ପ୍ରଥମ ଦିନିକିଆ ପାଇଁ ଚେନ୍ନାଇରେ ପହଞ୍ଚିଲା ଭାରତୀୟ ଟିମ୍‌

ଚେନ୍ନାଇ: ରବିବାର ଏମ୍ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବାକୁଥିବା ପ୍ରଥମ ଦିନିକିଆ ପାଇଁ ଗୁରୁବାର ଭାରତ ଓ ୱେଷ୍ଟଇଣ୍ଡିଜ୍ ଟିମ୍ ଚେନ୍ନାଇରେ ପହଞ୍ଚିଛନ୍ତି। ଚେନ୍ନାଇରେ ପହଞ୍ଚିବା ସମୟର ଫଟୋ ଟି୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ପୋଷ୍ଟ କରିଛନ୍ତି, ଯେଉଁଥିରେ ତାଙ୍କ ସହ କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ଅଛନ୍ତି। Touchdown Chennai 🤙 @imkuldeep18 @imjadeja pic.twitter.com/uWDyrCIi7I — Virat Kohli (@imVkohli) December 12, 2019 ମୁମ୍ବାଇରେ ତୃତୀୟ ମ୍ୟାଚ୍ ଜିତି ଭାରତ ତିନିମ୍ୟାଚ୍ […]

team-india

Ranjit Kumar Jena
  • Published: Thursday, 12 December 2019
  • , Updated: 12 December 2019, 08:09 PM IST

ଚେନ୍ନାଇ: ରବିବାର ଏମ୍ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବାକୁଥିବା ପ୍ରଥମ ଦିନିକିଆ ପାଇଁ ଗୁରୁବାର ଭାରତ ଓ ୱେଷ୍ଟଇଣ୍ଡିଜ୍ ଟିମ୍ ଚେନ୍ନାଇରେ ପହଞ୍ଚିଛନ୍ତି। ଚେନ୍ନାଇରେ ପହଞ୍ଚିବା ସମୟର ଫଟୋ ଟି୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ପୋଷ୍ଟ କରିଛନ୍ତି, ଯେଉଁଥିରେ ତାଙ୍କ ସହ କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ଅଛନ୍ତି।

ମୁମ୍ବାଇରେ ତୃତୀୟ ମ୍ୟାଚ୍ ଜିତି ଭାରତ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୨-୧ରେ ଜିତି ନେଇଛି। ଏହା ପରେ ରବିବାରଠାରୁ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବ। ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ୧୮ ତାରିଖରେ ବିଶାଖାପାଟଣା ଏବଂ ତୃତୀୟ ମ୍ୟାଚ୍ ୨୨ ତାରିଖରେ କଟକରେ ଖେଳାଯିବ।

ସୂଚନାଯୋଗ୍ୟ, ଭାରତ ଚାରିମାସ ପରେ ଦିନିକିଆ ସିରିଜ୍ ଖେଳିବାକୁ ଯାଉଛି। ଶେଷଥର ପାଇଁ ଭାରତ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଦିନିକିଆ ସିରିଜ୍ ଖେଳିଥିଲା। ଏଥିରେ ଭାରତ ୨-୦ରେ ବିଜୟୀ ହୋଇଥିଲା। ଏହାଛଡ଼ା ୨୦୦୬ ପରଠାରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ଦ୍ୱିପାକ୍ଷିକ ଦିନିକିଆ ସିରିଜରେ ଅପରାଜେୟ ରହିଛି। ବର୍ତ୍ତମାନର ଫର୍ମକୁ ନଜରରେ ରଖିଲେ, ଚଳିତ ଦିନିକିଆ ସିରିଜ୍ ପାଇଁ ଭାରତକୁ ଫେଭରିଟ୍ କୁହାଯାଉଛି।

Related story