍ଟ ଓ ସମାନ ସଂଖ୍ୟକ ଟି-୨୦ ମୁକାବିଲା ମଧ୍ୟ ଖେଳିବ। ତେଣୁ ୨୦୨୧ ଭାରତ ପାଇଁ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ଏହି ବର୍ଷ ଭାରତ ସୀମିତ ଓଭର ଅପେକ୍ଷା ଅଧିକ ସଂଖ୍ୟକ ଟେଷ୍ଟ ମ୍ୟାଚ୍ ଖେଳିବ।

Related story