ଟିମ୍‌ ଇଣ୍ଡିଆରେ ଏବେ ଜାହିର ଖାନଙ୍କ ବିକଳ୍ପ ଖୋଜା: ବୋଲିଂ କୋଚ୍‌

ମୁମ୍ବାଇ: ଟିମ୍ ଇଣ୍ଡିଆରେ ଏବେ ଜାହିର ଖାନଙ୍କ କମି ଜଣାପଡୁଛି। କାରଣ ଟିମ୍‌ ଇଣ୍ଡିଆର ବୋଲିଂ କୋଚ୍‌ ଭରତ ଅରୁଣ କହିଛନ୍ତି ଯେ ଟିମ୍‌ ଇଣ୍ଡିଆରେ ଜଣେ ବାମହାତି ଦୃତ ବୋଲର ଏବେ ଆବଶ୍ୟକତା ରହିଛି। ପୂର୍ବରୁ ଟିମ୍‌ ଇଣ୍ଡିଆରେ ଜାହିର ଖାନ୍‌ ଏହି ସ୍ଥାନକୁ ଦୀର୍ଘଦିନ ଧରି ପୁରଣ କରି ଆସିଥିଲେ। ହେଲେ ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଇବା ପାଇଁ ଟିମ୍‌ ଇଣ୍ଡିଆ ନିକଟରେ ଏକ ବାମହାତି ଦୃତ ବୋଲର ନାହିଁ। ସେ ଏହା ମଧ୍ୟ କହିଛନ୍ତି […]

khan

khan

Rakesh Mallick
  • Published: Wednesday, 23 August 2017
  • Updated: 23 August 2017, 05:40 PM IST

Sports

Latest News

ମୁମ୍ବାଇ: ଟିମ୍ ଇଣ୍ଡିଆରେ ଏବେ ଜାହିର ଖାନଙ୍କ କମି ଜଣାପଡୁଛି। କାରଣ ଟିମ୍‌ ଇଣ୍ଡିଆର ବୋଲିଂ କୋଚ୍‌ ଭରତ ଅରୁଣ କହିଛନ୍ତି ଯେ ଟିମ୍‌ ଇଣ୍ଡିଆରେ ଜଣେ ବାମହାତି ଦୃତ ବୋଲର ଏବେ ଆବଶ୍ୟକତା ରହିଛି। ପୂର୍ବରୁ ଟିମ୍‌ ଇଣ୍ଡିଆରେ ଜାହିର ଖାନ୍‌ ଏହି ସ୍ଥାନକୁ ଦୀର୍ଘଦିନ ଧରି ପୁରଣ କରି ଆସିଥିଲେ। ହେଲେ ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଇବା ପାଇଁ ଟିମ୍‌ ଇଣ୍ଡିଆ ନିକଟରେ ଏକ ବାମହାତି ଦୃତ ବୋଲର ନାହିଁ।

ସେ ଏହା ମଧ୍ୟ କହିଛନ୍ତି ଟିମ୍‌ରେ କୁଲଦୀପ ଯାଦବ, ଚହଲ ଭଳି ଲେଗ୍‌ ସ୍ପିନର ରହିଥିବା ବେଳେ ଦୃତ ବୋଲିଂରେ ଜଣେ ବାମହାତି ବୋଲର ଟିମ୍‌ରେ ରହିଲେ ବୋଲିଂ ବିଭାଗ ବେଶ୍‌ ଶକ୍ତିଶାଳୀ ହେବ। ଅଶ୍ୱିନୀଙ୍କୁ ପ୍ରଶଂସା କରି ଅରୁଣ କହିଛନ୍ତି ଯେ ଅଶ୍ୱିନୀ ୨୦୧୫ ବିଶ୍ୱକପ ପରେ ମାତ୍ର ୧୫ଟି ଦିନିକିଆ ଖେଳିଥିବା ବେଳେ ସେ ଆଗାମୀ ୨୦୧୯ ବିଶ୍ୱକପ ପାଇଁ ଟିମ୍‌ରେ ସାମିଲ ହେବାର ସମ୍ଭାବନା ଅଧିକ। କେବଳ ସେ ବୋଲିଂରେ ନୁହେଁ ବ୍ୟାଟିଂରେ ମଧ୍ୟ କମାଲ ଦେଖାଇପାରନ୍ତି ବୋଲି ଅରୁଣ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos