ମୁମ୍ବାଇ: ଟିମ୍ ଇଣ୍ଡିଆର ନବ ନିଯୁକ୍ତ କୋଚ୍ ଅନୀଲ କୁମ୍ବଲେ ଆଜି ଆନୁଷ୍ଠାନିକ ଭାବେ ମୁଖ୍ୟ କୋଚ୍ ଦାୟିତ୍ୱ ଗଅହଣ କରିଛନ୍ତି। ତାଙ୍କ କୋଚିଂ କାଳରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶା କରିଛନ୍ତି।
ସେ କହିଛନ୍ତି, “ଆଗରୁ ଜଣେ ଖେଳାଳି ଭାବେ ଦଳରେ ଥିଲି। ବର୍ତ୍ତମାନ କୋଚ୍ ଭାବେ ଦଳରେ ସାମିଲ ହୋଇଛି। ଖାଳାଳି ଥିବା ସମୟରେ ମନରେ ଯେମିତି ପ୍ରତିଦ୍ୱନ୍ଦିତାପୂର୍ଣ୍ଣ ମନୋଭାବ ଥିଲା ତାକୁ ପୁଣି ଥରେ ଡ୍ରେସିଂ ରୁମ୍ରେ ଆଣିବାକୁ ଚେଷ୍ଟା କରିବି।“
ଟେଷ୍ଟ କ୍ରିକେଟ୍ ଭବିଷ୍ୟତକୁ ନେଇ ସେ କହିଛନ୍ତି, “ବିସିସିଆଇ ଏହା ଉପରେ ଗୁରୁତ୍ୱ ଦେଉଛି। ଆସନ୍ତା ସିଜିନରେ ଭାରତୀୟ ଦଳ ୧୭ଟି ଟେଷ୍ଟ ଖେଳିବାର କାର୍ଯ୍ୟକ୍ରମ ରହିଛି।”