ଶାସ୍ତ୍ରୀଙ୍କ ମତରେ ଭାରତ ନୁହେଁ, ଏହି ଟିମ୍ ବିଶ୍ୱକପ୍ ଟାଇଟଲ୍ ଦାବିଦାର

ଦୁବାଇ: ବିଶ୍ୱକପ୍ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇସାରିଛି। ଇତିମଧ୍ୟରେ ସମସ୍ତ ୧୦ଟି ଯାକ ଟିମ୍ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ବିଶ୍ୱକପ୍ ଟ୍ରଫି ପାଇଁ ଅନ୍ୟତମ ଦାବିଦାର ଭାରତ ତା’ର ୧୫ଜଣିଆ ଦଳର ଘୋଷଣା କରିଛି। ଏହି ୧୫ ଜଣିଆ ଟିମ୍ ଭାରତକୁ ଏଥର ବିଶ୍ୱକପ୍ ଦେବ ବୋଲି ଅନେକେ ଆଶା ବାନ୍ଧିଛନ୍ତି। କିନ୍ତୁ ଟିମର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ମତ ସାମାନ୍ୟ ଭିନ୍ନ। ଏଥର ଭାରତ ନୁହେଁ ଇଂଲଣ୍ଡ ବିଶ୍ୱକପ୍ ପାଇଁ […]

shas

shas

Ranjit Kumar Jena
  • Published: Thursday, 18 April 2019
  • Updated: 18 April 2019, 01:00 PM IST

Sports

Latest News

ଦୁବାଇ: ବିଶ୍ୱକପ୍ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇସାରିଛି। ଇତିମଧ୍ୟରେ ସମସ୍ତ ୧୦ଟି ଯାକ ଟିମ୍ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ବିଶ୍ୱକପ୍ ଟ୍ରଫି ପାଇଁ ଅନ୍ୟତମ ଦାବିଦାର ଭାରତ ତା'ର ୧୫ଜଣିଆ ଦଳର ଘୋଷଣା କରିଛି। ଏହି ୧୫ ଜଣିଆ ଟିମ୍ ଭାରତକୁ ଏଥର ବିଶ୍ୱକପ୍ ଦେବ ବୋଲି ଅନେକେ ଆଶା ବାନ୍ଧିଛନ୍ତି।

କିନ୍ତୁ ଟିମର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ମତ ସାମାନ୍ୟ ଭିନ୍ନ। ଏଥର ଭାରତ ନୁହେଁ ଇଂଲଣ୍ଡ ବିଶ୍ୱକପ୍ ପାଇଁ ଟାଇଟଲ୍ ଦାବିଦାର ବୋଲି ଶାସ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଇଂଲଣ୍ଡ ଗତ ଦୁଇବର୍ଷରେ ଲଗାତାର ଦମଦାର ପ୍ରଦର୍ଶନ କରିଆସୁଛି। ଆୟୋଜକ ଟିମ ପାଖରେ ସବୁ ପ୍ରତିଭାଶାଳୀ ଖେଳାଳି ଅଛନ୍ତି।

ସେମାନଙ୍କ ବୋଲିଂ ଓ ବ୍ୟାଟିଂରେ ସ୍ଥିରତା ଅଛି। ଘରୋଇ ମାଟିରେ ଖେଳିବାର ଫାଇଦା ଇଂଲଣ୍ଡକୁ ହିଁ ଅଧିକ ମିଳିବ। ଦଳର ନେତୃତ୍ୱ ନେଉଥିବା ଇଆନ୍ ମୋର୍ଗାନ ଜଣେ ସଫଳ ଅଧିନାୟକ ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ସେ ଇଂଲଣ୍ଡ ଟିମକୁ ଏକ ନୂଆ ସ୍ତରକୁ ଆଣିଛନ୍ତି। ପୂର୍ବ ଦଳ ତୁଳନାରେ ବର୍ତ୍ତମାନର ଇଂଲଣ୍ଡ ଟିମର ବ୍ୟାଟିଂ ଅଧିକ ମଜଭୁତ।

ଏହି ଟିମର ବ୍ୟାଟିଂଲାଇନ୍ କୌଣସି ବୋଲିଂଲାଇନକୁ ଫେଲ୍ କରିପାରନ୍ତି। ଏହାଛଡ଼ା ଟିମର ବୋଲିଂ ବିଭାଗ ମଧ୍ୟ ବେଶ୍ ସନ୍ତୁଳିତ। ତେଣୁ ମୋ ମତରେ ବିଶ୍ୱକପରେ ଇଂଲଣ୍ଡ ଅନ୍ୟ ଟିମ ପାଇଁ ବିପଦ ସାବ୍ୟସ୍ତ ହୋଇପାରେ ବୋଲି ଶାସ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos