ନାଗପୁର ଟେଷ୍ଟ: ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ       

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗପୁରରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଦୃଢ଼ ସ୍ଥିତିରେ ଟିମ ଇଣ୍ଡିଆ। ଆଜି ଦ୍ୱିତୀୟ ଦିନ ଖେଳ ଶେଷ ସୁଧା ଭାରତ ମାତ୍ର ଦୁଇ ଓ୍ୱିକେଟ ହରାଇ ୩୧୨ ରନ କରିଛି। ପ୍ରଥମ ଦିନର ସ୍କୋର ୧୧ ରନରୁ ଖେଳ ଆରମ୍ଭ କରି ଭାରତ ଦ୍ୱିତୀୟ ଦିନ ଶେଷ ସୁଧା ମୁରଲୀ ବିଜୟ ଓ ଚେତେଶ୍ୱର ପୂଜାରାଙ୍କ ଶତକ ବଳରେ ୨ ଓ୍ୱିକେଟ ହରାଇ ୩୧୨ ରନ କରିପାରିଛି। ଓପନର ମୁରଲୀ ବିଜୟ ୧୨୮ ରନ […]

555_1511602787_618x347

555_1511602787_618x347

Rakesh Mallick
  • Published: Saturday, 25 November 2017
  • Updated: 25 November 2017, 05:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗପୁରରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଦୃଢ଼ ସ୍ଥିତିରେ ଟିମ ଇଣ୍ଡିଆ। ଆଜି ଦ୍ୱିତୀୟ ଦିନ ଖେଳ ଶେଷ ସୁଧା ଭାରତ ମାତ୍ର ଦୁଇ ଓ୍ୱିକେଟ ହରାଇ ୩୧୨ ରନ କରିଛି। ପ୍ରଥମ ଦିନର ସ୍କୋର ୧୧ ରନରୁ ଖେଳ ଆରମ୍ଭ କରି ଭାରତ ଦ୍ୱିତୀୟ ଦିନ ଶେଷ ସୁଧା ମୁରଲୀ ବିଜୟ ଓ ଚେତେଶ୍ୱର ପୂଜାରାଙ୍କ ଶତକ ବଳରେ ୨ ଓ୍ୱିକେଟ ହରାଇ ୩୧୨ ରନ କରିପାରିଛି। ଓପନର ମୁରଲୀ ବିଜୟ ୧୨୮ ରନ କରି ନିଜ କ୍ୟାରିୟରର ଦଶମ ଟେଷ୍ଟ ଶତକ ହାସଲ କରି ଆଉଟ୍ ହୋଇଥିଲେ। ସେପଟେ ଟିମ୍ ଇଣ୍ଡିଆର ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା ୧୨୧ ରନର ଇନିଙ୍ଗ୍ସ ଖେଳି ନିଜ କ୍ୟାରିୟନର ୧୪ ତମ ଟେଷ୍ଟ ଶତକ ହାସଲ କରିଛନ୍ତି। ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ପୂଜାରା ୧୨୧  ରନ ଓ ଅଧିନାୟକ ବିରାଟ କୋହଲି ୫୪ ରନ କରି ଅପରାଜିତ ରହିଛନ୍ତି। ଏବେ ଭାରତ ୧୦୭ ରନରେ ଆଗୁଆ ରହିଛି।

ଆଉ ୩ ଦିନ ଖେଳ ବାକି ଥିବା ବେଳେ ମ୍ୟାଚ୍‌ ରୋମାଞ୍ଚକର ହେବାକୁ ଯାଉଛି। ପ୍ରଥମ ଇଂନିସରେ ଏବେବି ଭାରତ ହାତରେ ଆହୁରି ୮ ୱିକେଟ୍‌ ରହିଛି। ତେଣୁ ଭାରତ ଚାହିଁବ ଅଧିକରୁ ଅଧିକ ରନ୍‌ ସଂଗ୍ରହ କରି କିପରି ଶ୍ରୀଲଙ୍କା ସାମ୍ନାରେ ଏକ ବିଶାଳ ସ୍କୋର କରିପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos