ବିଦେଶରେ ଖେଳିବାକୁ ଭାରତୀୟ ମହିଳା ଖେଳାଳିଙ୍କୁ ବିସିସିଆଇର ଅନୁମତି

ନୂଆଦିଲ୍ଲୀ: ଇଂଲଣ୍ଡର ଓମେନ୍‌ ସୁପର ଲିଗ୍‌ (ଡବ୍ଲ୍ୟୁଏସ୍‌ଏଲ୍‌) ଓ ଅଷ୍ଟ୍ରେଲିଆର ଓମେନ୍‌ ବିଗ୍‌ ବାସ୍‌ ଲିଗ୍‌ (ଡବ୍ଲ୍ୟୁବିବିଏଲ୍) ଖେଳିପାରିବେ ଭାରତୀୟ ମହିଳା ଦଳର ଖେଳାଳି। ଏନେଇ ବିସିସିଆଇ ସବୁଜ ସଙ୍କେତ ଦେଇଛି। ଭାରତୀୟ ମହିଳା କ୍ରିକେଟରଙ୍କ ପାଇଁ ସେଣ୍ଟ୍ରାଲ୍‌ କଣ୍ଟ୍ରାକ୍ଟ ଆରମ୍ଭ କରିବା ପାଇଁ ଯୋଜନା ଆରମ୍ଭ ହୋଇଛି। ଏହି କଣ୍ଟ୍ରାକ୍ଟ ବଳରେ ଭାରତର ମହିଳା କ୍ରିକେଟର ମିଥାଲି ରାଜ ଓ ଝୁଲନ୍‌ ଗୋସ୍ୱାମୀ ବିଦେଶରେ ଖେଳି ପାରିବେ। କ୍ରିକେଟ ୱେବ୍‌ସାଇଟ୍‌  ESPNCricinfo.com ର ସୂଚନା ଅନୁସାରେ,“ଅଷ୍ଟ୍ରେଲିଆ ଓ […]

team india-women

Rakesh Mallick
  • Published: Thursday, 02 June 2016
  • , Updated: 02 June 2016, 12:00 PM IST

ନୂଆଦିଲ୍ଲୀ: ଇଂଲଣ୍ଡର ଓମେନ୍‌ ସୁପର ଲିଗ୍‌ (ଡବ୍ଲ୍ୟୁଏସ୍‌ଏଲ୍‌) ଓ ଅଷ୍ଟ୍ରେଲିଆର ଓମେନ୍‌ ବିଗ୍‌ ବାସ୍‌ ଲିଗ୍‌ (ଡବ୍ଲ୍ୟୁବିବିଏଲ୍) ଖେଳିପାରିବେ ଭାରତୀୟ ମହିଳା ଦଳର ଖେଳାଳି। ଏନେଇ ବିସିସିଆଇ ସବୁଜ ସଙ୍କେତ ଦେଇଛି। ଭାରତୀୟ ମହିଳା କ୍ରିକେଟରଙ୍କ ପାଇଁ ସେଣ୍ଟ୍ରାଲ୍‌ କଣ୍ଟ୍ରାକ୍ଟ ଆରମ୍ଭ କରିବା ପାଇଁ ଯୋଜନା ଆରମ୍ଭ ହୋଇଛି। ଏହି କଣ୍ଟ୍ରାକ୍ଟ ବଳରେ ଭାରତର ମହିଳା କ୍ରିକେଟର ମିଥାଲି ରାଜ ଓ ଝୁଲନ୍‌ ଗୋସ୍ୱାମୀ ବିଦେଶରେ ଖେଳି ପାରିବେ।

କ୍ରିକେଟ ୱେବ୍‌ସାଇଟ୍‌  ESPNCricinfo.com ର ସୂଚନା ଅନୁସାରେ,“ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପରି ଦେଶରେ ଭାରତୀୟ ମହିଳା କ୍ରିକେଟର ଏବେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇପାରିବେ। ବିସିସିଆଇ କର୍ତ୍ତୃପକ୍ଷ ଆଜି ସେମାନଙ୍କ ଆବେଦନକୁ ଅନୁମତି ଦେଇଛନ୍ତି। ଗତକାଲି ବିସିସିଆଇର ମହିଳା କ୍ରିକେଟ କମିଟିର ବୈଠକରେ ଏହା ଗୃହୀତ ହୋଇଛି।”

କିନ୍ତୁ ଡବ୍ଲ୍ୟୁଏସ୍‌ଏଲ୍‌ରେ ଭାରତୀୟ ମହିଳା ଦଳର ଖେଳାଳି ସାମିଲ୍‌ ହେବା ନେଇ ବିସିସିଆଇ ଏହି ନିଷ୍ପତ୍ତି ବିଳମ୍ବରେ ଘୋଷଣା କରିବା ଆଶା କରାଯାଉଛି। ଆସନ୍ତା ୩୦ରୁ ଅଗଷ୍ଟ ୧୪ ମଧ୍ୟରେ ହେବ ଡବ୍ଲ୍ୟୁଏସ୍‌ଏଲ୍‌।

Related story